Videos
|
National

ମାଲଦାରେ ଆଖି ବୁଜିଲେ RG Kar ମେଡିକାଲ୍ କଲେଜ ଛାତ୍ରୀ, ବିଷ ଦେଇ ହତ୍ୟା ଅଭିଯୋଗ

Sushanta Sahoo
Browse all articles by Sushanta Sahoo
·1 year ago·2 min read
ମାଲଦାରେ ଆଖି ବୁଜିଲେ RG Kar ମେଡିକାଲ୍ କଲେଜ ଛାତ୍ରୀ, ବିଷ ଦେଇ ହତ୍ୟା ଅଭିଯୋଗ

Key Points

ପୁରୁଷ ବନ୍ଧୁ ଉଜ୍ଜ୍ଵଳ, ଅନିନ୍ଦିତାଙ୍କୁ ବିଷ ଦେଇ ମାରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ଯାହାକୁ ନେଇ ଆର୍‌ଜି କର୍ ମେଡିକାଲ୍ କଲେଜ ପୁଣି ଥରେ ଚର୍ଚ୍ଚାକୁ ଆସିଛି ।

କୋଲକାତା: ପୁଣି ଥରେ ଚର୍ଚ୍ଚାରେ କୋଲକାତାର ଆର୍‌ଜି କର୍ ମେଡିକାଲ୍ କଲେଜ । ଏହି ହସ୍ପିଟାଲ୍‌ରେ ୨୦୨୪ ଅଗଷ୍ଟ ୯ରେ ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ପରେ ବୀଭତ୍ସ ହତ୍ୟା କରାଯାଇଥିଲା । ଯାହାକୁ ନେଇ ଜଳିଥିଲା ପଶ୍ଚିମବଙ୍ଗ । ଆଉ ଏବେ ସେହି ଆର୍‌ଜି କର୍ ମେଡିକାଲ୍‌ କଲେଜର ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି ।


ସୂଚନା ଅନୁସାରେ, ମୃତ ଛାତ୍ରୀ ହେଉଛନ୍ତି ୨୪ ବର୍ଷୀୟ ଅନିନ୍ଦିତା ସୋରେନ୍ । ସେ ଆର୍‌ଜି କର ମେଡିକାଲ୍ କଲେଜର ଶେଷ ବର୍ଷର ଛାତ୍ରୀ ଥିଲେ । ଶନିବାର ମାଲଦାର ଏକ ହସ୍ପିଟାଲ୍‌ରେ ତାଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଛି । ଅନିନ୍ଦିତାଙ୍କୁ ତାଙ୍କ ପୁରୁଷ ବନ୍ଧୁ ଉଜ୍ଜ୍ଵଳ ସୋରେନ୍ ହତ୍ୟା କରିଥିବା ଅଭିଯୋଗ ହୋଇଛି ।


ମୃତ ଅନିନ୍ଦିତାଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ଝିଅକୁ ବିଷ ଦେଇ ମାରି ଦିଆଯାଇଛି । ଆଉ ପୁରୁଷ ବନ୍ଧୁ ଉଜ୍ଜ୍ଵଳ, ଅନିନ୍ଦିତାଙ୍କୁ ବିଷ ଦେଇ ମାରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ଯାହାକୁ ନେଇ ଆର୍‌ଜି କର୍ ମେଡିକାଲ୍ କଲେଜ ପୁଣି ଥରେ ଚର୍ଚ୍ଚାକୁ ଆସିଛି । ପୋଲିସ ଅନିନ୍ଦିତାଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି ।


ସୂଚନା ଅନୁସାରେ, ଦକ୍ଷିଣ ଦିନାଜପୁର ବାଲୁରଘାଟ ଅଞ୍ଚଳର ଅନିନ୍ଦିତା ଓ ଉଜ୍ଜ୍ଵଳଙ୍କ ମଧ୍ୟରେ ସମ୍ପର୍କ ଥିଲା । ଅନିନ୍ଦିତା ବିବାହ ପାଇଁ ଚାପ ପକାଉଥିବା ବେଳେ ମନା କରି ଆସୁଥିଲେ ଉଜ୍ଜ୍ଵଳ । ଯେଉଁଥିପାଇଁ ଦୁହିଁଙ୍କ ଝଗଡ଼ା ହେଉଥିଲା । ଏବେ ଅନିନ୍ଦିତାଙ୍କ ମୃତ୍ୟୁ ପରେ ଉଜ୍ଜ୍ଵଳଙ୍କ ବୟାନ ରେକର୍ଡ ପାଇଁ ପୋଲିସ ତାଙ୍କୁ ଖୋଜୁଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ପରିବାର ଲୋକଙ୍କ ଅନୁସାରେ, କିଛି ମାସ ତଳେ ଅନିନ୍ଦିତା ଗର୍ଭବତୀ ହୋଇଥିଲେ । ଏହା ପରେ ସେ ବିବାହ ପାଇଁ ଉଜ୍ଜ୍ଵଳଙ୍କ ଉପରେ ଚାପ ପକାଇଥିଲେ । ହେଲେ ବିବାହ ପରିବର୍ତ୍ତେ ଚାପ ପକାଇ ଗର୍ଭ ନଷ୍ଟ କରି ଦେଇଥିଲେ ଉଜ୍ଜ୍ଵଳ । ଆଉ ଏବେ ଅନିନ୍ଦିତାଙ୍କ ମୃତ୍ୟୁ ଅନେକ ସନ୍ଦେହ ସୃଷ୍ଟି କରିଥିବା ବେଳେ ଉଜ୍ଜ୍ଵଳଙ୍କୁ ପୋଲିସ ଖୋଜୁଛି ।