Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

India-US: ଟ୍ରମ୍ପଙ୍କ ଗୋଟିଏ ଭୁଲ TROIKA କୁ ଦେଲା ନୂଆ ଜନ୍ମ !

Satyendu Sekhar Mishra
Browse all articles by Satyendu Sekhar Mishra
·11 months ago·3 min read
India-US: ଟ୍ରମ୍ପଙ୍କ ଗୋଟିଏ ଭୁଲ TROIKA କୁ ଦେଲା ନୂଆ ଜନ୍ମ !

Key Points

ଟ୍ରମ୍ପ କରିଦେଲେ ବଡ଼ ଭୁଲ ।
ଭାରତର ରାସ୍ତା ପୁରା ସାଫ୍ ।
ଟ୍ରମ୍ପଙ୍କ ଭୁଲ... ଋଷ-ଚୀନ୍‌ ପାଇଁ ଖୁସି ଖବର

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଧମକ ଦେଇ କହିଛନ୍ତି, ଏବେ ଦେଖ ମୁଁ ଭାରତ ସହ କ'ଣ କ'ଣ କରୁଛି । ଟ୍ରମ୍ପ ଭାରତ ଉପରେ ସର୍ବାଧିକ ୫୦ ପ୍ରତିଶତ ଟାରିଫ ଲଗାଇଥିବା ବେଳେ ପାକିସ୍ତାନ ଉପରେ ସର୍ବନିମ୍ନ ୧୯ ପ୍ରତିଶତ ଟାରିଫ ଲଗାଇଛନ୍ତି । ସେ କହିଛନ୍ତି ଭାରତ ସହ ଆମେରିକାର ବ୍ୟବସାୟିକ ଘାଟା ବା ଟ୍ରେଡ୍‌ ଡେଫିସିଟ୍ ଅଧିକ ରହିଛି । କିନ୍ତୁ ଟ୍ରମ୍ପ.. ଭାରତ ସହ ଟ୍ରେଡ୍‌ ଡେଫିସିଟ୍‌ ସମାଧାନ କରୁ କରୁ ଏବେ ଭାରତ ସହ ଟ୍ରଷ୍ଟ ଡେଫିସିଟ୍‌ ଅଧିକ ବଢ଼ାଇସାରିଲେଣି । ଆଉ ଏହାରି ଭିତରେ ଟ୍ରମ୍ପଙ୍କ ଦ୍ୱାରା ହୋଇଯାଇଛି ବଡ଼ ଭୁଲ । ଯାହାର ଫାଇଦା ଚୀନ୍‌ ଓ ଋଷ ଉଠାଇବାକୁ ଚେଷ୍ଟା କରିଛନ୍ତି । ଋଷ ଏବଂ ଚୀନ୍‌ ଭାରତକୁ ନେଇ ବଡ଼ ଘୋଷଣା କରିଛନ୍ତି ।

ସବୁଠାରୁ ବଡ଼ କଥା ହେଲା... ଋଷ ଏବଂ ଚୀନ୍‌ ଭାରତକୁ କିଛି ଦିନ ହେବ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ କହି ଆସୁଥିଲେ । କିନ୍ତୁ ଭାରତ ଚୁପ୍ ଥିଲା । ହେଲେ ଟ୍ରମ୍ପଙ୍କ ଗୋଟିଏ ଭୁଲ ଭାରତ ପାଇଁ ରାସ୍ତା ଖୋଲିଦେଲା । ଭାରତର ଦ୍ୱନ୍ଦ୍ୱ ଦୂର କରିଦେଲା । ଯାହାଫଳରେ ଭାରତକୁ ନିଷ୍ପତ୍ତି ନେବାରେ ସହଜ ହେବ । ଋଷ ଏବଂ ଚୀନ୍‌.. ଭାରତକୁ କ'ଣ ମାଗୁଛନ୍ତି ତାହା ତ ଭିନ୍ନ କଥା । ଭିଡିଓର ଶେଷ ଆଡ଼କୁ ତାହା ଆପଣ ଜାଣିପାରିବେ । କିନ୍ତୁ ତାହା ପୂର୍ବରୁ ଋଷ ଏବଂ ଚୀନ୍‌ ଭାରତକୁ ନେଇ କ'ଣ ଘୋଷଣା କରିଛନ୍ତି ଆସନ୍ତୁ ଜାଣିବା ।

