Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଫେବ୍ରୁଆରୀ ୫ରେ ଭୋଟ୍ ୮ରେ ରେଜଲ୍ଟ

Rashmita Mishra
Browse all articles by Rashmita Mishra
·1 year ago
ଫେବ୍ରୁଆରୀ ୫ରେ ଭୋଟ୍ ୮ରେ ରେଜଲ୍ଟ

ଅର୍ଗସ ବ୍ୟୁରୋ: ଫେବ୍ରୁଆରୀ ୫ରେ ଭୋଟ୍ ୮ ଆସିବ ରେଜଲ୍ଟ । ଦିଲ୍ଲୀ ନିର୍ବାଚନ ପାଇଁ ହେଲା ତାରିଖ ଘୋଷଣା ।ଘୋଷଣା ହେଲା ଦିଲ୍ଲୀ ବିଧାନସଭା ନିର୍ବାଚନ ତାରିଖ । ଫେବ୍ରୁଆରୀ ୫ ତାରିଖରେ ପଡିବ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ । ସମସ୍ତ ୭୦ଟି ଯାକ ଆସନ ପାଇଁ ଗୋଟିଏ ପର୍ୟ୍ୟାୟରେ ଭୋଟ୍ ପଡିବ । ଏହାପରେ ଫେବ୍ରୁଆରୀ ୮ ତାରିଖରେ ଆସିବ ଦିଲ୍ଲୀ ନିର୍ବାଚନ ଫଳାଫଳ ।


ନିର୍ବାଚନ କମିଶନଙ୍କ ସୂଚନା ମୁତାବକ, ଏଥର ୧.୫୫ କୋଟି ଭୋଟର ଦିଲ୍ଲୀ ସରକାର ବାଛିବାକୁ ଭୋଟ୍ ଦେବେ । ଯାହା ଭିତରୁ ୨.୦୮ ଲକ୍ଷ ହେଉଛନ୍ତି ପ୍ରଥମ ଥର ଭୋଟର । ସେହିପରି ଦିଲ୍ଲୀ ବିଧାନସଭା ନିର୍ବାଚନପାଇଁ ମୋଟ ୧୩ ହଜାର ୦୩୩ ପୋଲିଂ ଷ୍ଟେସନ୍ ରହିବ । ସମସ୍ତ ପୋଲିଂ ଷ୍ଟେସନରେ ଓ୍ୱେବକାଷ୍ଟିଂ ହେବ ବୋଲି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ସୂଚନା ଦେଇଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
results-of-the-vote-will-be-out-on-february-5 | Argus News