Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - କଂଗ୍ରେସକୁ ଏକପାଖିଆ କରି ଆପକୁ ସହଯୋଗୀ ଦେଲେ ସମର୍ଥନ

National

କଂଗ୍ରେସକୁ ଏକପାଖିଆ କରି ଆପକୁ ସହଯୋଗୀ ଦେଲେ ସମର୍ଥନ

Smruti Parija
Browse all articles by Smruti Parija
·1 year ago·2 min read
କଂଗ୍ରେସକୁ ଏକପାଖିଆ କରି ଆପକୁ ସହଯୋଗୀ ଦେଲେ ସମର୍ଥନ

Key Points

ଦିଲ୍ଲୀ ବିଧାନସଭା ନିର୍ବାଚନ ଆଗରୁ ଇଣ୍ଡି ମେଣ୍ଟରେ ବଡ଼ ଫାଟ
କଂଗ୍ରେସକୁ ଏକପାଖିଆ କରି ଆପକୁ ସହଯୋଗୀ ଦେଲେ ସମର୍ଥନ
ଓମାର ଅବଦୁଲ୍ଲା କହିଲେ ଇଣ୍ଡି ମେଣ୍ଟକୁ ଭାଙ୍ଗି ଦିଆଯାଉ

ଅର୍ଗସ ବ୍ୟୁରୋ: ଦିଲ୍ଲୀ ବିଧାନସଭା ନିର୍ବାଚନରେ କଂଗ୍ରେସ ଓ ଆପର ବାକଯୁଦ୍ଧ ଇଣ୍ଡି ମେଣ୍ଟରେ ଥିବା ବିବାଦକୁ ପଦାରେ ପକାଇଛି। ପ୍ରଥମେ ମେଣ୍ଟର ଦୁଇ ସହଯୋଗୀ କଂଗ୍ରେସ ଓ ଆପ୍ ପରସ୍ପର ବିରୋଧରେ ଲଢ଼ିବାକୁ ଘୋଷଣା କରିଥିଲେ। ଏବେ ବିରୋଧୀ ମେଣ୍ଟର ଅନ୍ୟ ସହଯୋଗୀ ଦଳମାନେ କଂଗ୍ରେସକୁ ଏକପାଖିଆ କରି ଦିଲ୍ଲୀ ନିର୍ବାଚନରେ ଆମ୍ ଆଦମୀ ପାର୍ଟିକୁ ସମର୍ଥନ ଘୋଷଣା କରିଛନ୍ତି। ଏହି ପ୍ରସଙ୍ଗରେ ବିରୋଧୀ ମେଣ୍ଟର ଅନ୍ୟତମ ସହଯୋଗୀ ତଥା ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା କହିଛନ୍ତି ଯଦି ଏହି ମେଣ୍ଟ ଲୋକସଭା ନିର୍ବାଚନ ପାଇଁ ଥିଲା, ତେବେ ଏହାକୁ ଶେଷ କରାଯିବା ଉଚିତ।

ବିଜେପି ମଧ୍ୟ ଇଣ୍ଡି ମେଣ୍ଟକୁ ଟାର୍ଗେଟ କରି କହିଛି, ଏହି ସଂଗଠନର କୌଣସି ଭିଜନ ନାହିଁ। ପ୍ରଥମେ ସମାଜବାଦୀ ପାର୍ଟି କେଜ୍ରିୱାଲଙ୍କୁ ସମର୍ଥନ ଜଣାଇବା ପରେ ଟିଏମସି ଓ ଆରଜେଡି ମଧ୍ୟ ଆପକୁ ସମର୍ଥନ ଜଣାଇଛନ୍ତି। କଂଗ୍ରେସ କେବଳ ଏକ ପରଜୀବୀ ପାର୍ଟି ବୋଲି ବାରମ୍ବାର ପ୍ରମାଣିତ ହେଉଛି।

ସେପଟେ ଆପକୁ ତୃଣମୂଳ କଂଗ୍ରେସ ସମର୍ଥନ ଦେବା ଘଟଣାରେ ଟିଏମସି ସାଂସଦ କୀର୍ତ୍ତି ଆଜାଦ କହିଛନ୍ତି, ଆପ ଇଣ୍ଡି ମେଣ୍ଟର ଏକ ଗୁରୁତ୍ବପୂର୍ଣ୍ଣ ସଦସ୍ୟ। ଏବଂ ଆମ ଦଳର ନେତା ମମତା ବାନାର୍ଜୀ ସମସ୍ତ ପାର୍ଟିକୁ ସମ୍ମାନ କରନ୍ତି। କଂଗ୍ରେସ ନିଜ ଅହଙ୍କାର ଛାଡି ଅନ୍ୟ ଦଳକୁ ସମ୍ମାନ ଦେବାକୁ କୀର୍ତ୍ତି ପରାମର୍ଶ ଦେଇଛନ୍ତି।

ଦିଲ୍ଲୀ ନିର୍ବାଚନରେ ଆପ୍ ଓ କଂଗ୍ରେସର ତୁତୁ ମେଁ ମେଁ ଜାରି ରହିଛି। କଂଗ୍ରେସ ନେତା ସନ୍ଦୀପ ଦୀକ୍ଷିତ, ଆପକୁ ଟାର୍ଗେଟ କରି କହିଛନ୍ତି, କେଜ୍ରିୱାଲ କେବଳ କଂଗ୍ରେସକୁ ପରାସ୍ତ କରିବାକୁ ନିର୍ବାଚନ ଲଢୁଛନ୍ତି। ସେପଟେ ଆପ୍ ସାଂସଦ ସଂଜୟ ସିଂ କହିଛନ୍ତି, ସମସ୍ତେ ବିଜେପିକୁ ପରାସ୍ତ କରିବାକୁ ଚାହୁଁଛନ୍ତି। ଦିଲ୍ଲୀରେ ଆପ୍ ହିଁ କେବଳ ଏକମାତ୍ର ଦଳ ଯିଏ ବିଜେପିକୁ ପରାସ୍ତ କରିପାରିବ।

ରାଜଧାନୀ ଦିଲ୍ଲୀର ୭୦ଟି ବିଧାନସଭା ଆସନ ପାଇଁ ନିର୍ବାଚନ କମିଶନ ତାରିଖ ଘୋଷଣା କରି ସାରିଛନ୍ତି। ଦିଲ୍ଲୀରେ ଫେବୃଆରୀ ୫ରେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ହେବ ଏବଂ ଫେବୃଆରୀ ୮ରେ ଫଳାଫଳ ଘୋଷଣା କରାଯିବ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Rift Between RJD, Congress? Tejashwi's INDIA Bloc Remark Fuels Speculations; Congress Reacts | Argus News