Videos
|
National

RSS Vijayadashami Celebration / ଆଜି ନାଗପୁରରେ ଆୟୋଜିତ ହେବ ଆରଏସଏସର ବାର୍ଷିକ ବିଜୟାଦଶମୀ ଉତ୍ସବ

Argus News
Browse all articles by Argus News
·38 mins ago·1 min read
ଆଜି ନାଗପୁରରେ ଆୟୋଜିତ ହେବ ଆରଏସଏସର ବାର୍ଷିକ ବିଜୟାଦଶମୀ ଉତ୍ସବ
India

Key Points

ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ତଥା RSSର ବାର୍ଷିକ ବିଜୟାଦଶମୀ ଉତ୍ସବ ଆୟୋଜିତ ହେବ
ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ତଥା RSSର ବାର୍ଷିକ ବିଜୟାଦଶମୀ ଉତ୍ସବ ଆଜି ନାଗପୁରର ରେଶମବାଗ ମୈଦାନଠାରେ ଆୟୋଜିତ ହେବ। ସଂଘର ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥିମାନଙ୍କ ସହ ସରସଂଘଚାଳକ ଡକ୍ଟର ମୋହନ ଭାଗବତ ସାମିଲ ହେବେ। ଆଜି ନାଗପୁରର ରେଶମବାଗ ମୈଦାନରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ବା RSS ର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବାର୍ଷିକ ବିଜୟାଦଶମୀ ଉତ୍ସବ ଅନୁଷ୍ଠିତ ହେବ।

ଏହି ଅବସରରେ ସଂଘର ପାରମ୍ପରିକ ଶସ୍ତ୍ର ପୂଜା ଅନୁଷ୍ଠିତ ହେବେ। ସରସଂଘଚାଳକ ଡକ୍ଟର ମୋହନ ଭାଗବତ ଦେଶବାସୀଙ୍କୁ ନିଜର ପାରମ୍ପରିକ ବାର୍ଷିକ ଅଭିଭାଷଣ ପ୍ରଦାନ କରିବେ। ଚଳିତ ବର୍ଷର ଏହି କାର୍ଯ୍ୟକ୍ରମରେ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରର ଅନେକ ବିଶିଷ୍ଟ ବ୍ୟକ୍ତି ବିଶେଷ ଅତିଥି ଭାବେ ଯୋଗ ଦେବେ। ଆଜିର ଏହି କାର୍ଯ୍ୟକ୍ରମରେ ପ୍ରମୁଖ ହିନ୍ଦୀ ଦୈନିକ ‘ଦୈନିକ ଜାଗରଣ’ର ପ୍ରଧାନ ସମ୍ପାଦକ ସଞ୍ଜୟ ଗୁପ୍ତା ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। କାର୍ଯ୍ୟକ୍ରମର ସବୁଠାରୁ ବଡ଼ ଆକର୍ଷଣ ପାରମ୍ପରିକ ‘ଶସ୍ତ୍ର ପୂଜା’କୁ ସରସଂଘଚାଳକ ମୋହନ ଭାଗବତ ସ୍ୱୟଂସେବକମାନଙ୍କ ସହ ମିଶି ସମ୍ପନ୍ନ କରିବେ।

ଏହି ଅବସରରେ ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଏବଂ ମୁମ୍ବାଇରେ ଅବସ୍ଥିତ ଇସ୍ରାଏଲର କନସୁଲ ଜେନେରାଲ ୟାନିଭ୍ ରେଭାଚ ବିଶେଷ ନିମନ୍ତ୍ରିତ ଅତିଥି ଭାବେ ଉପସ୍ଥିତ ରହିବେ। ଏହାସହିତ ନାଗପୁର ସମେତ ସାରା ଦେଶର ବିଭିନ୍ନ ଆଞ୍ଚଳିକ ଶାଖାରେ ସ୍ୱୟଂସେବକମାନଙ୍କ ଦ୍ୱାରା ପାରମ୍ପରିକ ବ୍ୟାଣ୍ଡ ‘ଘୋଷ ବାଦନ’ ସହ ଶୃଙ୍ଖଳିତ ‘ପଥ ସଞ୍ଚାଳନ’ ବା ରୁଟ୍ ମାର୍ଚ୍ଚ କରାଯିବ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: