Videos
|
National

ଜାନୁଆରୀ ୨୦୨୪: ଖୁଚୁରା ମୁଦ୍ରାସ୍ଫୀତି ହ୍ରାସ ହୋଇ ୫ ଦଶମିକ ୧୦ ପ୍ରତିଶତ ରେ ପହଞ୍ଚିଛି

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଜାନୁଆରୀ ୨୦୨୪:  ଖୁଚୁରା ମୁଦ୍ରାସ୍ଫୀତି ହ୍ରାସ ହୋଇ ୫ ଦଶମିକ ୧୦ ପ୍ରତିଶତ ରେ ପହଞ୍ଚିଛି

ଅର୍ଗସ ବ୍ୟୁରୋ: ଜାନୁଆରୀ 2024ରେ ଖୁଚୁରା ମୁଦ୍ରାସ୍ଫୀତି ହ୍ରାସ ହୋଇ 5 ଦଶମିକ 10 ପ୍ରତିଶତ ହୋଇଛି। ଯାହା ଗତବର୍ଷ ଡିସେମ୍ବରରେ 5.69 ପ୍ରତିଶତ ଥିଲା। ତେଣୁ ଦରଦାମ ଉପରେ ଏହାର ପ୍ରଭାବ କିଛିକାଂଶରେ ପଡିଛି। ଡିସେମ୍ବର 2023 ତୁଳନାଲେ ଜାନୁଆରୀ ଖାଦ୍ୟ ମୁଦ୍ରାସ୍ଫୀତି ହାର ମଧ୍ୟ ହ୍ରାସ ପାଇଛି।  ଜାନୁଆରୀରେ ଖାଦ୍ୟ ମୁଦ୍ରାସ୍ଫୀତି ହାର 8.30 ପ୍ରତିଶତ ହୋଇଛି।

2023 ଡିସେମ୍ବରରେ ଏହାର 9.53 ପ୍ରତିଶତ ଥିଲା। ପରିସଂଖ୍ୟନ ଏବଂ କାର୍ଯ୍ୟକ୍ରମ କାର୍ଯ୍ୟନ୍ବୟନ ମନ୍ତ୍ରାଳୟ ପକ୍ଷରୁ ଏହି ତଥ୍ୟ ଜାରି ହୋଇଛି। ନିକଟରେ ଭାରତୀୟ ରିଜର୍ବ ବ୍ୟାଙ୍କ ଲଗାତର ଷଷ୍ଠଥର ଲାଗି ସୁଧହାରରେ କୌଣସି ପରିବର୍ତ୍ତନ ଅଣିନଥିଲା। ସେହିପରି ରେପୋ ରେଟ୍ କୁ ମଧ୍ୟ 6.5 ପ୍ରତିଶତ ରଖାଯାଇଛି।  ମହଙ୍ଗା ସ୍ଥିତି ସାମାନ୍ୟ ହ୍ରାସ ପାଇବା ପରେ ଦରବୃଦ୍ଧି ମଧ୍ୟ ସାମାନ୍ୟ ଖସିଛି। ଖୁଚୁରା ମୁଦ୍ରାସ୍ଫୀତି 5 ପ୍ରତିଶତକୁ ଖସି ଆସିଛି। ଯାହା ଆରବିଆଇର ଟଲରାନ୍ସ ବଣ୍ଡ ମଧ୍ୟରେ ଅଛି।  କିନ୍ତୁ ଆରବିଆଇର ଲକ୍ଷ୍ୟ ହେଉଛି ମୁଦ୍ରାଶ୍ପୀତି ହାରକୁ 4 ପ୍ରତିଶତକୁ ଆଣିବା। ଏହାପରେ ଉଚ୍ଚା ଇଏମଆଇରୁ ମୁକ୍ତି ମିଳିବ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Retail inflation eases to 5.10% in January | Argus News