Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଚର୍ଚ୍ଚାରେ RPF ରୀନା, ଯିଏ ଦେଖୁଛି ସିଏ କହୁଛି ମା'ତୁମକୁ ଶତ ନମନ

National

ଚର୍ଚ୍ଚାରେ RPF ରୀନା, ଯିଏ ଦେଖୁଛି ସିଏ କହୁଛି ମା'ତୁମକୁ ଶତ ନମନ

Ritu Das
Browse all articles by Ritu Das
·1 year ago·1 min read
ଚର୍ଚ୍ଚାରେ RPF ରୀନା, ଯିଏ ଦେଖୁଛି ସିଏ କହୁଛି ମା'ତୁମକୁ ଶତ ନମନ

ନାରୀଟିଏ ଯେପରି ପଣ କରିଥାଏ, କିଛି ବି ପରିସ୍ଥିତି ଆସୁ ସେ ତାର ଦାୟିତ୍ୱକୁ ସୂଚାରୁ ରୂପରେ ତୁଲାଇବ। ମା’ ହୋଇ ତା’ ପଣତ କାନିରେ ସନ୍ତାନକୁ କୋଳେଇ ନେଇ ପାରୁଥିବ ଅନ୍ୟପଟେ ଦେଶ ମାଟିକୁ ସୁରକ୍ଷା ଦେବାପାଇଁ କରିଥିବା ସଂକଳ୍ପକୁ ମଧ୍ୟ ଭଲ ଭାବରେ ସମ୍ଭାଳି ନେଉଥିବ। ଗୋଟେ ମା’ ହିଁ ସବୁକିଛି କରିପାରେ। ନାରୀ ଶକ୍ତିର ଏମିତି ଏକ ଉଦାହରଣ ଦେଖିବାକୁ ମିଳିଛି ଦିଲ୍ଲୀ ଷ୍ଟେଶନରେ। ଗୋଟିଏ ହାତରେ ନବଜାତକୁ ଜାବୁଡି ଧରି, ଅନ୍ୟ ଏକ ହାତରେ ଲାଠି ଧରି ଭିଡକୁ ନିୟନ୍ତ୍ରଣ କରୁଛନ୍ତି ଜଣେ ଆରପିଏଫ୍‌। ଗୋଟିଏ ପଟେ ଦେଶକୁ ଦେଇଥିବା ପ୍ରତିଶ୍ରୁତି ଓ ଅନ୍ୟପଟେ ଛୁଆକୁ ଦେଇଥିବା ପ୍ରତିଶ୍ରୁତିକୁ ଏକା ସାଙ୍ଗେ ନିଖୁଣ ଭାବରେ ତୁଲାଉଥିଲେ RPF ରୀନା।


ତାଙ୍କୁ ଦେଖି ରେଲୱେ ଷ୍ଟେଶନରେ ଯା’ଆସ କରୁଥିବା ଲୋକେ ସାଲ୍ୟୁଟ ମାରଛନ୍ତି। କହୁଥାନ୍ତି ମା’ ତୁଝେ ସଲାମ । କହିବେନି ବା କେମିତି ଏଭଳି ପରିସ୍ଥିତିରେ ମା’ଙ୍କୁ ଯିଏ ଦେଖିଛି ସେ ଠିକ୍‌ ବୁଝି ପାରିଥିବେ, ଗୋଟେ ମା’ ଅସମ୍ଭବକୁ ସମ୍ଭବ କରିପାରେ। ଏବେ କୁମ୍ଭ ମେଳାକୁ ନେଇ ନୂଆଦିଲ୍ଲୀ ରେଳ ଷ୍ଟେଶନରେ ପ୍ରବଳ ଭିଡ। ଦଳାଚକଟା ଜନିତ ମୃତ୍ୟୁ ଘଟଣା ପରେ ରେଳ ବିଭାଗ ସତର୍କ ହୋଇପଡ଼ିଛି ଏବଂ RPF ନିୟୋଜିତ ବୃଦ୍ଧି କରାଯାଇଛି। ଆଉ ଏହାରି ମଧ୍ୟରେ ରୀନାଙ୍କର ଡବଲ ଡ୍ୟୁଟି ସମସ୍ତିଙ୍କର ଦୃଷ୍ଟି ଆକର୍ଷଣ କରିଛି । ତାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
RPF Reena in the news, everyone who sees her says, "Ma'am, you are great forever" | Argus News