Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଲଗାଣ ବର୍ଷା ଯୋଗୁ ଗୌହାଟୀରେ ରାସ୍ତାଘାଟ ଜଳମଗ୍ନ

Ritu Das
Browse all articles by Ritu Das
·1 year ago·1 min read
ଲଗାଣ ବର୍ଷା ଯୋଗୁ ଗୌହାଟୀରେ ରାସ୍ତାଘାଟ ଜଳମଗ୍ନ

Key Points

ଅଦିନିଆ ବର୍ଷାରେ ବୁଡିଲା ଆସାମ

ଗତକାଲି ରାତିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଫଳରେ ଆସି ସକାଳ ହେବା କ୍ଷଣି ଜନଜୀବନ ଅସ୍ତବ୍ୟସ୍ତ

ଅଦିନିଆ ବର୍ଷାରେ ବୁଡିଲା ଆସାମ । ଗତକାଲି ରାତିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଫଳରେ ଆସି ସକାଳ ହେବା କ୍ଷଣି ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ରାତିର ଲଗାଣ ବର୍ଷା ଫଳରେ ମଙ୍ଗଳବାର ସକାଳେ ଗୌହାଟୀରେ ରାସ୍ତାଘାଟ ଜଳମଗ୍ନ ହୋଇଛି । ଅନେକ ସ୍ଥାନରେ ଆଣ୍ଠୁଏ ଆଣ୍ଠୁଏ ପାଣି ଜମି ରହିଥିବା ବେଳେ ତ​ଳିଆ ଅଞ୍ଚଳରେ ବେକେ ବେକେ ପାଣି ଜମିଥିବା ଦେଖିବାକୁ ମିଳିଛି । ଫଳରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିବା ବେଳେ ସାଧାରଣ ଜୀବନ ପ୍ରଭାବିତ ହୋଇଛି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଜୁ ରୋଡ୍, ନବୀନ ନଗର, ହାଚିଗାଓଁ, ଗଣେଶଗୁଡ଼ି, ଗୀତା ନଗର ଆଦି ଅଞ୍ଚଳରେ ଜଳବନ୍ଦୀ ପରିସ୍ଥିତି ଦେଖା ଦେଇଛି । ବର୍ଷା ଫଳରେ ଅନେକ ସ୍କୁଲରେ ପାଣି ପଶିଯାଇଥିବାର ଖବର ବି ଆସୁଛି । ତେବେ ସହରର ଅନେକ ସ୍ଥାନ ଜଳମଗ୍ନ ଥିବାରୁ ଅନେକ ସ୍କୁଲର ଇନଟରନାଲ୍ ପରୀକ୍ଷାକୁ ବାତିଲ କରାଯାଇଛି । ସେପଟେ ଗତକାଲି ଅଦିନିଆ ବର୍ଷାରେ ବେହାଲ ହୋଇଥିଲା ବେଙ୍ଗାଲୁରୁ । ପ୍ରବଳ ବର୍ଷା କାରଣରୁ ବେଙ୍ଗାଲୁରୁ ଜଳବନ୍ଦୀ ହୋଇଥିବା ବେଳେ ଆଜି ସେହି ପରିସ୍ଥିତି ଜାରି ରହିଛି । ଡ୍ରେନେଜ୍ ସମସ୍ୟା ପାଇଁ ଜ​ଳ ନିଷ୍କାସନ ହୋଇପାରୁ ନଥିବାରୁ ରାସ୍ତାରେ ଜମି ରହିଛି ।

Sponsored
roads-submerged-in-guwahati-due-to-heavy-rain | Argus News