ଏହି କାରଣରୁ ଋତୁରାଜ ହୋଟେଲରେ ମଲେ ଏତେ ସଂଖ୍ୟାରେ ଲୋକ

ମଙ୍ଗଳବାର କୋଲକତାର ଏକ ହୋଟେଲରେ ହୋଇଥିବା ଅଗ୍ନିକାଣ୍ଡରେ ୧୪ ଲୋକଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ଗିରଫ ହୋଇଛନ୍ତି ହୋଟେଲର ମାଲିକ ଏବଂ ମ୍ୟାନେଜର। ପୋଲିସର ସୂଚନା ଅନୁସାରେ ହୋଟେଲର ମାଲିକ ଆକାଶ ଚାଓ୍ବଲା ଏବଂ ମ୍ୟାନେଜର ଗୌରବ କପୁରଙ୍କୁ ଗିରଫ କରାଯାଇଛି। ଏହି ଅଗ୍ନିକାଣ୍ଡରେ ମୃତ ୧୪ ଜଣଙ୍କ ମଧ୍ୟରୁ ୧୨ ଜଣଙ୍କୁ ଚିହ୍ନଟ କରାଯାଇ ପୋଷ୍ଟମଟମ କରାଯାଇଛି। ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।
ଜାତୀୟ ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚା ଅନୁସାରେ ୨୦୨୨ ମସିହାରୁ ଅଗ୍ନି ନିରାପତ୍ତା ଅନୁମୋଦନ ଶେଷ ହୋଇଥିଲେ ବି ଏହାକୁ ନବୀକରଣ କରାଯାଇନଥିଲା। ସେଠାରେ ପର୍ଯ୍ୟାପ୍ତ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିଲା। ଅଗ୍ନିଶମ ସେବାର ମହାନିର୍ଦ୍ଦେଶକ ରଣବୀର କୁମାର କହିଛନ୍ତି ଏହି ହୋଟେଲ ସୁରକ୍ଷା ମାନଦଣ୍ଡକୁ ଉଲ୍ଲଘଂନ କରିଛି। ଏମିତିକି ହୋଟେଲରେ ଅଗ୍ନି ନିରାପତ୍ତା ଅନୁମୋଦନ ନଥିଲା। କେବଳ ଏତିକି ନୁହେଁ ବିନା ପ୍ରଶାସନର ଅନୁମତିରେ ପ୍ରଥମ ମହଲାରେ ଏକ ଡ୍ୟାନ୍ସ ବାର୍ ନିର୍ମାଣ କରାଯାଉଥିଲା।
📱 Get Argus News App
✨ଅଧିକାଂଶ ଲୋକଙ୍କର ମୃତ୍ୟୁ ନିଆଁ ନୁହେଁ ବରଂ ଧୂଆଁ ପାଇଁ ହୋଇଛି। ହୋଟେଲରେ ପ୍ରସ୍ଥାନ ରାସ୍ତା ନଥିବାରୁ ଲୋକମାନେ ନିଆଁରୁ ବର୍ତ୍ତି ପାରିନଥିଲେ। ହୋଟେଲରୁ ବାହାରକୁ ବାହାରିବା ପାଇଁ କେବଳ ଏକ ଅଣଓସାରିଆ ସିଡି ରହିଥିଲା। ହେଟେଲାର ଦ୍ୱିତୀୟ ଏବଂ ତୃତୀୟ ମହଲାର ସଂକୀର୍ଣ୍ଣ ସିଡ଼ିରୁ ଏକାଧିକ ମୃତଦେହ ଉଦ୍ଧାର କରାଯାଇଛି।