Videos
|
National

Vehicle Registration / RTOରେ ଖୋଲିବ ସ୍ୱତନ୍ତ୍ର ହେଲ୍ପ ଡେସ୍କ... RC ଓ VAHAN ଷ୍ଟାଟସ୍‌କୁ ନେଇ ଦୂର ହେବ ଦ୍ୱନ୍ଦ୍ୱ

Rashmita Mishra
Browse all articles by Rashmita Mishra
·1 hour ago·2 min read
RTOରେ ଖୋଲିବ ସ୍ୱତନ୍ତ୍ର ହେଲ୍ପ ଡେସ୍କ... RC ଓ VAHAN ଷ୍ଟାଟସ୍‌କୁ ନେଇ ଦୂର ହେବ ଦ୍ୱନ୍ଦ୍ୱ
Vehicle Registration

Key Points

ସବୁ RTO ଅଫିସରେ ଖୋଲିବ ହେଲ୍ପ ଡେସ୍କ
ଗାଡ଼ି ମାଲିକଙ୍କ ପାଇଁ STAର ନୂଆ ନିୟମ
RC ଓ VAHAN ଷ୍ଟାଟସ୍‌କୁ ନେଇ ଦୂର ହେବ ଦ୍ୱନ୍ଦ୍ୱ
ଅନଲାଇନ୍‌ରେ ହୋଇପାରିବ ଗାଡ଼ିର Re-Activation

ଭୁବନେଶ୍ୱର: ଗାଡ଼ି ମାଲିକଙ୍କ ପାଇଁ ଆସିଛି ଏକ ବଡ଼ ଖବର... ଏଣିକି ଗାଡ଼ିର ପଞ୍ଜୀକରଣ ପ୍ରମାଣପତ୍ର (RC) ଏବଂ VAHAN ରେକର୍ଡର ସ୍ଥିତିକୁ ନେଇ ଆଉ ରହିବନି କୌଣସି ଦ୍ୱନ୍ଦ୍ୱ । ଏଥିପାଇଁ ରାଜ୍ୟର ସମସ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (RTO)ରେ ସ୍ୱତନ୍ତ୍ର ହେଲ୍ପ ଡେସ୍କ ଖୋଲିବାକୁ ନିର୍ଦ୍ଦେଶ ଜାରି କରିଛି ଓଡ଼ିଶା ରାଜ୍ୟ ପରିବହନ ପ୍ରାଧିକରଣ ।

ଏହି ହେଲ୍ପ ଡେସ୍କ ମାଧ୍ୟମରେ ଗାଡ଼ି ମାଲିକମାନେ ନିଜ ଗାଡ଼ିର ପଞ୍ଜୀକରଣ ସ୍ଥିତି, ଆବଶ୍ୟକ କାଗଜପତ୍ର ଏବଂ VAHAN ସିଷ୍ଟମ୍‌ରେ ଥିବା ରେକର୍ଡ ସମ୍ପର୍କରେ ସମସ୍ତ ତଥ୍ୟ ପାଇପାରିବେ । ଫଳରେ ଦୀର୍ଘଦିନ ଧରି RC ଓ ଅନଲାଇନ୍ ରେକର୍ଡକୁ ନେଇ ରହିଥିବା ସମସ୍ୟାର ସମାଧାନ ସହଜ ହେବ ବୋଲି ଆଶା କରାଯାଉଛି ।

ସୂଚନା ଅନୁଯାୟୀ, VAHAN ସିଷ୍ଟମ୍‌ରେ ଗାଡ଼ିଗୁଡ଼ିକୁ ଚାରୋଟି ବର୍ଗରେ ବିଭକ୍ତ କରାଯିବ । ଯେଉଁ ଗାଡ଼ିର ରେକର୍ଡରେ କୌଣସି ତ୍ରୁଟି କିମ୍ବା ଅପଡେଟ୍ ସମସ୍ୟା ରହିଥିବ, ସେମାନଙ୍କୁ ଏହି ହେଲ୍ପ ଡେସ୍କରୁ ଆବଶ୍ୟକ ପରାମର୍ଶ ଓ ସହାୟତା ମିଳିବ ।

ଆବଶ୍ୟକ ସ୍ଥଳେ ଗାଡ଼ି ମାଲିକମାନେ Parivahan ପୋର୍ଟାଲରେ ଅନଲାଇନ୍ ଆବେଦନ କରି ନିଜ ଗାଡ଼ିର ଷ୍ଟାଟସ୍ ସଂଶୋଧନ କରିପାରିବେ । ସେହିପରି ଇନ୍ସୁରାନ୍ସ, ଫିଟନେସ୍ ସାର୍ଟିଫିକେଟ୍ ଏବଂ ପଲ୍ୟୁସନ୍ ଅଣ୍ଡର କଣ୍ଟ୍ରୋଲ୍ (PUCC) ଭଳି ଆବଶ୍ୟକ ତଥ୍ୟ ଅପଡେଟ୍ କରିବା ଦ୍ୱାରା ମଧ୍ୟ ରେକର୍ଡର ସ୍ଥିତିରେ ପରିବର୍ତ୍ତନ ହୋଇପାରିବ ।
ସବୁଠାରୁ ବଡ଼ କଥା ହେଉଛି, ଏହି ହେଲ୍ପ ଡେସ୍କରେ କୌଣସି ଅତିରିକ୍ତ ଶୁଳ୍କ ଦେବାକୁ ପଡ଼ିବ ନାହିଁ । ଗାଡ଼ି ମାଲିକଙ୍କୁ ଦଲାଲଙ୍କ ସହାୟତା ନନେଇ ସିଧାସଳଖ RTO କାର୍ଯ୍ୟାଳୟ ସହ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି । ଏହି ପଦକ୍ଷେପ ଦ୍ୱାରା ପରିବହନ ସେବାରେ ସ୍ୱଚ୍ଛତା ବଢ଼ିବା ସହ ଗାଡ଼ି ମାଲିକଙ୍କ ହଇରାଣ କମିବ ବୋଲି ଆଶା କରାଯାଉଛି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: