Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଡିଜିଟାଲ୍ କାରବାରରେ ଭାରତ ବିଶ୍ୱକୁ ଆଗେଇ ନେଉଛି 

Smruti Parija
Browse all articles by Smruti Parija
·1 year ago·2 min read
ଡିଜିଟାଲ୍ କାରବାରରେ ଭାରତ ବିଶ୍ୱକୁ ଆଗେଇ ନେଉଛି 

Key Points

  • ଡିଜିଟାଲ୍ କାରବାରରେ ଭାରତ ବିଶ୍ୱକୁ ଆଗେଇ ନେଉଛି 
  • ବଢୁଛି UPIର ଲୋକପ୍ରିୟତା
  • ଏପ୍ରିଲ ରୁ ଜୁଲାଇ ମାସ ମଧ୍ୟରେ UPIରେ 81 ଲକ୍ଷ କୋଟି ଟଙ୍କାର କାରବାର 

ଅର୍ଗସ ବ୍ୟୁରୋ: ଆଜିକାଲି ଡିଜିଟାଲ ପେମେଣ୍ଟ ପ୍ରାୟ ସମସ୍ତଙ୍କ କ୍ଷେତ୍ରରେ ଗ୍ରହଣୀୟ । ହାତରେ ଟଙ୍କା ଧରିବା ଅପେକ୍ଷା ଡିଜିଟାଲ ପେମେଣ୍ଟ କରିବାକୁ ବେଶୀ ପସନ୍ଦ କରୁଛନ୍ତି ଲୋକେ । ଏମିତିକି ପରିସ୍ଥିତି ଏବେ ଏମିତି ହେଲାଣି ଯେ ଯଦି ଆମେ ଟଙ୍କା ବି ଦେଉଛେ ଦୋକାନୀ ତାଙ୍କ ଆଡୁ କହିଦଉଛନ୍ତି ଚେଞ୍ଜ୍ ନାହିଁ । upi କରିଦିଅ । ଏମିତିକି upi ରେ ଆମେ ଚୀନ ଓ ବ୍ରାଜିଲ୍ କୁ ବି କାଟି ସାରିଲୁଣି । 

 

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଚଳିତ ବର୍ଷ ଏପ୍ରିଲ ରୁ ଜୁଲାଇ ମାସ ମଧ୍ୟରେ upi ରେ 81 ଲକ୍ଷ କୋଟି ଟଙ୍କାର କାରବାର ହୋଇଛି । ଯାହା ଗତ ବର୍ଷ ତୁଳନାରେ ଚଳିତ ବର୍ଷ 37% ବୃଦ୍ଧି ହୋଇଛି । 

'ଗ୍ଲୋବାଲ୍ ପେମେଣ୍ଟ୍ ହବ୍ ପେ ସିକ୍ୟୁଅର୍' ର ରିପୋର୍ଟ ଅନୁଯାୟୀ, upiରେ ପ୍ରତି ସେକେଣ୍ଡ୍ ପିଛା 3,729.1 ଟଙ୍କା ଟ୍ରାନଜାକସନ୍ ହେଉଛି । ଟ୍ରାନଜାକସନ୍ ରେ ଚୀନର ଆଲିପେ, ପେ ପଲ୍, ଓ ବ୍ରାଜିଲ୍ ର ପିକ୍ସ୍ କୁ ବି କାଟି ସାରିଲାଣି ଭାରତ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଜୁଲାଇରେ upi ଟ୍ରାନଜାକସନ୍ 20.6 ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି । ଯାହା ଗୋଟେ ମାସରେ ସବୁଠୁ ଅଧିକ । 

UPI କାରବାରର ମୂଲ୍ୟ କ୍ରମାଗତ ତିନିମାସ ପାଇଁ 20 ଲକ୍ଷ କୋଟିରୁ ଅଧିକ ରହିଛି । ଅନୁସନ୍ଧାନରୁ ଜଣାପଡିଛି ଯେ ଡିଜିଟାଲ୍ କାରବାରରେ ଭାରତ ବିଶ୍ୱକୁ ଆଗେଇ ନେଉଛି । 40 ପ୍ରତିଶତରୁ ଅଧିକ ଡିଜିଟାଲ୍ ପେମେଣ୍ଟ ହୋଇଛି ।  

NPCIର ସିଇଓ ଦିଲ୍ଲୀପ ଆବସେଙ୍କ କହିବାନୁଯାୟୀ, ଆଗାମୀ 10-15 ବର୍ଷ ମଧ୍ୟରେ ୟୁପିଆଇ 100 ବିଲିୟନ କାରବାରକୁ ଛୁଇଁବାର କ୍ଷମତା ରଖିଛି । UPI ରେ କ୍ରେଡିଟ୍ ଆରମ୍ଭ ହୋଇସାରିଛି ଏବଂ ଦୁଇ ସପ୍ତାହ ମଧ୍ୟରେ ବିଜ୍ଞାପନ ପ୍ରକାଶ ପାଇବ ।

ସରକାରୀ ଆକଳନରୁ ଜଣାପଡିଛି ଯେ ଜୁନ୍ ମାସରେ UPI ରେ 13.89 ବିଲିୟନ କାରବାର ରେକର୍ଡ କରାଯାଇଥିଲା । ଯାହା ମେ ମାସରେ 14.04 ବିଲିୟନ ଥିଲା । PwC ଇଣ୍ଡିଆ ରିପୋର୍ଟ ଅନୁଯାୟୀ, ୟୁପିଆଇ ଉପରେ କାରବାର ସଂଖ୍ୟା 2023-24 ମସିହାରେ ପ୍ରାୟ 131 ବିଲିୟନରୁ 2028-29 ସୁଦ୍ଧା 439 ବିଲିୟନକୁ ବୃଦ୍ଧି ପାଇଁ ଲକ୍ଷ୍ୟ ରଖାଯାଇଛି ।  
ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଅନୁଯାୟୀ, ଡିଜିଟାଲ ପେମେଣ୍ଟର ରେସପନ୍ସକୁ ଦେଖି ଆପେକ୍ସ ବ୍ୟାଙ୍କ ବର୍ତ୍ତମାନ “UPI ଏବଂ RuPay କୁ ବିଶ୍ୱବ୍ୟାପୀ” କରିବା ଉପରେ ଧ୍ୟାନ ଦେଉଛି ।
 

Sponsored
rs-81-lakh-crore-worth-transactions-processed-by-upi-in-april-july | Argus News