Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

RSS / ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଶତବାର୍ଷିକୀ ସମାରୋହ

Banajyotshna Ray
Browse all articles by Banajyotshna Ray
·9 months ago·2 min read
ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଶତବାର୍ଷିକୀ ସମାରୋହ

Key Points

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଶତବାର୍ଷିକୀ ସମାରୋହ
ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ସ୍ୱତନ୍ତ୍ର ବିଜୟା ଦଶମୀ ସମାରୋହ
ଆରଏସଏସ୍ ପ୍ରତିଷ୍ଠାତା କେ.ବି ହେଡଗେଓ୍ବାରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ନାଗପୁରର ରେଶମବାଗରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ବିଜୟାଦଶମୀ ଉତ୍ସବ । RSSର ଶତବାର୍ଷିକୀ ବର୍ଷ ପାଳନ ପାଇଁ ସ୍ୱତନ୍ତ୍ର ବିଜୟାଦଶମୀ ସମାରୋହ । ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ RSS ମୁଖ୍ୟ ମୋହନ ଭାଗବତ RSSର ପ୍ରତିଷ୍ଠାତା କେ.ବି ହେଡଗେଓ୍ବାରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହି ଅବସରରେ ମୋହନ ଭାଗବତ କହିଛନ୍ତି- "ସୀମା ପାରରୁ ଆତଙ୍କବାଦୀମାନେ ୨୬ ଜଣ ଭାରତୀୟଙ୍କୁ ସେମାନଙ୍କ ଧର୍ମ ପଚାରି ହତ୍ୟା କରିଥିଲେ । ନୀରିହ ଲୋକଙ୍କ ଜୀବନ ନେଇଥିବା ଆତଙ୍କୀକୁ କଡା ଜବାବ ଦେଇଛି ଭାରତୀୟ ସେନା । ଦେଶ ଆତଙ୍କୀ ଆକ୍ରମଣ ପାଇଁ ଶୋକ ଏବଂ କ୍ରୋଧିତ ଥିଲା ।


ସମ୍ପୂର୍ଣ୍ଣ ପ୍ରସ୍ତୁତି ସହିତ, ଆମର ସରକାର ଏବଂ ସଶସ୍ତ୍ର ବାହିନୀ ଉପଯୁକ୍ତ ଜବାବ ଦେଇଥିଲେ । ସରକାରଙ୍କ ସମର୍ପଣ, ସଶସ୍ତ୍ର ବାହିନୀର ବୀରତ୍ୱ ଏବଂ ସମାଜରେ ଏକତା ଦେଶରେ ଏକ ଆଦର୍ଶ ପରିବେଶ ଉପସ୍ଥାପନ କରିଥିଲା । ଏହି ଘଟଣା ଏବଂ ଆମର ଅପରେସନ ପରେ ବିଭିନ୍ନ ରାଷ୍ଟ୍ର ଦ୍ୱାରା ନିର୍ବାହିତ ଭୂମିକା ଆମର ପ୍ରକୃତ ବନ୍ଧୁମାନଙ୍କୁ ପ୍ରକାଶ କରିଥିଲା । ଦେଶ ଭିତରେ କିଛି ଅସାମ୍ବିଧାନିକ ତତ୍ତ୍ୱ ଅଛନ୍ତି ଯେଉଁମାନେ ଦେଶକୁ ଅସ୍ଥିର କରିବାକୁ ଚେଷ୍ଟା କରନ୍ତି । ହିଂସାର କୌଣସି ସ୍ଥାନ ନାହିଁ ବୋଲି କହିଛନ୍ତି ମୋହନ ଭାଗବତ । ଏହା ସହ ଆତ୍ମନିର୍ଭର ଭାରତ ପାଇଁ ଆହ୍ବାନ ଦେଇଛନ୍ତି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

RSSର ମହୋତ୍ସବରେ ୨୧ ହଜାରରୁ ଅଧିକ ସ୍ବୟଂସେବକ ଅଂଶଗ୍ରହଣ କରିଛନ୍ତି ।୧୯୯୫ ମସିହାରୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ବିଜୟାଦଶମୀ ଉତ୍ସବ ନାଗପୁରର ରେଶମବାଗ ପଡ଼ିଆରେ ପାଳିତ ହୋଇଆସୁଛି । ଏହି ଉତ୍ସବରେ ଘାନା, ଥାଇଲ୍ୟାଣ୍ଡ, ଇଣ୍ଡୋନେସିଆ, ଦକ୍ଷିଣ ଆଫ୍ରିକା ଏବଂ ଆମେରିକା ଭଳି ଦେଶରୁ ପ୍ରାୟ ୫୦ରୁ ୬୦ ପ୍ରତିନିଧି ଯୋଗ ଦେଇଛନ୍ତି ।


ଅଧିକ ପଢ଼ନ୍ତୁ ଦେଶ ଖବର:

Related Topics

Explore more stories

Sponsored
RSS | RSS Centenary Celebrations: Rashtriya Swayamsevak Sangh Marks 100 Years | Argus News | Argus News