ବିମାନ ଯାତ୍ରୀଙ୍କ ପାଇଁ ହ୍ୟାଣ୍ଡ ବ୍ୟାଗ ନିୟମରେ ପରିବର୍ତନ

ଅର୍ଗସ ବ୍ୟୁରୋ: ଅଧିକ ଚାପ ଜୀବନରେ ହେଉ କି ଯାତ୍ରାରେ ବାଟ ସାରା ଖୁବ ଅସୁବିଧାରେ ପକାଇଥାଏ। କୁହାଯାଏ ଲେସ ଲଗେଜ, ମୋର କମର୍ଫଟ ଅବା କମ ସାମଗ୍ରୀ, ଅଧିକ ଆରାମ। ଏହି କଥା ଏବେ ଫ୍ଲାଇଟ ଯାତ୍ରୀଙ୍କ ପାଇଁ ବି ଲାଗୁ ହେଉଛି କାରଣ ଏବେ, ଟ୍ରାଭେଲ ସିଜନ ଆଉ ଏମିତିରେ ବିମାନ ଉଡାଣ ବା ଏଆର ଟ୍ରାଭେଲ ପ୍ଲାନରେ ଅଛନ୍ତି କି?ତେବେ ଖୁବ ଶୀଘ୍ର ଏହି ନୂଆ ଗାଇଡଲାଇନ୍ସ ଜାଣି ରଖନ୍ତୁ ନତେଚ ଫ୍ଲାଇଟରୁ ଅଫଲୋଡ ହେବାକୁ ପଡ଼ିପାରେ। ନୁଆ ନିୟମ ଅନୁସାର ସାମଗ୍ରୀ ନନେଲେ ଅଧିକ ଲଗେଜ ପାଇଁ ଯାତ୍ରୀଙ୍କୁ ପେନାଲ୍ଟି ଦେବାକୁ ହେବ, ଯଦି ସେଭଳି ନକରନ୍ତି ତେବେ ଫ୍ଲାଇଟରୁ ଅଫଲୋଡ କରି ଦିଆ ଯାଇ ପାରେ। ନିକଟରେ ବ୍ୟୁରୋ ଅଫ ସିଭିଲ ଏଭିଏସନ ସିକୟୋରିଟି କିମ୍ବା ବି.ସି.ଏ.ଏସ ପକ୍ଷରୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟକୁ ଦିଆ ଯାଇଛି ଏମିତି ପ୍ରସ୍ତାବ। ଯାତ୍ରୀଙ୍କୁ ଏକ ସୁଖଦ ଜର୍ନିର ଅନୂଭୁତି ଦେବା ପାଇଁ ଏହି ନୁଆ ପଲିସି ବେଶ ସହାୟକ ହେବ, ନିଶ୍ଚୟ। ଏୟାର ଟ୍ରାଭେଲକୁ ଅଧିକ ସୁଗମ ଓ ସୁରକ୍ଷିତ କରିବା ପାଇଁ ଏହି ନିୟମ ବି.ସି.ଏ.ଏସ ଦ୍ବାରା ଗ୍ରହଣ କରାଯାଉଛି।
ବି.ସି.ଏ.ଏସ ହ୍ୟାଣ୍ଡବ୍ୟାଗ ନିୟମରେ କିଛିଟା ପରିବର୍ତନ କରିଛନ୍ତି। ଏହି ନୂଆ ନିୟମ ୨ମେ, ୨୦୨୪ ପରେ ବୁକ କରାଯାଇଥିବା ଟିକେଟ ଉପରେ ପିଛିଲା ଭାବେ ଲାଗୁ ହେବ। ଏହି ନୂତନ ପରିର୍ବତନର କାରଣ ହେଉଛି, ଏଆରପୋର୍ଟରେ ସୁରକ୍ଷା ଯାଂଚ ପାଇଁ ବଢ଼ୁତିବା ଭିଡ଼। ସି.ଆଇ.ଏସ.ଏଫ ଓ ବି.ସି.ଏ.ଏସ ମିଳିତ ଭାବେ ଏହି ନିୟମ ତିଆରି କରିଛନ୍ତି। ଏଣିକି, କେବଳ ଗୋଟିଏ ହ୍ୟାଣ୍ଡବ୍ୟାଗ ନେଇ ପାରିବେ, ଯାହାର ଓଜନ ଓ ଆକାର ସିମିତ ରହିବ। କିଛି ପୁରୂଣା ଟିକେଟ ଉପରେ ରିହାତି ଦିଆଯାଇଛି। ଇଣ୍ଡିଗୋ ଭଳି ଏୟାରଲାଇନ୍ସ ବି ନିଜର ନିୟମ ଜଣାଇଛନ୍ତି। ବିମାନବନ୍ଦରରେ ସିକୟୋରିଟି ଚେକ ସମୟରେ ବଢ଼ୁଥିବା ଭିଡ଼କୁ କମ କରିବା ପାଇଁ ଏହି ଭଳି ନୁଆ ନିୟମ ଅଣାଯାଇଛି। ଏହି ନିୟମ ସବୁ ଡୋମେସ୍ଟିକ ବା ଘରୋଇ ବିମାନ ଓ ଇଂଟରନ୍ୟାଶନାଲ ବା ଆନ୍ତଂଜାତୀୟ ବିମାନ ଉପରେ ଲାଗୁ ହେବ। ଯଦି ଆପଣଙ୍କ ପାଖରେ ଗୋଟେରୁ ଅଧିକ ବ୍ୟାଗ ଅଛି ତେବେ ତାହାର ଚେକ-ଇନ କରାଇବାକୁ ହେବ।
କଣ କହୁଛି ନୁଆ ନିୟମ?
ନୂଆ ନିୟମ ଅନୁସାର ଗୋଟେ ହ୍ୟାଣ୍ଡବ୍ୟାଗର ଓଜନ ୭କିଲୋରୁ ଅଧିକ ହେବ ନାହିଁ। ଏହି ନିୟମ ଇକୋନୋମି ଓ ପ୍ରିମିୟମ ଇକୋନୋମି କ୍ଲାସର ଯାତ୍ରୀଙ୍କ ପାଇଁ ଅଟେ। ର୍ଫଷ୍ଟ ଓ ବିଜନେସ କ୍ଲାସର ଯାତ୍ରୀ ପାଖାପାଖି ୧୦କିଲୋ ଯାଏଁ ହ୍ୟାଣ୍ଡ ବ୍ୟାଗ ନିଜ ସାଙ୍ଗରେ ନେଇ ଯାଇ ପାରିବେ। ବ୍ୟାଗର ଆକାର ବା ସାଇଜ ବି ନିର୍ଧାରଣ କରାଯାଇଛି। ଉଚ୍ଚତା ୫୫ସେମି(୨୧.୬ ଇଚ), ଲମ୍ବ ୪୦ ସେମି(୧୫.୭ ଇଂଚ) ଓ ଓସାର ୨୦ ସେମି(୭.୮ ଇଂଚ)ରୁ ଅଧିକ ହୋଇନଥିବ। ମୋଟାମୋଟି ଭାବେ କହିବାକୁ ଗଲେ ବ୍ୟାଗର ମୋଟ ମାପ ୧୧୫ ସେମିରୁ ଅଧିକ ହୋଇ ନଥିବ। ଯଦି ଆପଣଙ୍କ ବ୍ୟାଗ ନିର୍ଧାରିତ ସୀମାରୁ ଅଧିକ ହୋଇଥିବ କିମ୍ବା ଅଧିକ ଓଜନ ହୋଇଥିବ ତେବେ ଅଧିକ ଶୁଳ୍କ ଦେବାକୁ ପଡ଼ିପାରେ। ଯଦି ଆପଣ ୨ମେ, ୨୦୨୪ ପୁର୍ବରୁ ନିଜର ଟିକେଟ ବୁକିଙ୍ଗ କରିଦେଇଛନ୍ତି ତେବେ ଆପଣ କିଛିଟା ରିହାତି ମିଳିବ। ଇକୋନୋମି କ୍ଲାସର ଯାତ୍ରୀ ୮କିଲୋ ଓଜନ ଯାଏଁ ବ୍ୟାଗ ନେଇପାରିବେ। ପ୍ରିମିୟମ ଇକୋନୋମି ପାଇଁ ୧୦କିଲୋ ଓ ଫର୍ଷ୍ଟ କିମ୍ବା ବିଜନେସ କ୍ଲାସ ପାଇଁ ୧୨କିଲୋ ଯାଏଁ ରିହାତି ଅଛି। ଧ୍ୟାନ ରଖିବେ, ଯେ ଏହି ରିହାତି କେବଳ ୨ମେ, ୨୦୨୪ ପୁର୍ବରୁ ବୁକ କରାଯାଇଥିବା ଟିକେଟ ଉପରେ ହିଁ ଲାଗୁ ହେବ। ଯଦି ଆପଣ ଏହି ତାରିଖ ପରେ ଟିକେଟ ବୁକ କରିଛନ୍ତି ତେବେ ଆପଣଙ୍କୁ ନୁଆ ନିୟମ ଅନୁସାର ଚାଲିବାକୁ ପଡ଼ିବ।
📱 Get Argus News App
✨ଇଣ୍ଡିଗୋର ବିଶେଷ ସୁବିଧା
ଇଣ୍ଡିଗୋ ଏୟାରଲାଇନ୍ସ ବି ନିଜର ହ୍ୟାଣ୍ଡବ୍ୟାଗ ନିୟମର ବିଶେଷ ସୁଚନା ପ୍ରଦାନ କରିଛନ୍ତି। ଇଣ୍ଡିଗୋ ଯାତ୍ରୀ ମାନେ ଗୋଟାଏ ହ୍ୟାଣ୍ଡବ୍ୟାଗ ନେଇ ଯାଇପାରିବେ, ଯାହାର ଆକାର ବା ସାଇଜ ୧୧୫ସେମିରୁ ଅଧିକ ନଥିବ ଓ ଓଜନ ୭କିଲୋ ଯାଏଁ ରହିଥିବା ଦରକାର। ଏହା ବ୍ୟତିତ ଏକ ପର୍ସନଲ ବ୍ୟାଗ, ଯେମିତିକି ଲେଡିଜ ପର୍ସ କିମ୍ବା ଛୋଟ ଲ୍ୟାପଟପ୍ ବ୍ୟାଗ ବି ନେଇଯାଇପାରିବେ। ହେଲେ ଏହାର ଓଜନ ୩କିଲୋରୁ ଅଧିକ ନ ହେବା ଦରକାର। ଅର୍ଥାତ ଇଣ୍ଡିଗୋରେ ଆପଣଙ୍କୁ ଦୁଇଟି ବ୍ୟାଗ ନେବାର ସୁବିଧା ମିଳିପାରୁଛି-ଗୋଟେ କେବିନ ବ୍ୟାଗ ଆଉ ଏକ ହେଉଛି ପର୍ସନଲ ବ୍ୟାଗ।
ଏମିତିରେ ଯେବେ ଆପଣ ଫ୍ଲାଇଟରେ ଯାତ୍ରା କରିବେ ତେବେ ଏହି ନୁଆ ନିୟମ ପ୍ରତି ଧ୍ୟାନ ଦେବେ ନିଶ୍ଚୟ। ଏହି ସୁଚନା ଆପଣଙ୍କୁ ସଚେତନ କରିବ, ବିମାନବନ୍ଦରରେ କୌଣସି ବି ଅସୁବିଧାର ସାମନା କରିବେ ନାହିଁ। ନିଜ ଏଆରଲାଇନ୍ସର ଓ୍ବେବସାଇଟରେ ଯାଇ ଆପଣ ସବିଶେଷ ସୂଚନା ପାଇ ପାରିବେ। ଫ୍ଲାଇଟରେ ଆପଣଙ୍କ ଯାତ୍ରା ପାଇ ପୂର୍ବ ପ୍ରସ୍ତୁତି କରି ନିଅନ୍ତୁ, ଯାହା ଦ୍ବାରା ଆପଣଙ୍କ ଉଡ଼ାଣ ଯାତ୍ରା ସୁଖମୟ ହେଉ।