ବିଭିନ୍ନ ବିଭାଗରେ Consultant ନିଯୁକ୍ତି ପାଇଁ ନିୟମ ହେବ କଡ଼ାକଡ଼ି

Key Points
କଡାକଡି ହେବ କନସଲଣ୍ଟାଣ୍ଟ ନିଯୁକ୍ତି ନିୟମ
ବିଭିନ୍ନ ବିଭାଗରେ Consultant ନିଯୁକ୍ତି ପାଇଁ ନିୟମ ହେବ କଡ଼ାକଡ଼ି
ଉଚ୍ଚସ୍ତରୀୟ କମିଟି ଏହି ପ୍ରସ୍ତାବଗୁଡ଼ିକୁ ସମୀକ୍ଷା ଏବଂ ଅନୁମୋଦନ କରିବ
କନସଲଣ୍ଟାଣ୍ଟଙ୍କ ଆବଶ୍ୟକତା ପୁନଃମୂଲ୍ୟାୟନ କରିବାକୁ ପଡିବ
କଡାକଡି ହେବ କନସଲଣ୍ଟାଣ୍ଟ ନିଯୁକ୍ତି ନିୟମ । ଏପ୍ରିଲ୍ ୨୦୨୬ ଠାରୁ ବିଭିନ୍ନ ବିଭାଗରେ Consultant ନିଯୁକ୍ତି ପାଇଁ ନିୟମ ହେବ କଡ଼ାକଡ଼ି । ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଏହି ପ୍ରସ୍ତାବଗୁଡ଼ିକୁ ସମୀକ୍ଷା ଏବଂ ଅନୁମୋଦନ କରିବ । କମିଟିରେ ଉନ୍ନୟନ କମିଶନର-କମ୍-ଏସିଏସ୍, ଜିଏ ଏବଂ ପିଜି ବିଭାଗର ସଚିବ, ଅର୍ଥ ବିଭାଗର ସଚିବ ଏବଂ ସମ୍ପୃକ୍ତ ବିଭାଗର ସଚିବ ରହିବେ ।
କମିଟିର ପୂର୍ବ ଅନୁମୋଦନ ବିନା ଏପ୍ରିଲ ୨୦୨୬ ପରେ କୌଣସି କନସଲଣ୍ଟାଣ୍ଟଙ୍କୁ ଦରମା ଦିଆଯିବ ନାହିଁ । ସମସ୍ତ ବିଭାଗଗୁଡ଼ିକୁ କନସଲଣ୍ଟାଣ୍ଟଙ୍କ ଆବଶ୍ୟକତା ପୁନଃମୂଲ୍ୟାୟନ କରିବାକୁ ପଡିବ..ବାହ୍ୟ କନସଲଣ୍ଟାଣ୍ଟଙ୍କ ଉପରେ ଅତ୍ୟଧିକ ନିର୍ଭରଶୀଳତାକୁ ରୋକିବା ଉପରେ ଗୁରୁତ୍ବ । ଆଭ୍ୟନ୍ତରୀଣ ସରକାରୀ କର୍ମଚାରୀଙ୍କ ଉତ୍ତମ ବ୍ୟବହାରକୁ ପ୍ରୋତ୍ସାହିତ ପାଇଁ ପଦକ୍ଷେପ ।