Viral Video / ଟ୍ରେନ୍ରୁ ମହିଳାଙ୍କ ଫୋନ୍ ଭିଡ଼ି ନେଇଗଲେ RPF ଅଧିକାରୀ, ଭିଡିଓ ଭାଇରାଲ୍

Key Points
ଭାଇରାଲ୍ ଭିଡିଓରେ ଦେଖା ଯାଉଛି, ଜଣେ ମହିଳା ଯାତ୍ରୀ ଝରକା ସିଟ୍ରେ ବସି ମୋବାଇଲ୍ ଦେଖୁଥିବା ବେଳେ ଆରପିଏଫ୍ ଅଧିକାରୀ ରିତୁ ରାଜୁ ଚୌଧୁରୀ ହାତରୁ ମୋବାଇଲ୍ ଛଡ଼ାଇ ଆଣୁଛନ୍ତି । ଏହାପରେ ସେ ମହିଳାଙ୍କୁ ବୁଝାଉଥିବା ଦେଖିବାକୁ ମିଳିଛି ।
ନୂଆଦିଲ୍ଲୀ: ଝାମ୍ପି ନେଲେ ମହିଳା ଯାତ୍ରୀଙ୍କ ମୋବାଇଲ୍ । ଟ୍ରେନ୍ ଯାତ୍ରା ବେଳେ ଯାତ୍ରୀଙ୍କୁ ଦେଲେ ଶିକ୍ଷା । ରେଲୱେ ସୁରକ୍ଷା ଫୋର୍ସ (RPF)ର ଜଣେ ଅଧିକାରୀ ମହିଳାଙ୍କ ଠାରୁ ଝରକା ବାଟେ ଫୋନ୍ ନେଇଯିବାର ଭିଡିଓ ଭାଇରାଲ୍ ହେଉଛି ।
ଭାଇରାଲ୍ ଭିଡିଓରେ ଦେଖା ଯାଉଛି, ଜଣେ ମହିଳା ଯାତ୍ରୀ ଝରକା ସିଟ୍ରେ ବସି ମୋବାଇଲ୍ ଦେଖୁଥିବା ବେଳେ ଆରପିଏଫ୍ ଅଧିକାରୀ ରିତୁ ରାଜୁ ଚୌଧୁରୀ ହାତରୁ ମୋବାଇଲ୍ ଛଡ଼ାଇ ଆଣୁଛନ୍ତି । ଏହାପରେ ସେ ମହିଳାଙ୍କୁ ବୁଝାଉଥିବା ଦେଖିବାକୁ ମିଳିଛି ।
📱 Get Argus News App
✨
ଏଭଳି ଭିଡିଓ ସେୟାର କରୁଥିବା ରିତୁ ରାଜୁ ବେଶ ଲୋକପ୍ରିୟ । ଏଭଳି ସଚେତନତା ପୂର୍ଣ୍ଣ ଭିଡିଓ ସୁଟ୍ କରି ସେ ସୋସିଆଲ୍ ମିଡିଆରେ ପୋଷ୍ଟ କରନ୍ତି । ଭାରତର ରେଲୱେ ଷ୍ଟେସନ ସେ ବିଦେଶରେ ବି ଏଭଳି କରିଛନ୍ତି ।
ଏବେ ଭାଇରାଲ୍ ହେଉଥିବା ଭିଡିଓରେ ଦେଖାଯାଉଛି, ଏକ ଟ୍ରେନ୍ର ସ୍ଲିପର ସିଟ୍ରେ ଝରକାକୁ ଲାଗି ମହିଳା ବସି ମୋବାଇଲ୍ ଦେଖୁଛନ୍ତି । ସେହି ସମୟରେ ମହିଳା କିଛି ବୁଝିବା ଆଗରୁ ରିତୁ ଜିତୁ ମୋବାଇଲ୍ ଛଡ଼ାଇ ନେଉଛନ୍ତି ।
ଏହି ଭିଡିଓ ଇନଷ୍ଟାଗ୍ରମରେ ପୋଷ୍ଟ କରି ରିତୁ ଜିତୁ ଲେଖିଛନ୍ତି, "ଯତ୍ନବାନ ନ ହୋଇ ମହିଳା ଜଣଙ୍କ ମୋବାଇଲ୍ ଦେଖୁଥିବା ବେଳେ ସେ ମୋବାଇଲ୍ ଝାମ୍ପି ନେଇ ଶିକ୍ଷା ଦେଇଛନ୍ତି । ଯାତ୍ରୀଙ୍କ ସୁରକ୍ଷା ପାଇଁ RPF ଅଛି, କିନ୍ତୁ ଯାତ୍ରୀ ବି ସଚେତନ ହେବା ସହ ସତର୍କ ରହିବା ଜରୁରୀ । ସତର୍କ ରହିଲେ ଏଭଳି ସ୍ଥିତି ଏଡ଼ାଇ ପାରିବେ ।"
ରିତୁ ଜିତୁଙ୍କ ଏହି ଭାଇରାଲ୍ ଭିଡିଓକୁ ଏଯାବତ୍ ୩.୪ ମିଲିୟନରୁ ଅଧିକ ଲୋକ ଦେଖି ସାରିଥିବା ବେଳେ ଶହ ଶହ କମେଣ୍ଟ ଆସିଛି । ଆଉ ସୋସିଆଲ୍ ମିଡିଆରେ ଏଭଳି ଭିଡିଓ ସେୟାର କରିବା ରିତୁ ଜିତୁଙ୍କୁ କରିଛି ବେଶ ଲୋକପ୍ରିୟ ।
ଏଥିସହ ପଢ଼ନ୍ତୁ: Asia Cupକୁ ନେଇ ପାକିସ୍ତାନର ମନ୍ତ୍ରୀ ନକଭୀଙ୍କ ନୂଆ ନିର୍ଦ୍ଦେଶ
ରିତୁ ଜିତଙ୍କୁ ପୋଷ୍ଟରେ ଅନ୍ୟ ସୋସିଆଲ୍ ମିଡିଆ ୟୁଜର ତାଙ୍କର ଏଭଳି କାମକୁ ପ୍ରଶଂସା କରିଛନ୍ତି । ଜଣେ ଲେଖିଛନ୍ତି, "ଆପଣଙ୍କୁ ନେଇ ଆମେ ଗର୍ବିତ, ଲୋକଙ୍କୁ ସଚେତନ କରିବା ନିହାତି ଗୁରୁତ୍ଵପୂର୍ଣ୍ଣ ।" ଆଉ ଜଣେ ଲେଖିଛନ୍ତି, ଏଭଳି ପଦକ୍ଷେପ ଖୁବ କ୍ଵଚିତ୍ ଦେଖିବାକୁ ମିଳେ ।
Related Topics
Explore more stories