Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

୨୦୪୭ ସୁଦ୍ଧା ବିକଶିତ ରାଷ୍ଟ୍ର ଗଠନ ପୂରଣ ପାଇଁ ରୋଡମ୍ୟାପ

Rashmita Mishra
Browse all articles by Rashmita Mishra
·1 year ago·1 min read
୨୦୪୭ ସୁଦ୍ଧା ବିକଶିତ ରାଷ୍ଟ୍ର ଗଠନ ପୂରଣ ପାଇଁ ରୋଡମ୍ୟାପ

Key Points

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ନୀତି ଆୟୋଗ ବୈଠକ
ଗଭର୍ଣ୍ଣିଂ କାଉନସିଲର ୧୦ମ ବୈଠକରେ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯିବା
ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ, ଉପରାଜ୍ୟପାଳ ଓ ପ୍ରଶାସକ ସାମିଲ ହେବେ
୨୦୪୭ ସୁଦ୍ଧା ବିକଶିତ ରାଷ୍ଟ୍ର ଗଠନ ଲକ୍ଷ୍ୟ ପୂରଣ ପାଇଁ ରୋଡମ୍ୟାପ

ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ନୀତି ଆୟୋଗ ବୈଠକ । ଗଭର୍ଣ୍ଣିଂ କାଉନସିଲର ୧୦ମ ବୈଠକରେ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯିବା ସମ୍ଭାବନା ରହିଛି । ଏହି ବୈଠକରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ, ଉପରାଜ୍ୟପାଳ ଓ ପ୍ରଶାସକ ସାମିଲ ହେବେ । ବୈଠକରେ ୨୦୪୭ ସୁଦ୍ଧା ବିକଶିତ ରାଷ୍ଟ୍ର ଗଠନ ଲକ୍ଷ୍ୟ ପୂରଣ ପାଇଁ ରୋଡମ୍ୟାପ ଉପରେ ଚର୍ଚ୍ଚା ହେବ । ନୂଆଦିଲ୍ଲୀ ଭାରତ ମଣ୍ଡପମରେ ଏହି ଉଚ୍ଚସ୍ତରୀୟ ବୈଠକ ହେବ ।

ବୈଠକରେ ବିକଶିତ ଭାରତ-୨୦୪୭ର ରୂପରେଖ ସମ୍ପର୍କରେ ଆଲୋଚନା ହୋଇପାରେ । ଗତ ବର୍ଷ ଜୁଲାଇ ୨୭‌ର ନୀତି ଆୟୋଗର ନବମ ଗଭର୍ନିଂ କାଉନସିଲ୍‌ ବୈଠକ ବସିଥିଲା । ଏଥିରେ ଆଲୋଚନା ହୋଇଥିବା ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ପରବର୍ତ୍ତୀ ସମୟରେ ରାଜ୍ୟ ସରକାର ସେଗୁଡ଼ିକୁ କାର୍ଯ୍ୟକାରୀ କରିବା ପାଇଁ କେଉଁ ପଦକ୍ଷେପ ନିଆଯାଇଛି ସେ ସମ୍ପର୍କରେ ଅବଗତ କରାଇବେ ମୁଖ୍ୟମନ୍ତ୍ରୀ ।

ଏଥି ସହିତ ବୈଠକରେ ଜାତୀୟ ବିକାଶ ରଣନୀତି ତଥା ରାଜ୍ୟର ପ୍ରଗତି ଉପରେ ମଧ୍ୟ ଆଲୋଚନା ହେବ । ସେହିପରି ଏହି ଗସ୍ତ ବେଳେ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଏନ୍‌ଡିଏ ମୁଖ୍ୟମନ୍ତ୍ରୀଙ୍କ ସମ୍ମିଳନୀରେ ଯୋଗ‌ଦେବା ସମ୍ଭାବନା ରହିଛି । ଅନ୍ୟପକ୍ଷେ ଆସନ୍ତାମାସ ଓଡ଼ିଶାରେ ନୂଆ ସରକାରର ବ‌ର୍ଷେ ପୂର୍ତ୍ତି ହେବାକୁ ଯାଉଥିବାରୁ ମେ' ୨୬ରେ ମୁଖ୍ୟମନ୍ତ୍ରୀ ସାମ୍ବାଦିକ ସମ୍ମିଳନୀ ଜରିଆରେ ରାଜ୍ୟ ସରକାରଙ୍କ ଉପଲବ୍ଧି ଓ ଭବିଷ୍ୟତ ଯୋଜନା ସଂପର୍କରେ ସାମ୍ବାଦିକମାନଙ୍କୁ ସୂଚନା ଦେବେ ବୋଲି କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored