Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

RSS Pratinidhi sabha / ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଅଖିଳ ଭାରତୀୟ ପ୍ରତିନିଧି ସଭା, 88 ହଜାର 949ରେ ପହଞ୍ଚିଲାଣି ସଂଘର ଶାଖା

Bikash Mohanty
Browse all articles by Bikash Mohanty
·4 months ago·2 min read
ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଅଖିଳ ଭାରତୀୟ ପ୍ରତିନିଧି ସଭା, 88 ହଜାର 949ରେ ପହଞ୍ଚିଲାଣି ସଂଘର ଶାଖା
RSS

Key Points

ହରିଆଣାରେ RSSର  ଅଖିଳ ଭାରତୀୟ ପ୍ରତିନିଧି ସଭା
ଶତାବ୍ଦୀ ବର୍ଷରେ ଆହୁରି ବଢିଛି RSSର କଳେବର
ସଂଘ ସହ ସଂପର୍କ ଯୋଡ଼ିଲେଣି 10 କୋଟିରୁ ଉର୍ଦ୍ଧ୍ବ ପରିବାର
RSSJ ଶାଖା 88 ହଜାର 949ରେ ପହଞ୍ଚିଲାଣି
ହରିଆଣାର ସମାଲଖା ଠାରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଅଖିଳ ଭାରତୀୟ ପ୍ରତିନିଧି ସଭା ବୈଠକ ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି । ସଂଘର ସରସଂଘଚାଳକ ଡ଼. ମୋହନ ଭାଗବତ ଓ ସରକାର୍ଯ୍ୟବାହ ଦତ୍ତାତ୍ରେୟ ହୋସବାଲେ ଭାରତ ମାତାଙ୍କ ଚିତ୍ରରେ ପୁଷ୍ପାର୍ଚ୍ଚନ କରି ବୈଠକର ଶୁଭାରମ୍ଭ କରିଥିଲେ। ଏହି ବୈଠକରେ ସାରା ଦେଶରୁ 14 ଶହରୁ ଉର୍ଧ ପ୍ରତିନିଧି ଯୋଗ ଦେଇଛନ୍ତି । ଏ ଅବସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସଂଘର ସହ ସରକାର୍ଯ୍ୟବାହ ସି.ଆର ମୁକୁନ୍ଦ ଆରଏସଏସ ର ବିସ୍ତାର ସମ୍ପର୍କରେ ସୂଚନା ଦେଇଛନ୍ତି। ସଂଘର ଶତାବ୍ଦୀ ବର୍ଷରେ ଚାଲିଥିବା ଗୃହ ସମ୍ପର୍କ ଅଭିଯାନରେ ବର୍ତମାନ ସୁଦ୍ଧା ୩ ଲକ୍ଷ ୯୦ ହଜାର ଗାଁର 10 କୋଟିରୁ ଉର୍ଧ ପରିବାର ସହ ହେଲାଣି ସମ୍ପର୍କ। ଗୃହ ସମ୍ପର୍କ କାର୍ଯ୍ୟକ୍ରମରେ କୌଣସି ବର୍ଗ କିମ୍ବା ସମୁଦାୟ ପ୍ରତି ପୂର୍ବାଗ୍ରହ ନରଖି ସ୍ୱୟଂସେବକମାନେ ଘର ଘର ଯାଇ ପରିବାର ସଦସ୍ୟମାନଙ୍କୁ ଭେଟି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ସମ୍ପର୍କରେ କଥା ହୋଇଛନ୍ତି । କେରଳରେ 3୫ ହଜାରରୁ ଅଧିକ ମୁସଲିମ ଓ ୫୪ ହଜାରରୁ ଅଧିକ ଖ୍ରୀଷ୍ଟିଆନ ପରିବାର ସହ ସମ୍ପର୍କ ସ୍ଥାପନ କରିଛି ସଂଘ। ଏହି ସମସ୍ତ ପରିବାର ସ୍ୱୟଂସେବକମାନଙ୍କୁ ସାଦର ସ୍ୱାଗତ କରିଥିବା କହିଛନ୍ତି ଆରଏସଏସ୍  ସରକାର୍ଯ୍ୟବାହ ସି.ଆର ମୁକୁନ୍ଦ।

ଦେଶରେ ରାଷ୍ଚ୍ରୀୟ ସ୍ୱୟଂସେବକ ସଂଘର ଶାଖା ଗୁଡିକର ସଂଖ୍ୟା ନିରନ୍ତର ଭାବେ ବଢି ଚାଲିଛି । ଗତ ବର୍ଷ 51 ହଜାର 740 ସ୍ଥାନରେ ସଂଘର 83 ହଜାର 129 ଟି ଶାଖା ଚାଲୁଥିବା ବେଳେ ଚଳିତ ବର୍ଷ 55 ହଜାର 683 ସ୍ଥାନରେ 88 ହଜାର 949 ସ୍ଥାନରେ ଶାଖା ଲାଗୁଛି । ସେହିପରି ଗତ ବର୍ଷେ ମଧ୍ୟରେ ମୋଟ 3493 ନୂଆ ସ୍ଥାନରେ ଶାଖା ଆରମ୍ଭ ହୋଇଛି। ଏଥିସହ 5820ଟି ନୂଆ ଶାଖା ଯୋଡ଼ି ହୋଇଛି। ଏହା ବ୍ୟତୀତ ଦେଶସାରା ହିନ୍ଦୁ ସମ୍ମିଳନୀ ମାଧ୍ୟମରେ ‘ପଞ୍ଚ ପରିବର୍ତ୍ତନ’ ପାଇଁ ଆହ୍ୱାନ ଦିଆଯାଇଛି।
ଦେଶରେ ଏପର୍ଯ୍ୟନ୍ତ ୩୭ ହଜାର 48ଟି ହିନ୍ଦୁ ସମ୍ମେଳନ ଆୟୋଜିତ ହୋଇଛି, ଯେଉଁଥିରେ ପ୍ରାୟ ସାଢେ ତିନି କୋଟି ଲୋକ ଅଂଶଗ୍ରହଣ କରିଛନ୍ତି। ଏହି ସମ୍ମିଳନୀ ଗୁଡ଼ିକ ଶହର, ଗ୍ରାମ, ଜନଜାତି ଓ ଦୁର୍ଗମ ଅଞ୍ଚଳରେ ମଧ୍ୟ ଆୟୋଜିତ ହୋଇଛି। ହିନ୍ଦୁ ସମ୍ମିଳନୀ ଗୁଡ଼ିକରେ ସମାଜରେ ସାମାଜିକ ସମରସତା, ପରିବେଶ ସଚେତନତା, କୁଟୁମ୍ବ ପ୍ରବୋଧନ, ସ୍ୱ ପରିଚୟର ବୋଧ ଓ ନାଗରିକ କର୍ତ୍ତବ୍ୟର ପାଳନକୁ ଗୁରୁତ୍ୱ ଦେଇ ‘ପଞ୍ଚ ପରିବର୍ତ୍ତନ’ ପାଇଁ ଆହ୍ୱାନ କରାଯାଇଛି।

ଶତାବ୍ଦୀ ବର୍ଷରେ ଆହୁରି ବଢିଛି ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର କଳେବର।ସଂଘ ସହ ସଂପର୍କ ଯୋଡ଼ିଲେଣି 10 କୋଟିରୁ ଉର୍ଦ୍ଧ୍ବ ପରିବାର। ଏବେ ସୁଦ୍ଧା ଦେଶରେ 37 ହଜାରରୁ ଅଧିକ ସ୍ଥାନରେ ହେଲାଣି ହିନ୍ଦୁ ସମ୍ମିଳନୀ। ଆରଏସଏସର ଶାଖା ସଂଖ୍ୟା ଦେଶରେ 88 ହଜାର 949ରେ ପହଞ୍ଚିଲାଣି
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
RSS Pratinidhi sabha | RSS Pratinidhi sabha | RSS Centenary: 10 Crore Families Connected, Shakhas Rise to 88,949 | Argus News