Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ପ୍ରବଳ ବର୍ଷା ଯୋଗୁଁ ଦିଲ୍ଲୀ ବିମାନବନ୍ଦରରେ ଅଘଟଣ

National

ପ୍ରବଳ ବର୍ଷା ଯୋଗୁଁ ଦିଲ୍ଲୀ ବିମାନବନ୍ଦରରେ ଅଘଟଣ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ପ୍ରବଳ ବର୍ଷା ଯୋଗୁଁ ଦିଲ୍ଲୀ ବିମାନବନ୍ଦରରେ ଅଘଟଣ

ଅର୍ଗସ ବ୍ୟୁରୋ:  ପ୍ରବଳ ବର୍ଷା ଯୋଗୁଁ ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ଅଘଟଣ । ଭୁଶୁଡ଼ିଲା ଦିଲ୍ଳୀ ବିମାନ ବନ୍ଦର ଛାତ । ଟର୍ମିନାଲ-୧ରେ ଛାତ ଭୁଶୁଡ଼ି ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 5 ଜଣ ଆହତ ହୋଇଛନ୍ତି । ଏକାଧିକ କାର୍ ଭାଙ୍ଗିରୁଜି ଚୁରମାର୍ ହୋଇଯାଇଥିବା ବେଳେ ଏବେ ବି ଭଗ୍ନ ଛାତ ତଳେ ଚାପି ହୋଇ ରହିଛି ଅନେକ କାର । ଅଗ୍ନିଶମ ବାହିନୀ ପକ୍ଷରୁ ଜୋରସୋରରେ ଚାଲିଛି ଉଦ୍ଧାର କାର୍ଯ୍ୟ । ସମସ୍ତ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଭୋର୍ 5.30 ସମୟରେ ଏହି ଅଘଟଣ ଘଟିଛି ।

ପ୍ରବଳ ବର୍ଷାରେ ଉବୁଟୁବୁ ରାଜଧାନୀ ଦିଲ୍ଲୀ । ଫଳରେ ରାସ୍ତା ଜଳମଗ୍ନ ହୋଇଛି । ଅନେକ ସ୍ଥାନରେ ପାଣି ପଶି ସ୍ଥିତି ବେହାଲ୍ ହୋଇଛି । ପରିସ୍ଥିତି ଏପରି ଯେ ଅନେକ ତଳିଆ ଅଞ୍ଚଳରେ ଅତ୍ୟଧିକ ଜଳ ଭର୍ତ୍ତି ହେବା ଯୋଗୁଁ ଯାନବାହାନ ବୁଡ଼ି ରହିଛି । ରାସ୍ତାରେ ପାଣି ଜମି ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଛି । କେତକ ସ୍ଥାନରେ ଯାତାୟତ ଠପ୍ ହୋଇଯିବାର ଦେଖାଯାଇଛି । ଦିଲ୍ଲୀ ସହ ନୋଏଡ଼ାରେ ମଧ୍ୟ ପ୍ରବଳ ବର୍ଷା ଯୋଗୁ ଜଳବନ୍ଦୀ ସମସ୍ୟା ସୃଷ୍ଟି ହୋଇଛି ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
Roof collapses at Delhi airport’s Terminal-1 | Argus News