ପାକିସ୍ତାନ ଭଳି ଧୋକେବାଜ ଦେଶ, ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ନୋବେଲ ଶାନ୍ତି ପୁରସ୍କାର ମାଗୁଥିଲା । କିନ୍ତୁ ଟ୍ରମ୍ପଙ୍କୁ ଶାନ୍ତି ବଦଳରେ ଦୁଇ ନୂଆ ପ୍ରକାଶ ପୁରସ୍କାର ମିଳିବା ଆବଶ୍ୟକ । ପ୍ରଥମ ନୋବେଲ ପୁରସ୍କାର ଭାରତ ଓ ଚୀନ୍‌କୁ ନିକଟତର କରିବାର ଓ ଦ୍ୱିତୀୟ ପୁରସ୍କାର ଭାରତ ଏବଂ ଆମେରିକା ମଧ୍ୟରେ ପାଚେରୀ ଛିଡ଼ା କରି ମୋଦି ଏବଂ ପୁଟିନ୍‌ଙ୍କ ଦୋସ୍ତିକୁ ଅଧିକ ମଜଭୁତ କରିବାର ।

ଆମେରିକା ୧୫ ବର୍ଷ ହେବ ଲଗାତାର ପରିଶ୍ରମ କରି ଭାରତକୁ ନିଜ ଆଡ଼କୁ ଟାଣିଥିଲା । କିନ୍ତୁ ଡୋନାଲ୍ଡ ଟ୍ରମ୍ପଙ୍କ ଗୋଟିଏ ଭୁଲ ଯୋଗୁଁ, ଭାରତ ଏବଂ ଋଷ ମଧ୍ୟରେ ଦୋସ୍ତି ଏବେ ଅଧିକ ମଜଭୁତ ହୋଇଯାଇଛି । ଏହାର ସବୁଠାରୁ ବଡ଼ ପ୍ରମାଣ ହେଲା, ଭାରତର NSA ଅଜିତ ଡୋଭଲଙ୍କ ଋଷ ଗସ୍ତ । ଆଉ ଅଜିତ ଡୋଭାଲ ଯେତେବେଳେ ଋଷରେ ପହଞ୍ଚିଲେ ସେତେବେଳେ ଋଷ ତରଫରୁ ଏକ ବଡ଼ ଘୋଷଣା ମଧ୍ୟ କରାଗଲା ।

ଋଷ କହିଛି, କିଛି ସପ୍ତାହ ମଧ୍ୟରେ ଭ୍ଲାଦମିର ପୁଟିନ ଭାରତ ଗସ୍ତ କରିବେ ଏବଂ ଭାରତ ସହ ବଡ଼ ଭଡ଼ ଡିଲ କରିବେ । ଏଥିରେ ଋଷର 5th ଜେନେରେସନ୍ ଫାଇଟର ଜେଟ୍‌ ସୁଖୋଇ ୫୭ ଡିଲ ମଧ୍ୟ ସାମିଲ ହେବ ବୋଲି କୁହାଯାଉଛି ।

କିଛି ବର୍ଷ ହେବ ଋଷ ଚିନ୍ତାରେ ଥିଲା, ଭାରତ କାଳେ ଆମେରିକାର ନିକଟତର ହୋଇଯିବ । କିନ୍ତୁ ଋଷର ଏହି ଚିନ୍ତା ଦୂର କରିଦେଇଛନ୍ତି ଟ୍ରମ୍ପ। ଏବେ ଭାରତ.. ଆମେରିକା ବଦଳରେ ଚୀନ୍‌ର ଅଧିକ ନିଜର ।

ଭାରତ ଆମେରିକା ସମ୍ପର୍କରେ ଫାଟ ଯୋଗୁ ଚୀନ୍‌ ମଧ୍ୟ ଭାରି ଖୁସି । ଚୀନ୍‌ ଚାହିଁ ବସିଛି ଯେ, ଆମେରିକା ବିରୋଧରେ ଯେଉଁ ଅଭିଯାନ ଆରମ୍ଭ ହୋଇଛି, ଭାରତ ମଧ୍ୟ ତାକୁ ସହଯୋଗ ଓ ସମର୍ଥନ କରୁ । ତେଣୁ ଯେତେବେଳେ ଆମେରିକା ପକ୍ଷରୁ ଭାରତ ଉପରେ ୫୦% ଟାରିଫ ମାଡ଼ କରାଗଲା, ତୁରନ୍ତ ଚୀନ୍‌ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଲା । ଭାରତରେ ଥିବା ଚୀନ ଦୂତାବାସ ପକ୍ଷରୁ ସୋସିଆଲ ମିଡିଆରେ ପୋଷ୍ଟ କରାଗଲା ଯେ ଟ୍ରମ୍ପ ନିଜ ପାୱାରର ଦୁରୂପଯୋଗ କରୁଛନ୍ତି । ଟାରିଫ୍‌କୁ ଅସ୍ତ୍ର ଭଳି ବ୍ୟବହାର କରି UN ଚାର୍ଟରର ଉଲଂଘନ କରାଯାଉଛି । ଏହାପରେ ଖବର ସାମ୍ନାକୁ ଆସିଲା, ଅଗଷ୍ଟ ଶେଷ ଆଡ଼କୁ ପିଏମ୍‌ ମୋଦି ଚୀନ୍‌ ଗସ୍ତ କରିବେ । ପୁଟିନ୍‌ ଓ ଜିନ୍‌ପିଙ୍ଗଙ୍କ ସହ ସାକ୍ଷାତ କରିବେ ମୋଦି ।

ମୋଟାମୋଟି କହିବାକୁ ଗଲେ ଟ୍ରମ୍ପଙ୍କ ଗୋଟିଏ ଭୁଲ ଭାରତ-ଚୀନ୍‌-ଋଷକୁ ଏକାଠି କରିବାକୁ ସୁଯୋଗ ଦେଇଦେଲା । ଆଉ ଏହା ହିଁ ଗତ କିଛି ବର୍ଷ ହେବ ଚାହୁଁଥିଲେ ଋଷ ଏବଂ ଚୀନ୍ । ଋଷ ଏବଂ ଚୀନ୍‌ ଚାହୁଁଥିଲେ, ରିକ୍‌ ଟ୍ରୋଇକ ନାମକ ଯେଉଁ ସଂଗଠନ ସୁପ୍ତ ପ୍ରାୟ ହୋଇଯାଇଛି, ତାକୁ ପୁଣି ଥରେ ଜୀବନ ଦାନ ଦେବାର ସମୟ ଆସିଯାଇଛି । ରିକ୍‌ ଟ୍ରୋଇକା ଅର୍ଥ ଋଷ-ଚୀନ୍‌-ଭାରତର ଗଠବନ୍ଧନ ।

ଆମେରିକା ଭଳି ନାଟୋ ଦେଶ ଗୁଡ଼ିକୁ ସେମାନଙ୍କ ଔକାତ୍‌ରେ ରଖିବା ପାଇଁ ଚୀନ୍ ଏବଂ ଋଷ ସବୁବେଳେ ଭାରତର ସହଯୋଗ ଚାହୁଁଛନ୍ତି । ରିକ୍‌ ଟ୍ରୋଇକାରେ ଭାରତ ସାମିଲ ହେଉ । ରିକ୍‌ ଗଠବନ୍ଧକୁ ପୁଣି ଆରମ୍ଭ କରିବା ପାଇଁ ଭାରତ ଶୀଘ୍ର ସହମତି ଦେଉ ବୋଲି ସାମାନେ ଚାହାନ୍ତି । ବାସ୍ତବରେ ଯଦି ଏମିତି ହୁଏ, ତେବେ ଏହାର ସବୁ ଶ୍ରେୟ ଟ୍ରମ୍ପଙ୍କୁ ଦିଆଯିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
RIC returning, Can Russia-India-China troika work again | Argus News