Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ବିଜୟ ଉଲ୍ଲାସ ଭିତରେ କ୍ରିକେଟ୍ ପ୍ରେମୀଙ୍କୁ ବଡ଼ ଝଟକା ଦେଲେ ଟିମ୍ ଇଣ୍ଡିଆର ଦୁଇ ଶ୍ରେଷ୍ଠ ଖେଳାଳି

Manini Pattanayak
Browse all articles by Manini Pattanayak
·2 years ago·2 min read
ବିଜୟ ଉଲ୍ଲାସ ଭିତରେ କ୍ରିକେଟ୍ ପ୍ରେମୀଙ୍କୁ ବଡ଼ ଝଟକା ଦେଲେ ଟିମ୍ ଇଣ୍ଡିଆର ଦୁଇ ଶ୍ରେଷ୍ଠ ଖେଳାଳି

ନୂଆଦିଲ୍ଲୀ:  ଭାରତର ରୋମାଞ୍ଚକର ବିଜୟ । ଭାରତ ଟି-ଟ୍ବେଣ୍ଟି ବିଶ୍ବକପ୍ ଚାମ୍ପିଅନ୍ ହୋଇଛି ।  ବିଜୟ ଉଲ୍ଲାସ ଭିତରେ କ୍ରିକେଟ୍ ପ୍ରେମୀଙ୍କୁ ବଡ଼ ଝଟକା ଦେଲେ ଟିମ୍ ଇଣ୍ଡିଆର ଦୁଇ ଶ୍ରେଷ୍ଠ ଖେଳାଳି । ପ୍ରଥମେ ବିରାଟ କୋହଲି ଓ ପରେ କ୍ୟାପଟେନ୍ ରୋହିତ ଶର୍ମା ବି ଅନ୍ତର୍ଜାତୀୟ ଟି-ଟ୍ବେଣ୍ଟି କ୍ରିକେଟରୁ ନେଲେ ଅବସର ।  ଟ୍ବିଟ୍ କରି ରିଟାୟାରମେଣ୍ଟ ଘୋଷଣା କଲେ ଦୁଇ ମହାନ୍ କ୍ରିକେଟର । ବାର୍ବାଡୋସରେ ଚାଲିଥିବା ଟି-୨୦ ବିଶ୍ୱକପର ମ୍ୟାଚ ପରେ ସେ ଅବସର ବାବଦରେ ଘୋଷଣା କରିଛନ୍ତି। ଏହା ତାଙ୍କର ଶେଷ ଟି-୨୦ ବିଶ୍ବକପ୍ ଥିଲା। 

୧୭ ବର୍ଷ ପରେ ଭାରତ ପୁଣି ଥରେ ଟି-୨୦ ବିଶ୍ବ ଚାମ୍ପିଅନ ହୋଇଛି । ୧୭୭ ରନର ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଦକ୍ଷିଣ ଆଫ୍ରିକା ଆରମ୍ଭରୁ ଦୁଇଟି ଓ୍ବିକେଟ ହରାଇ ଥିଲା । ରେଜା ହେଣ୍ଡରିକ୍ସ ମାତ୍ର ୪ ରନ ଓ ଅଧିନାୟକ ଆଇଡେନ ମାର୍କରାମ ୭ ରନ କରି ଆଉଟ ହୋଇଥିଲେ । କିନ୍ତୁ କ୍ବିଣ୍ଟନ ଡିକକ୍ ଓ ଟ୍ରଷ୍ଟାନ ଷ୍ଟବସ୍ ଏକ ଭଲ ପାର୍ଟନରସିପ କରି ପାଳିକୁ ସମ୍ଭାଳିଥିଲେ । ପରେ ଷ୍ଟବସ ୩୧ ରନ କରି ଆଉଟ ହେବା ପରେ ଡିକକ୍ ଓ ହେନରିକ କ୍ଲାସେନଙ୍କ ମଧ୍ୟରେ ବି ଏକ ଭଲ ପାର୍ଟନରସିପ ହୋଇଥିଲା। ଡିକକ୍ ୩୯ ରନ କରିଥିବାବେଳେ କ୍ଲାସେନ ୫୨ରନ କରିଥିଲେ । ଡେଭିଡ ମିଲର ୨୧ ରନ କରି ଆଉଟ ହୋଇଥିଲେ ।

ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଟିମ୍ ଇଣ୍ଡିଆ ପକ୍ଷରୁ ବିରାଟ କୋହଲି ୭୬ ରନ୍‌ର ଧୂଆଁଧାର ବ୍ୟାଟିଂ କରିଥିଲେ। ସେ ୫୬ଟି ବଲ୍ ଖେଳି ବ୍ୟକ୍ତିଗତ ଭବେ ୭୬ ରନ୍ ସଂଗ୍ରହ କରିଥିଲେ।  ଭାରତ ବିଶ୍ବ ଚାମ୍ପିଅନ୍ ହେବା ପରେ ସାରା ଦେଶରେ ଦୀପାବଳି ଭଳି ପରିବେଶ । ରାତି ସାରା ବାଣ ଫୁଟାଇ ଉତ୍ସବ ମନାଇଲେ କ୍ରିକେଟ୍ ପ୍ରେମୀ । ସବୁଠି ଟିମ୍ ଇଣ୍ଡିଆ ଜିନ୍ଦାବାଦ୍ ନାରା । ବିଦେଶରୁ ବି ଆସିଲା ଶୁଭେଚ୍ଛା ଓ ସେଲିବ୍ରେସନର ଚିତ୍ର । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Rohit Sharma announces retirement from T20 cricket after Virat Kohli | Argus News