Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Road Accidents / ସଡ଼କ ଦୁର୍ଘଟଣାରେ ଓଡ଼ିଶାରେ ପ୍ରତିଦିନ ଯାଉଛି ୧୫ ଜଣଙ୍କ ଜୀବନ

Rashmita Mishra
Browse all articles by Rashmita Mishra
·8 months ago·3 min read
ସଡ଼କ ଦୁର୍ଘଟଣାରେ ଓଡ଼ିଶାରେ ପ୍ରତିଦିନ ଯାଉଛି ୧୫ ଜଣଙ୍କ ଜୀବନ

Key Points

ଦୁର୍ଘଟଣା: ଦିନକୁ ଗଡୁଛି 15 ମୁଣ୍ଡ ।
ସଡ଼କ ଦୁର୍ଘଟଣାରେ ଓଡ଼ିଶାରେ ପ୍ରତିଦିନ ୧୫ ଜଣଙ୍କ ହେଉଛି ମୃତ୍ୟୁ । 
ରାଜ୍ୟରେ ସଡ଼କ ଦୁର୍ଘଟଣା ପାଇଁ ବଢୁଛି ଚିନ୍ତା । 
ସଡ଼କ ଦୁର୍ଘଟଣାରେ ଦେଶରେ ୧୩ ନମ୍ବର ସ୍ଥାନରେ ଓଡ଼ିଶା । 

ଓଡ଼ିଶାରେ ସଡ଼କ ଦୁର୍ଘଟଣା ପାଇଁ ବଢୁଛି ଚିନ୍ତା । ସଡ଼କ ଦୁର୍ଘଟଣାରେ ଓଡ଼ିଶାରେ ପ୍ରତ୍ୟେକ ଦିନ ୧୫ ଲୋକଙ୍କର ହେଉଛି ମୃତ୍ୟୁ । ଯାହା ଏକ ଚିନ୍ତାଜନକ ସ୍ଥିତି ବୋଲି କହିଛନ୍ତି ସଚିବ ଉଷା ପାଢ଼ୀ । ଖାଲି ଓଡ଼ିଶାରେ ନୁହେଁ ବରଂ ସାରା ଭାରତରେ ସଡ଼କ ସୁରକ୍ଷା ଏକ ବଡ ସମସ୍ୟା ଉଭା ହେଲାଣି ।

ସାରା ଦୁନିଆରେ ରାସ୍ତା ଦୁର୍ଘଟଣାରେ ଏକ ନମ୍ବର ସ୍ଥାନରେ ରହିଛି ଭାରତ । ଆଉ ପୁରା ଭାରତରେ ସଡ଼କ ଦୁର୍ଘଟଣାରେ ଓଡ଼ିଶା ୧୩ ନମ୍ବର ସ୍ଥାନରେ ରହିଛି । ଲୋକଙ୍କ ସହଯୋଗ, ସରକାର, ପୋଲିସ, ରୋଡ଼ ଓନିଙ୍ଗ ଏଜେନ୍ସି, ଏଜୁକେସନାଲ ଇନଷ୍ଟିଚ୍ୟୁଟ୍ ସମସ୍ତଙ୍କ ମିଳିତ ଉଦ୍ୟମରେ ସଡ଼କ ଦୁର୍ଘଟଣା ରୋକିବା ଚେଷ୍ଟା ଜାରି ରହିଛି । ତେବେ ୪ ଟି ଦିଗରେ ସଡ଼କ ସୁରକ୍ଷା ନେଇ ସରକାରଙ୍କ ପ୍ରଚେଷ୍ଟା ଚଳାଇଛନ୍ତି ।

ଲୋକମାନେ ଛୋଟ ବେନିଫିଟ ପାଇଁ ଲାଇନ ରୁଲ, ମିଡିୟମ ରୁଲକୁ ମାନୁ ନାହାଁନ୍ତି । ଯେଉଁଥିପାଇଁ ଦୁର୍ଘଟଣା ସଂଖ୍ୟା ବଢୁଛି। ତେବେ ରାଜ୍ୟ ସରକାର ବ୍ଲାକ ସ୍ପଟ ଚିହ୍ନଟ ହୋଇଥିବା ଅଞ୍ଚଳରେ ଇଂଜିନିୟରିଙ୍ଗ ସୋଲ୍ୟୁସନ ପାଇଁ ପ୍ରଚେଷ୍ଟା ଆରମ୍ଭ କରିଛନ୍ତି । ଆମେ ରୋଡ ଓନିଙ୍ଗ ଏଜେନସି ଯେମିତିକି PWD,NHAI, RD ସମସ୍ତଙ୍କୁ ନିର୍ଦେଶ ଦିୟାଯାଇଛି ଇଞ୍ଜିନୀୟରିଙ୍ଗ ସୋଲ୍ୟୁସନ ପାଇଁ । ସେହିପରି ଭଳି ରାସ୍ତାର ଭିଡ ନିୟନ୍ତ୍ରଣ ପାଇଁ ସରକାର HYPER LOCAL ସୋଲ୍ୟୁସନ ପାଇଁ ଚାଲିଛି ଚେଷ୍ଟା।

ସୂଚନା ମୁତାବକ, ଆଜି ସକାଳ ୬ ଟା ୩୫ରେ ମଧ୍ୟପ୍ରଦେଶର ଗ୍ୱାଲିୟର-ଝାନସି ରାଜପଥର ମାଲୱା କଲେଜ ସମ୍ମୁଖରେ ଏକ ଦ୍ରୁତଗାମୀ କାର ବାଲି ବୋଝେଇ ଟ୍ରାକ୍ଟର ସହିତ ଧକ୍କା ହୋଇଥିଲା । ଫଳରେ କାର ଭିତରେ ଥିବା ୫ ଜଣଙ୍କର ମୃତ୍ୟୁ ହୋଇଛି। ସମସ୍ତ ମୃତକ ଗ୍ୱାଲିୟରର ବାସିନ୍ଦା ବୋଲି ଜଣାପଡିଛି । ସେମାନେ ଉତ୍ତର ପ୍ରଦେଶର ଝାନ୍ସୀରୁ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କାରରେ ଗ୍ୱାଲିୟର ଫେରୁଥିଲେ।ତେବେ ଦୁର୍ଘଟଣା ନେଇ ଖବର ପାଇ ପୁଲିସ ଏବଂ ସ୍ଥାନୀୟ ବାସିନ୍ଦା କାରକୁ କାଟି ମୃତଦେହଗୁଡ଼ିକୁ ବାହାର କରିବା ପାଇଁ ଏକ କଟର ବ୍ୟବହାର କରିଥିଲେ ।

ସମସ୍ତ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି । ମୃତ ଯୁବକଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଚିହ୍ନଟ କରାଯାଇଛି । ସେମାନେ ହେଉଛନ୍ତି ପ୍ରିନ୍ସ ଏବଂ ଆଦିତ୍ୟ । ଉଭୟ ଗ୍ଵାଲିୟରର ଡିଡି ନଗରର ବାସିନ୍ଦା ବୋଲି ଜଣାପଡିଛି । ବାକି ତିନି ଯୁବକଙ୍କୁ ଚିହ୍ନଟ କରିବା ପ୍ରକ୍ରିୟା ଜାରି ରହିଛି । ପୁଲିସ ଏବଂ ପ୍ରଶାସନିକ ଦଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି । ରାଜପଥରେ କିଛି ସମୟ ପାଇଁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା, କିନ୍ତୁ ପରେ ପୁନଃସ୍ଥାପିତ ହୋଇଥିଲା । ପୁଲିସର କହିବା ଅନୁଯାୟୀ, କାରଟି ଝାନ୍ସୀରୁ ଆସୁଥିଲା । ଏହା ସିକରାଉଡା ଛକ ଅତିକ୍ରମ କରିଥିଲାବେଳେ ବାଲି ବୋଝେଇ ଏକ ଟ୍ରାକ୍ଟର ଏବଂ ଟ୍ରଲି ସାମ୍ନାକୁ ଆସିଲା। କାରଟି ଦ୍ରୁତ ଗତିରେ ଆସୁଥିଲା। ହଠାତ୍ ଟ୍ରାକ୍ଟର ଟ୍ରଲି ଦେଖାଦେବାରୁ ଡ୍ରାଇଭର ନିୟନ୍ତ୍ରଣ ହରାଇ ଟ୍ରାକ୍ଟରରେ ଧକ୍କା ଦେଇଥିଲେ ।

ସେପଟେ ଶନିବାର ଅର୍ଥାତ ଗତକାଲି ରାତିରେ ଜମ୍ମୁ ଓ କାଶ୍ମୀରର ବଡଗାମ ଜିଲ୍ଲାରେ ଏକ ଡମ୍ପର ଟ୍ରକ ସହିତ ଏକ ସ୍ପୋର୍ଟସ୍ ୟୁଟିଲିଟି ଗାଡି ଧକ୍କା ହୋଇଥିଲା । ଫଳରେ ଅତି କମରେ ୪ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ୟ ପାଞ୍ଚ ଜଣ ଆହତ ହୋଇଥିବା ଅଧିକାରୀମାନେ କହିଛନ୍ତି । ସେମାନେ କହିଛନ୍ତି ଯେ, ରାତି ପ୍ରାୟ ୧୦ଟା ୩୦ ସମୟରେ ବଡଗାମର ପାଲାରରେ ଏକ ଟାଟା ସୁମୋ ଗାଡି ଏବଂ ଏକ ଟ୍ରକ ମଧ୍ୟରେ ଧକ୍କା ହୋଇଥିଲା । ଅଧିକାରୀଙ୍କ ଅନୁଯାୟୀ, ଦୁର୍ଘଟଣା ପରେ ନଅ ଜଣଙ୍କୁ ନିକଟସ୍ଥ ଏକ ହସ୍ପିଟାଲକୁ ନିଆଯାଇଥିଲା, ଯେଉଁଠାରେ ସେମାନଙ୍କ ମଧ୍ୟରୁ ଚାରି ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଅନ୍ୟ ପାଞ୍ଚ ଜଣଙ୍କୁ ହସ୍ପିଟାଲରେ ଚିକିତ୍ସା କରାଯାଉଥିବା ଜଣାପଡିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Road Accidents | Road Accidents in Odisha Claim 15 Lives Daily | Shocking Traffic Fatality Report | Argus News