Videos
|
National

ଭାରତ ତିଆରି କରୁଛି ରୋବର୍ଟ ସୈନିକ, ୨୦୨୭ ରେ କରିବ ଯୁଦ୍ଧ !

Jyoti Prakash Mallick
Browse all articles by Jyoti Prakash Mallick
·1 year ago·2 min read
ଭାରତ ତିଆରି କରୁଛି ରୋବର୍ଟ ସୈନିକ, ୨୦୨୭ ରେ କରିବ ଯୁଦ୍ଧ !

ସୀମାରେ ଶତ୍ରୁ ସହ ଲଢିବ ରୋବର୍ଟ। ରୋବର୍ଟ ସୈନିକ ତିଆରି କରୁଛନ୍ତି ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (DRDO)ର ବୈଜ୍ଞାନିକ। ଭବିଷ୍ୟତରେ, ସୈନିକଙ୍କ ସୁରକ୍ଷାକୁ ନଜରରେ ରଖି ଉଚ୍ଚକ୍ଷମତା ସମ୍ପୂର୍ଣ୍ଣ ରୋବର୍ଟ କରାଯାଉଛି। ଏହି ରୋବର୍ଟ ମଣିଷ ନିର୍ଦ୍ଦେଶରେ ଜଟିଳ କାର୍ଯ୍ୟ କରିପାରିବ। ଗତ ୪ ବର୍ଷ ହେଲା ଏହା ଉପରେ ବୈଜ୍ଞାନିକମାନେ କାମ କରୁଛନ୍ତି।


ଏହାକୁ ନେଇ ସିଷ୍ଟମ୍ସ ଆଣ୍ଡ୍ ଟେକ୍ନୋଲୋଜି ଫର୍ ଆଡଭାନ୍ସଡ୍ ରୋବୋଟିକ୍ସ ସେଣ୍ଟରର ନିର୍ଦ୍ଦେଶକ କହିଛନ୍ତି ଚାରି ବର୍ଷ ହେଲା ଏହି ପ୍ରକଳ୍ପ ଉପରେ କାମ ଚାଲିଛି। ଯାହା ବିପଦପୂର୍ଣ୍ଣ ପାହାଡ଼ ଓ ଜଙ୍ଗଲ ଅଞ୍ଚଳରେ ସହଜରେ ପହଞ୍ଚିପାରିବ। ଉଚ୍ଚ-ବିପଦପୂର୍ଣ୍ଣ ମିଶନରେ ଏହା ପ୍ରମୁଖ ଭୂମିକା ନେବ ବୋଲି ଆଶା କରାଯାଉଛି। ଏହାର ଅଧିକାଂଶ କାର୍ଯ୍ୟ ସରିଥିବା ବେଳେ ବର୍ତ୍ତମାନ ବୈଜ୍ଞାନିକମାନେ ରୋବୋଟର ଉଚ୍ଚକ୍ଷମତା ସର୍ମ୍ପର୍ଣ୍ଣ କରିବା ଉପରେ ଧ୍ୟାନ ଦେଉଛନ୍ତି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଯାହାଦ୍ବାରା ରୋବର୍ଟ ଅପରେଟରଙ୍କ ନିର୍ଦ୍ଦେଶକୁ ଭଳଭାବେ ବୁଝି ପାରିବ। ଏହି ସିଷ୍ଟମ ତିନୋଟି ପ୍ରମୁଖ ଉପାଦାନ ଉପରେ ନିର୍ଭର କରେ। ପ୍ରଥମଟି ହେଉଛି ଏହାର ଗଠନ ମଣିଷର ମାଂସପେଶୀ ପରି ତିଆରି କରାଯାଉଛି। ଯାହା ଅବିକଳ ମଣିଷ ଭଳି ଦେଖାଯିବ। ଏହାର ସେନ୍ସର ଲାଇଭ୍ ତଥ୍ୟ ସଂଗ୍ରହ କରିବ। ଦେଶର ସୀମା ସୁରକ୍ଷାରେ ଯବାନଙ୍କ ଭଳି ରୋବର୍ଟ ସାମରିକ ଅଭିଯାନରେ ସାମିଲ ହୋଇପାରିବ।


ଶନିବାର ଜଣେ ଅଧିକାରୀ କହିଛନ୍ତି ଯେ DRDO ଏକ ରୋବୋଟ୍ ବିକଶିତ କରୁଛି ଯାହା ଜଟିଳ କାର୍ଯ୍ୟ ସମାପ୍ତ କରିପାରିବ। ଏହାକୁ ତିଆରି କରିବାର ଉଦ୍ଦେଶ୍ୟ ହେଉଛି ଉଚ୍ଚ ବିପଦପୂର୍ଣ୍ଣ ଅଞ୍ଚଳରେ ସୈନିକଙ୍କ ବିପଦକୁ ହ୍ରାସ କରିବା। ଏହି ମେସିନ୍ ନିର୍ଦ୍ଦେଶ ଦେଇ ପରିଚାଳିତ ହେବ। ନିକଟରେ ପୁଣେରେ ଅନୁଷ୍ଠିତ ଜାତୀୟ ରୋବୋଟିକ୍ସ କର୍ମଶାଳାରେ ଏହାକୁ ପ୍ରଦର୍ଶନ କରାଯାଇଥିଲା। ୨୦୨୭ ସୁଦ୍ଧା ଏହି ପ୍ରକଳ୍ପର କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଆଗାମୀ ଦିନରେ ଏହା ଭାରତୀୟ ସେନା ପାଇଁ ପ୍ରଭାବୀ ସାବ୍ୟସ୍ତ ହୋଇପାରେ। ଏହା କେବଳ ସୈନିକଙ୍କ ସୁରକ୍ଷା ବୃଦ୍ଧି କରିବ ନାହିଁ, ବରଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଭାରତର ଆତ୍ମନିର୍ଭରଶୀଳତାକୁ ମଧ୍ୟ ସୁଦୃଢ଼ ​​କରିବ।

Robert Soldier will fight on the border | Argus News