|
logo
Live

Argus News - ଉପ-ମୁଖ୍ୟମନ୍ତ୍ରୀଙ୍କ ଗାଡ଼ିକୁ ଚପଲ ମାରିଲେ RJD କର୍ମୀ

National

Bihar Election / ଉପ-ମୁଖ୍ୟମନ୍ତ୍ରୀଙ୍କ ଗାଡ଼ିକୁ ଚପଲ ମାରିଲେ RJD କର୍ମୀ

Satyendu Sekhar Mishra
Browse all articles by Satyendu Sekhar Mishra
·5 months ago·2 min read
ଉପ-ମୁଖ୍ୟମନ୍ତ୍ରୀଙ୍କ ଗାଡ଼ିକୁ ଚପଲ ମାରିଲେ RJD କର୍ମୀ

Key Points

ଲଖିସରାଇ ଆସନରେ ପ୍ରଥମ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ଚାଲିଥିବା ବେଳେ ଏହି ଘଟଣା ପରେ ସେଠାରେ ଉତ୍ତେଜନାପୂର୍ଣ୍ଣ ସ୍ଥିତି ସୃଷ୍ଟି ହୋଇଛି ।

ବିହାର ନିର୍ବାଚନ ସମୟରେ ଆରଜେଡି ସମର୍ଥକଙ୍କ ଗୁଣ୍ଡାଗିରି । ଉପ-ମୁଖ୍ୟମନ୍ତ୍ରୀ ବିଜୟ ସିହ୍ନାଙ୍କ ଗାଡ଼ି ଉପରକୁ ଚପଲ ମାଡ଼ କଲେ ଓ ମୁର୍ଦ୍ଦାବାଦ୍ ନାରା ଦେଲେ ଆରଜେଡି ସମର୍ଥକ । ଲଖିସରାଇ ନିର୍ବାଚନମଣ୍ଡଳୀରେ ବିଜେପିର ପ୍ରାର୍ଥୀ ତଥା ରାଜ୍ୟର ଉପ-ମୁଖ୍ୟମନ୍ତ୍ରୀ ବିଜୟ କୁମାର ସିହ୍ନାଙ୍କ ଗାଡ଼ିକୁ ଆର୍‌ଜେଡି ସମର୍ଥକମାନେ ଘେରିଯାଇଥିଲେ ଏବଂ ତାଙ୍କ ଗାଡ଼ି ଉପରକୁ ଚପଲ ଫିଙ୍ଗିଥିଲେ । ଲଖିସରାଇ ଆସନରେ ପ୍ରଥମ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ଚାଲିଥିବା ବେଳେ ଏହି ଘଟଣା ପରେ ସେଠାରେ ଉତ୍ତେଜନାପୂର୍ଣ୍ଣ ସ୍ଥିତି ସୃଷ୍ଟି ହୋଇଛି ।

ଏପଟେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଚାଲିଥିବା ବେଳେ RJD ଗୁଣ୍ଡାଗିରି କରୁଛି, ସେପଟେ ବିଜେପି ପ୍ରଚାର ପ୍ରସାରରେ ଲାଗିପଡ଼ିଛି । ଗୁରୁବାର ମୋଦି ଏକ ବିଶାଳ ସମାବେଶକୁ ସମ୍ବୋଧନ କରିବା ସହ RJD ଓ କଂଗ୍ରେସ ବିରୋଧରେ ବର୍ଷିଛନ୍ତି । ବିହାରବାସୀ ଜଙ୍ଗଲରାଜକୁ ପୁଣି ଥରେ ପ୍ରଶ୍ରୟ ଦେବେ ନାହିଁ ବୋଲି ସେ କହିଛନ୍ତି ।

