Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

West Bengal RG Kar Medical Case: ପୋଲିସ ଲାଠିରେ ମୃତ ପୀଡ଼ିତାଙ୍କ ମାଆଙ୍କ ମୁଣ୍ଡ ଫାଟିଲା

Satyendu Sekhar Mishra
Browse all articles by Satyendu Sekhar Mishra
·11 months ago·1 min read
West Bengal RG Kar Medical Case: ପୋଲିସ ଲାଠିରେ ମୃତ ପୀଡ଼ିତାଙ୍କ ମାଆଙ୍କ ମୁଣ୍ଡ ଫାଟିଲା

Key Points

ପୀଡ଼ିତାଙ୍କ ପରିବାର ଏହାକୁ ବଡ଼ ଷଡ଼ଯନ୍ତ୍ର ବୋଲି ଦାବି କରିଛନ୍ତି।

ନ୍ୟାୟ ଦାବିରେ ରାଜରାସ୍ତାରେ ପରିବାର । କୋଲକାତା ଆରଜି କର ମେଡିକାଲ କଲେଜରେ ଛାତ୍ରୀ ଗଣଦୁଷ୍କର୍ମ ଘଟଣାକୁ ପୂରିଛି ବର୍ଷେ । ବର୍ଷପୂର୍ତ୍ତିରେ ମମତା ସରକାରଙ୍କ ବିରୋଧରେ ଜୋରଦାର ବିକ୍ଷୋଭ ହୋଇଛି । ପୋଲିସ ଲାଠି ଚାର୍ଜରେ ମୃତ ପୀଡ଼ିତାଙ୍କ ମାଆଙ୍କ ମୁଣ୍ଡ ଫାଟିଛି । ଫାଶୀ ବଦଳରେ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟଙ୍କୁ ଆଜୀବନ କାରାଦଣ୍ଡ ହୋଇଛି ।


ପୀଡ଼ିତାଙ୍କ ପରିବାର ଏହାକୁ ବଡ଼ ଷଡ଼ଯନ୍ତ୍ର ବୋଲି ଦାବି କରିଛନ୍ତି। ଗତକାଲି ରାତିରୁ ଆରମ୍ଭ ହୋଇଥିବା ରାଲିରେ ସାମିଲ ହୋଇଥିଲେ ପୀଡ଼ିତାଙ୍କ ପରିବାର । ଗୋଟିଏ ବର୍ଷ ବିତିଥିଲେ ବି ରାଜ୍ୟ ସରକାର ପୀଡ଼ତାଙ୍କ ପରିବାରକୁ ସହାୟତା ଓ ସୁରକ୍ଷା ଯୋଗାଇବାରେ ବିଫଳ ହୋଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ମୃତ ପୀଡ଼ିତାଙ୍କ ବାପା ।

ଛାତ୍ରୀ ଦୁଷ୍କର୍ମ ମାମଲାରେ କାର୍ଯ୍ୟାନୁଷ୍ଠାନକୁ ଅସନ୍ତୋଷ ପ୍ରକାଶ କରିବା ସହ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବିରେ ରାଜ୍ୟ ବିଜେପି, WBJDF ସମେତ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଆଜି ନବାନ୍ନ ଅଭିଯାନ ରାଲି କରାଯାଇଛି । ରାଜ୍ୟ ସରକାର ଦୋଷୀଙ୍କୁ ଧରିବାରେ ବିଫଳ ହୋଇଛନ୍ତି । ତଦନ୍ତରୁ ଅଭିଯୁକ୍ତଙ୍କ ସହ ଟିଏମସି ନେତାଙ୍କ ଲିଙ୍କ୍ ଖୁଲାସା ହୋଇସାରିଥିଲେ ବି ଦୋଷୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବା ଅଭିଯୋଗ କରିଛି ବିଜେପି । ମମତା ସରକାର ରାଜ୍ୟର ମହିଳାଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଥିବା କହିଛନ୍ତି ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
R.G. Kar protests: Victim’s parents allege police assault during march to Bengal Secretariat | Argus News