Videos
|
National

ଛେପ ପକାଇ ସେକୁଛନ୍ତି ରୁଟି: ଭିଡିଓ ଭାଇରାଲ

Ritu Das
Browse all articles by Ritu Das
·1 year ago·2 min read
ଛେପ ପକାଇ ସେକୁଛନ୍ତି ରୁଟି: ଭିଡିଓ ଭାଇରାଲ

ଅର୍ଗସ ବ୍ୟୁରୋ: ଗତ କିଛି ଦିନର ବ୍ୟବଧାନ ପରେ ପୁଣିଥରେ ରୁଟିରେ ଛେପ ମିଶିଥିବା ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଆପଣ କଥାଟା ଅଡ଼ୁଆ ଲାଗୁଥାଇପାରେ କିନ୍ତୁ ଏହା ଏକଦମ ସତ। ନୂଆଦିଲ୍ଲୀ ପରେ ଉତ୍ତରପ୍ରଦେଶରୁ ସାମ୍ନାକୁ ଆସିଛି ଏହି ଅଭାବନୀୟ ଘଟଣା। ଉତ୍ତରପ୍ରଦେଶର ବାଗପତକ ଏକ ଚିକେନ କର୍ଣ୍ଣର ନାମରେ ଏହି ଅଭିଯୋଗ ଆସିଛି । ଉକ୍ତ ହୋଟେଲରେ ଯୁବକ ଜଣକ ରୁଟି କରିବା ସମୟରେ ଛେପ ଲଗାଉଥିବା ଦେଖାଯାଇଛି । ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଲୋକମାନେ ଦୋକାନୀଙ୍କ ଉପରେ ବିଶ୍ବାସ କରି ଖାଦ୍ୟ କିଣିକି ଖାଉଛନ୍ତି। କିନ୍ତୁ ଯଦି ଦୋକାନୀମାନେ ଏଭଳି କରିବେ ତାହେଲେ ବିଶ୍ବାସ କାହାକୁ କରାଯିବ। ଆଉ ଯେଉଁମାନେ ଏଭଳି ହୀନମାନସିକତାର କାମ କରୁଛନ୍ତି। ସେମାନଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର। 

 

ରୁଟି ତିଆରି କରୁଥିବା ଯୁବକ ରୁଟିକୁ ସେକିବା ପୂର୍ବରୁ ପ୍ରତ୍ୟେକ ଥର ଛେପ ପକାଉଥିବା ଦେଖାଯାଇଛି । ହୋଟେଲରେ ଖାଇବାକୁ ଯାଇଥିବା ଯୁବକ ଜଣକ ଏହି ଭାଇରାଲ ଭିଡିଓ ଶେୟାର କରିଛନ୍ତି । ଏହି ଭିଡିଓ ସାମ୍ନାକୁ ଆସିବା ପରେ ୟୁଜର୍ସମାନେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। 
ଏହି ଭିଡିଓଟି ସହରର କୋଟୱାଲି ଅଞ୍ଚଳର ତାତିରୀ ସହରରେ ଅବସ୍ଥିତ ଏକ ଚିକେନ୍ କର୍ଣ୍ଣରର । 1 ମିନିଟର ଭିଡିଓରେ ଯୁବକ ଜଣକ ତିନିଥର ରୁଟି ଉପରେ ଛେପ ପକାଇଥିବାର ନଜର ଆସିଥିଲେ । ଏହାର ଏକ ଭିଡିଓ ପ୍ରସ୍ତୁତ କରି ଯୁବକ ଏହାକୁ ଭାଇରାଲ କରିଥିଲେ ଏବଂ ଏହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିଓକୁ ଆଧାର କରି ପୋଲିସ ମଧ୍ୟ ଜାଗ୍ରତ ହୋଇଛି । ବାଗପତ ପୋଲିସର କହିବା ଅନୁସାରେ, ମାମଲାର ଯାଞ୍ଚ କରାଯାଉଛି । ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଖବର ଅନୁସାରେ, ବାଗପତର ଏହା ତୃତୀୟ ଭିଡିଓ । ପ୍ରଥମେ ଦିଲ୍ଲୀର ଗଜିଆବାଦରେ ଜଣେ ଜୁସ୍ ବେପାରୀ ପରିସ୍ରା ମିଶାଉଥିବା ଖବର ସାମ୍ନାକୁ ଆସିଥିଲା । ଖବର ସାମ୍ନାକୁ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା । ଏହାପରେ ଗ୍ରେଟର ନୋଏଡାରୁ ମଧ୍ୟ ଏକ ଖବର ସାମ୍ନାକୁ ଆସିଥିଲା । ଏଥିରେ ମଧ୍ୟ ରୁଟିରେ ଛେପ ପକାଉଥିବା ଦେଖାଯାଇଥିଲା । ତେବେ ଏଭଳି ଭିଡିଓ ବାରମ୍ବାର ଭାଇରାଲ ହେବା ପରେ ହୋଟେଲରେ ଖାଇବା ପାଇଁ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି। 

ଅଧିକ ପଢ଼ନ୍ତୁ ଭାରତ ଖବର