ସେହିଭଳି ବିହାର ନିର୍ବାଚନୀ ସଭାରେ କଂଗ୍ରେସ ଏବଂ RJD କୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ କଡା ଟାର୍ଗେଟ୍ କରିଛନ୍ତି । ମହାଗଠବନ୍ଧନକୁ ବିହାରର ଯୁବକମାନଙ୍କ ସମସ୍ୟା ପାଇଁ ଏବଂ ବିହାରର ଗୌରବକୁ କଳଙ୍କିତ କରିବା ପାଇଁ ଦାୟୀ କରିଛନ୍ତି ଯୋଗୀ ଆଦିତ୍ୟନାଥ । ବିହାରର ଯୁବକମାନଙ୍କର ନିଜସ୍ୱ ବୁଦ୍ଧି ଓ ପ୍ରତିଭା ଅଛି ଏବଂ ସେମାନେ ବିଶ୍ୱର ଯେକୌଣସି ସ୍ଥାନକୁ ଗଲେ ମଧ୍ୟ ନିଜର ବୁଦ୍ଧି, ଜ୍ଞାନ, ପ୍ରତିଭା ଏବଂ ପରିଚୟ ଦ୍ୱାରା ସମାଜକୁ ଲାଭ ଦେଇଛନ୍ତି। କିନ୍ତୁ RJD ଏବଂ କଂଗ୍ରେସ ହିଁ ବିହାର ପାଇଁ ସଙ୍କଟ ସୃଷ୍ଟି କରିଛନ୍ତି । ଏବେ ପୁଣି ଥରେ ମିଥ୍ୟା ଓ ଭ୍ରମ ସୃଷ୍ଟି କରିବାକୁ ସେମାନେ ଚେଷ୍ଟା କରୁଛନ୍ତି। ହେଲେ ବିହାରର ଜନତା ବର୍ତ୍ତମାନ ସଚେତନ ହୋଇସାରିଛନ୍ତି । ମହାଗଠବନ୍ଧନକୁ ବିହାରକୁ ନଷ୍ଟ କରିବାକୁ ଦିଆଜିବ ନାହିଁ ବୋଲି ଦୃଢ଼ତାର ସହିତ କହିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।

ଅନ୍ୟପଟେ ଏଥର ବିହାର ନିର୍ବାଚନରେ ଅନେକ ଲୋକପ୍ରିୟ କଳାକାର ରାଜନୈତିକ ମୈଦାନକୁ ଓହ୍ଲାଇଛନ୍ତି। ସେମାନଙ୍କ ମଧ୍ୟରେ ବିଜେପି ଦଳରୁ ଲୋକଗୀତ ଗାୟିକା ମୈଥିଳୀ ଠାକୁର ଦରଭଙ୍ଗା ଜିଲ୍ଲାର ଆଲିନଗର ଆସନରୁ ନିର୍ବାଚନ ଲଢୁଛନ୍ତି । ଅନ୍ୟପକ୍ଷରେ, ବିରୋଧୀ ଦଳ ଆର୍‌ଜେଡି (RJD), ଭୋଜପୁରୀ ସୁପରଷ୍ଟାର୍ ତଥା ଅଭିନେତା ଖେସାରୀ ଲାଲ୍ ଯାଦବଙ୍କୁ ଛପ୍ରା ଆସନରୁ ପ୍ରାର୍ଥୀ କରିଛି । ଏହା ବ୍ୟତୀତ, ଅଭିନେତା ତଥା ଗାୟକ ରିତେଶ ପାଣ୍ଡେ ମଧ୍ୟ ଜନ ସୁରାଜ ପାର୍ଟି ପକ୍ଷରୁ କରଗହର ଆସନରୁ ନିର୍ବାଚନ ଲଢୁଛନ୍ତି। ଏହି ତିନିଜଣଙ୍କ ବ୍ୟତୀତ ଭୋଜପୁରୀ ଇଣ୍ଡଷ୍ଟ୍ରିର ବଡ଼ ନାମ, ଯେପରିକି ପୱନ ସିଂହ, ମନୋଜ ତିୱାରୀ, ରବି କିଶନ ଓ ଦିନେଶ ଲାଲ୍ ଯାଦବ ମଧ୍ୟ ବିଭିନ୍ନ ରାଜନୈତିକ ଦଳ ପାଇଁ ଷ୍ଟାର୍ ପ୍ରଚାରକ ଭାବରେ ସାରା ବିହାରରେ ପ୍ରଚାର କରୁଛନ୍ତି। ଏହି କଳାକାରମାନେ ସେମାନଙ୍କର ଲୋକପ୍ରିୟତାକୁ ଭୋଟ୍‌ରେ ପରିଣତ କରିବାକୁ ଚେଷ୍ଟା କରୁଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Bihar Election: ଉପ-ମୁଖ୍ୟମନ୍ତ୍ରୀଙ୍କ ଗାଡ଼ିକୁ ଚପଲ ମାରିଲେ RJD କର୍ମୀ | Argus News