Videos
|
National

PM Surya Ghar / ବିଜୁଳି ବିଲ୍‌ରୁ ମିଳିବ ମୁକ୍ତି ସରକାର ଦେବେ ୭୮ ହଜାର ସବସିଡି

Rashmita Mishra
Browse all articles by Rashmita Mishra
·1 hour ago·2 min read
ବିଜୁଳି ବିଲ୍‌ରୁ ମିଳିବ ମୁକ୍ତି ସରକାର ଦେବେ ୭୮ ହଜାର ସବସିଡି
PM Surya Ghar

Key Points

ମାସକୁ ୩୦୦ ୟୁନିଟ୍ ବିଜୁଳି ମାଗଣା !
ସୋଲାର ପ୍ୟାନେଲ୍ ଲଗାନ୍ତୁ ପାଆନ୍ତୁ ୭୮ ହଜାର ସବସିଡି ।
ବିଜୁଳି ବିଲ୍‌ରୁ ମିଳିବ ମୁକ୍ତି ସରକାର ଦେବେ ସବସିଡି ।
ଛାତରେ ଲଗାନ୍ତୁ ସୋଲାର କମିଯିବ ବିଜୁଳି ବିଲ୍ ।

ଦେଶରେ ବଢ଼ୁଥିବା ବିଦ୍ୟୁତ ବିଲ୍ ମଧ୍ୟରେ ଘରୋଇ ଉପଭୋକ୍ତାଙ୍କ ପାଇଁ କେନ୍ଦ୍ର ସରକାରଙ୍କ ପିଏମ୍ ସୂର୍ଯ୍ୟ ଘର ମଗଣା ବିଜୁଳି ଯୋଜନା ଏକ ବଡ଼ ସହାୟତା ହୋଇଛି । ଏହି ଯୋଜନା ଅଧୀନରେ ଘରର ଛାତ ଉପରେ ସୋଲାର ପ୍ୟାନେଲ୍ ଲଗାଇବା ପାଇଁ ସରକାର ସବସିଡି ପ୍ରଦାନ କରୁଛନ୍ତି । ଏହା ସହିତ ଯୋଗ୍ୟ ଉପଭୋକ୍ତାମାନେ ମାସକୁ ୩୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତର ସୁବିଧା ପାଇପାରିବେ।

ସରକାରୀ ତଥ୍ୟ ଅନୁସାରେ, ଯୋଜନା ଅଧୀନରେ ଏପର୍ଯ୍ୟନ୍ତ ୫୧ ଲକ୍ଷରୁ ଅଧିକ ଘର ସୋଲାର ଶକ୍ତି ସହ ଯୋଡ଼ି ହୋଇଛନ୍ତି । କେନ୍ଦ୍ର ସରକାରଙ୍କ ଲକ୍ଷ୍ୟ ହେଉଛି ଦେଶର ୧ କୋଟି ଘରକୁ ସୋଲାର ପ୍ୟାନେଲ୍ ମାଧ୍ୟମରେ ଆଲୋକିତ କରିବା ।

୫ କିଲୋୱାଟ୍‌ରେ କେତେ ସବସିଡି ?
ଯୋଜନା ଅନୁସାରେ ୧ କିଲୋୱାଟ୍ ସୋଲାର ସିଷ୍ଟମ୍ ପାଇଁ ୩୦ ହଜାର ଟଙ୍କା ଏବଂ ୨ କିଲୋୱାଟ୍ ପାଇଁ ୬୦ ହଜାର ଟଙ୍କା ପର୍ଯ୍ୟନ୍ତ କେନ୍ଦ୍ରୀୟ ସବସିଡି ମିଳିପାରେ । ୩ କିଲୋୱାଟ୍ କିମ୍ବା ତା’ଠାରୁ ଅଧିକ କ୍ଷମତାର ସୋଲାର ପ୍ୟାନେଲ୍ ପାଇଁ ସର୍ବାଧିକ ୭୮ ହଜାର ଟଙ୍କା ସବସିଡି ନିର୍ଦ୍ଧାରିତ ହୋଇଛି । ତେଣୁ ୫ କିଲୋୱାଟ୍ ସୋଲାର ପ୍ୟାନେଲ୍ ଲଗାଇଲେ ମଧ୍ୟ କେନ୍ଦ୍ରରୁ ସର୍ବାଧିକ ୭୮ ହଜାର ଟଙ୍କା ସବସିଡି ମିଳିବ ।

ଏହା ବ୍ୟତୀତ କିଛି ରାଜ୍ୟ ସରକାର ନିଜସ୍ୱ ଅତିରିକ୍ତ ସବସିଡି ମଧ୍ୟ ଦେଉଛନ୍ତି । ଉଦାହରଣ ସ୍ୱରୂପ, ଉତ୍ତରପ୍ରଦେଶରେ ଯୋଗ୍ୟ ଉପଭୋକ୍ତାଙ୍କୁ ଅତିରିକ୍ତ ୩୦ ହଜାର ଟଙ୍କା ସହାୟତା ମିଳିପାରେ । ଏହାଦ୍ୱାରା ମୋଟ ସହାୟତା ୧.୦୮ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହୋଇପାରେ ।

କିପରି କରିବେ ଆବେଦନ ?
ଯୋଜନା ପାଇଁ ଅନଲାଇନ୍‌ରେ ଆବେଦନ କରିହେବ । ପୋର୍ଟାଲରେ ଯାଇ ‘Apply for Rooftop Solar’ ବିକଳ୍ପ ଚୟନ କରି ରାଜ୍ୟ, ବିଦ୍ୟୁତ ବିତରଣ କମ୍ପାନୀ, ଉପଭୋକ୍ତା ନମ୍ବର, ମୋବାଇଲ୍ ନମ୍ବର ଓ ଇ-ମେଲ୍ ଦେବାକୁ ପଡ଼ିବ । ଫିଜିବିଲିଟି ଅନୁମୋଦନ ପରେ ଡିସ୍କମ୍‌ରେ ପଞ୍ଜୀକୃତ ବିକ୍ରେତାଙ୍କ ମାଧ୍ୟମରେ ସୋଲାର ପ୍ୟାନେଲ୍ ଲଗାଇପାରିବେ । ପରେ ନେଟ୍ ମିଟର ଲଗାଇବା ଓ ଯାଞ୍ଚ ପ୍ରକ୍ରିୟା ଶେଷ ହେଲେ ଆବଶ୍ୟକ ବ୍ୟାଙ୍କ ବିବରଣୀ ଦେଇ ସବସିଡି ପାଇପାରିବେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: