ଆରଜି କର ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ସଞ୍ଜୟ ରାୟକୁ ଆଜୀବନ

Key Points
ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା
ସଞ୍ଜୟ ରାୟକୁ ଆଜୀବନ ଜେଲ୍, ୫୦ ହଜାର ଜରିମାନା
ପୀଡ଼ିତାଙ୍କ ପରିବାରକୁ ୧୭ ଲକ୍ଷ ଅନୁକମ୍ପା ରାଶି ପ୍ରଦାନ ଲାଗି ନିର୍ଦ୍ଦେଶ
ଅନୁକମ୍ପା ରାଶି ପାଇଁ ମନା କଲେ ଦେଇଛନ୍ତି ପୀଡ଼ିତାଙ୍କ ବାପାମାଆ
ଅର୍ଗସ ବ୍ୟୁରୋ: ସଞ୍ଜୟ ରାୟକୁ ଆଜୀବନ କାରାଦଣ୍ଡାଦେଶ । କୋଲକାତା ଆରଜି କର ମେଡିକାଲରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ସଞ୍ଜୟ ରାୟକୁ ଆଜୀବନ ଦଣ୍ଡାଦେଶ ହୋଇଛି । ଆଜୀବନ ଜେଲ୍ ସହ ୫୦ ହଜାର ଟଙ୍କା ଜରିମାନା କରିଛନ୍ତି କୋଲକାତାର ସିଆଲ୍ଦା କୋର୍ଟ । ପୀଡ଼ିତାଙ୍କ ପରିବାରକୁ ୧୭ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ ଲାଗି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତେବେ ପୀଡ଼ିତାଙ୍କ ବାପାମାଆ କୌଣସି ଅନୁକମ୍ପା ରାଶି ନେବାକୁ କୋର୍ଟରେ ମନା କରି ଦେଇଛନ୍ତି ।
ଶନିବାର ସଞ୍ଜୟ ରାୟଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ କୋଲକାତାର ସିଆଲ୍ଦା କୋର୍ଟ । ଆଜି ଆଜୀବନ ଜେଲ୍ ଦଣ୍ଡ ଶୁଣାଇଛନ୍ତି କୋର୍ଟ । ୩୧ ବର୍ଷୀୟ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ମୁଖ୍ୟ ଦୋଷୀ ହେଉଛି ସଞ୍ଜୟ ରାୟ । ଭାରତୀୟ ନ୍ୟାୟ ସଂହିତା ଧାରା-୬୪ (ଦୁଷ୍କର୍ମ ପାଇଁ ଦଣ୍ଡ), ୬୬ (ମୃତ୍ୟୁ ଲାଗି ଦଣ୍ଡ) ଓ ୧୦୩ (ହତ୍ୟା) ଲାଗି ସଞ୍ଜୟକୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା ।
📱 Get Argus News App
✨ସିଆଲ୍ଦା କୋର୍ଟର ଅତିରିକ୍ତ ଜିଲ୍ଲା ଏବଂ ସ୍ଵତନ୍ତ୍ର ବିଚାରପତି ଅନିର୍ବାନ ଦାସ ମକଦ୍ଦମାର ୫୭ ଦିନରେ ସଞ୍ଜୟକୁ ଦୋଷୀ ସାବ୍ୟସ୍ତ କରିଥିଲେ । ଆଜି ଆଜୀବନ ଜେଲ୍ ଶୁଣାଇଛନ୍ତି । ଶନିବାର ସଞ୍ଜୟ ରାୟକୁ ଦୋଷୀ ସାବ୍ୟସ୍ତ କରିଥିଲେ ସିଆଲ୍ଦା କୋର୍ଟ । ଦୋଷୀ ସାବ୍ୟସ୍ତ ପରେ ସଞ୍ଜୟ ରାୟକୁ ବିଚାର ବିଭାଗୀୟ ହାଜତକୁ କୋର୍ଟ ପଠାଇ ଦେଇଥିଲେ । ୨୦୨୪ ଅଗଷ୍ଟ ୯ ତାରିଖରେ ଆରଜି କର ହସ୍ପିଟାଲର ସେମିନାର ହଲ୍ରୁ ମହିଳା ଡାକ୍ତରଙ୍କ ଅର୍ଦ୍ଧନଗ୍ନ ଅବସ୍ଥାରେ ମୃତଦେହ ମିଳିଥିଲା ।
ସିସିଟିଭି ଫୁଟେଜ୍ ଓ କ୍ରାଇମ୍ ସିନ ସାକ୍ଷ୍ୟ ଆଧାରରେ କୋଲକାତା ପୋଲିସ ସିଭିକ୍ ଭଲ୍ୟୁଣ୍ଟିଅର ସଞ୍ଜୟ ରାୟଙ୍କୁ ଗିରଫ କରିଥିଲା । କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ମାମଲାର ତଦନ୍ତ ଭାର ନେଇଥିଲା ସିବିଆଇ । କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ତାର ଯାଞ୍ଚ ରିପୋର୍ଟରେ ସଞ୍ଜୟ ରାୟକୁ ମୁଖ୍ୟ ଅଭିଯୁକ୍ତ ଦର୍ଶାଇ ଫାଶୀ ଦଣ୍ଡ ଦେବାକୁ ଦାବି କରିଥିଲା ।