Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Cyber Crime: ପୂର୍ବତନ ବିଧାୟକଙ୍କୁ ଲୁଟିଲେ ନକଲି ଜଜ୍‌, ଡିସିପି କରିଥିଲେ ଡିଜିଟାଲ ଆରେଷ୍ଟ !

Satyendu Sekhar Mishra
Browse all articles by Satyendu Sekhar Mishra
·10 months ago·2 min read
Cyber Crime: ପୂର୍ବତନ ବିଧାୟକଙ୍କୁ ଲୁଟିଲେ ନକଲି ଜଜ୍‌, ଡିସିପି କରିଥିଲେ ଡିଜିଟାଲ ଆରେଷ୍ଟ !

Key Points

ସେମାନେ ଏପରି ଧମକ ମଧ୍ୟ ଦେଇଥିଲେ ଯେ ମୁମ୍ବାଇରେ ତାଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ ହୋଇଛି ଏବଂ ତାଙ୍କୁ ଶୀଘ୍ର ଗିରଫ କରାଯିବ।

ଟେକ୍ନୋଲେଜିର ବର୍ଦ୍ଧିତ ବ୍ୟବହାର ସହିତ, ଠକେଇର ବ୍ୟବସାୟ ମଧ୍ୟ ଶୀର୍ଷରେ ପହଞ୍ଚିଛି। ଏବେ ଠକମାନେ ଟେକ୍ନୋଲୋଜିର ବ୍ୟବହାର କରି ବିଭିନ୍ନ ଉପାୟରେ ଲୋକଙ୍କୁ ଠକୁଛନ୍ତି। ନିକଟ ଅତୀତରେ କର୍ଣ୍ଣାଟକ ବିଦର ଜିଲ୍ଲାର ଔରଦ ବିଧାନସଭାର ପୂର୍ବତନ ବିଧାୟକ ମଧ୍ୟ ଏପରି ଠକେଇର ଶିକାର ହୋଇଛନ୍ତି। ଠକମାନେ ତାଙ୍କୁ ଏକ ସପ୍ତାହ ପର୍ଯ୍ୟନ୍ତ ଡିଜିଟାଲ ଆରେଷ୍ଟ କରି ତାଙ୍କଠାରୁ ୩୧ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।

ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଅଗଷ୍ଟ ୧୨ ତାରିଖ ସନ୍ଧ୍ୟା ୫ଟାରେ ଏହି ଠକେଇ ଆରମ୍ଭ ହେଲା । ଯେତେବେଳେ କି ପୂର୍ବତନ ବିଧାୟକଙ୍କୁ ଠକମାନେ ହ୍ୱାଟ୍ସଆପ୍‌ରେ କଲ୍ କରିଥିଲେ । ଠକମାନେ ନିଜକୁ ସିବିଆଇ ଅଧିକାରୀ ଭାବରେ ପରିଚୟ ଦେଇଥିଲେ ଏବଂ ତାଙ୍କୁ ମନି ଲଣ୍ଡରିଂରେ ସମ୍ପୃକ୍ତ ଥିବା ଦର୍ଶାଇଥିଲେ। ଠକମାନେ ବିଧାୟକଙ୍କୁ କହିଥିଲେ ଯେ ତାଙ୍କ ନାମରେ ବ୍ୟାଙ୍କ ଆକାଉଣ୍ଟ ଏବଂ ଡେବିଟ୍ କାର୍ଡ ମିଳିଛି। ସେମାନେ ଏପରି ଧମକ ମଧ୍ୟ ଦେଇଥିଲେ ଯେ ମୁମ୍ବାଇରେ ତାଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ ହୋଇଛି ଏବଂ ତାଙ୍କୁ ଶୀଘ୍ର ଗିରଫ କରାଯିବ।

ଡିଜିଟାଲ ଆରେଷ୍ଟ ନାଟକ କରିଥିଲେ


ବିଧାୟକ ଏହି ମାମଲାରେ ନିଜକୁ ନିର୍ଦ୍ଦୋଷ ବୋଲି ଦାବି କରିଥିଲେ, ଯାହା ପରେ କଲ୍ ଅନ୍ୟ ଜଣଙ୍କୁ ସ୍ଥାନାନ୍ତର କରାଯାଇଥିଲା। ସେ ନିଜକୁ ଡିସିପି ନୀରଜ କୁମାର ବୋଲି କହିଥିଲେ । ସେ କହିଥିଲେ ଯେ ଆପଣଙ୍କ ବୟସ ଏବଂ ଆପଣଙ୍କ ପୃଷ୍ଠଭୂମିକୁ ବିଚାରକୁ ନେଇ ଆପଣଙ୍କୁ ଡିଜିଟାଲ ଆରେଷ୍ଟ କରାଯାଇଛି। ଏହା ପରେ, ଭିଡିଓ କଲରେ ଏକ ନକଲି ପୋଲିସ ଷ୍ଟେସନ ଦେଖାଯାଇଥିଲା ଏବଂ ମାମଲା ବିଷୟରେ ନିଶ୍ଚିତ କରିବା ପାଇଁ ନକଲି ପରିଚୟପତ୍ର ଏବଂ ଫାଇଲ ମଧ୍ୟ ଦେଖାଇଥିଲେ ଠକମାନେ।

ଜଣେ ନକଲି ବିଚାରପତିଙ୍କ ନିର୍ଦ୍ଦେଶରେ ପ୍ରାୟ ୩୧ ଲକ୍ଷ ଟଙ୍କା ସ୍ଥାନାନ୍ତରିତ କରିଥିଲେ ପୂର୍ବତନ ବିଧାୟକ। ଏହା ପରଦିନ, ତାଙ୍କୁ ଭିଡିଓ କଲ୍ ମାଧ୍ୟମରେ ନକଲି ବିଚାରପତିଙ୍କ ସମ୍ମୁଖରେ ହାଜର କରାଯାଇଥିଲା। ବିଚାରପତି ତାଙ୍କୁ ୧୦.୯୯ ଲକ୍ଷ ଟଙ୍କା ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ, ଅଗଷ୍ଟ ୧୮ ତାରିଖରେ, ତାଙ୍କୁ ପୁଣି ଥରେ ଭିଡିଓ କଲ୍ ମାଧ୍ୟମରେ ବିଚାରପତିଙ୍କ ସମ୍ମୁଖରେ ହାଜର କରାଯାଇଥିଲା, ଯେଉଁଠାରେ ଶୁଣାଣି ସମୟରେ ତାଙ୍କୁ ଆଉ ୨୦ ଲକ୍ଷ ଟଙ୍କା ଜମା କରିବାକୁ କୁହାଯାଇଥିଲା। ବିଧାୟକଙ୍କୁ କୁହାଯାଇଥିଲା ଯେ ତଦନ୍ତ ପରେ ଏହି ଟଙ୍କା ତାଙ୍କୁ ଫେରସ୍ତ କରାଯିବ। ପୂର୍ବତନ ବିଧାୟକ ଜଣକ ଭୟରେ ଠକଙ୍କ ଜାଲରେ ପଡ଼ିଗଲେ ଏବଂ ଉଭୟ ଥର ସେ RTGS ମାଧ୍ୟମରେ ଠକଙ୍କ ଆକାଉଣ୍ଟକୁ ଟଙ୍କା ସ୍ଥାନାନ୍ତର କରିଥିଲେ।

ଠକମାନେ ଅଗଷ୍ଟ ୧୯ ପର୍ଯ୍ୟନ୍ତ ତାଙ୍କୁ ପଚରାଉଚରା କରି ଚାଲିଥିଲେ। ସେମାନେ ତାଙ୍କ ବ୍ୟାଙ୍କ ବିବରଣୀ ମଧ୍ୟ ପାଇଥିଲେ। କିନ୍ତୁ ଯେତେବେଳେ ବିଧାୟକଙ୍କର ସନ୍ଦେହ ବଢ଼ିଥିଲା, ସେ ତାଙ୍କ ପରିବାର ଏବଂ ବନ୍ଧୁମାନଙ୍କୁ ପୂରା ଘଟଣା ବିଷୟରେ ଜଣାଇଥିଲେ । ଏହା ପରେ ସେପ୍ଟେମ୍ବର ୬ରେ ସାଇବର କ୍ରାଇମ ପୋଲିସ ଦ୍ୱାରା ଏକ ଅଭିଯୋଗ ଦାଖଲ କରାଯାଇଥିଲା।

ପୋଲିସ ଅଭିଯୁକ୍ତଙ୍କ ବିରୁଦ୍ଧରେ ଠକେଇ, ଜାଲିଆତି ଏବଂ ଆଇଟି ଆଇନ ଅନୁଯାୟୀ ମାମଲା ରୁଜୁ କରିଛି ଏବଂ ଠକମାନଙ୍କୁ ମଧ୍ୟ ଖୋଜୁଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Rs 31 Lakh Gone In 8 Days: How Ex-Karnataka MLA Got Conned By Fake Judge | Argus News