ଜନ୍ମ ପ୍ରମାଣପତ୍ର ନ ଥିଲେ ମିଳିବନି ପାସପୋର୍ଟ, ଜାଣନ୍ତୁ ନୂଆ ନିୟମ...

ଦେଶରେ ପାସପୋର୍ଟକୁ ନେଇ ନୂଆ ନିୟମ ଲାଗୁ ହୋଇଛି । ୨୦୨୩ ଅକ୍ଟୋବର ୧ ତାରିଖ ପରେ ଜନ୍ମ ହୋଇଥିବା ସମସ୍ତେ ଏଣିକି ପାସପୋର୍ଟ ଆବେଦନ କରିବା ବେଳେ ଜନ୍ମ ପ୍ରମାଣପତ୍ର ଦେବାକୁ ପଡ଼ିବ । ନୂଆ ନିୟମ ଅନୁସାରେ, ୧ ଅକ୍ଟୋବର ୨୦୧୩ ପରେ ଜନ୍ମ ହୋଇଥିବା ପାସପୋର୍ଟ ଆବେଦନକାରୀଙ୍କ ଜନ୍ମ ପ୍ରମାଣପତ୍ର ହିଁ ଜନ୍ମ ତିଥି ଭାବେ ଏକମାତ୍ର ବୈଧ ପ୍ରମାଣପତ୍ର ବିବେଚନା ହେବ ।
ସେହିଭଳି ପୂର୍ବରୁ ପାସପୋର୍ଟ ପାଇଁ ଆବେଦନ କରିଥିଲେ ଆପଣ ବିକଳ୍ପ ପ୍ରମାଣପତ୍ର ଚୟନ କରି ପାରିବେ । ଏହା ଫଳରେ ଆବେଦନକାରୀଙ୍କୁ ସୁବିଧା ହେବ । ଗୋଟିଏ ସମୟରେ ଏକାଧିକ ପ୍ରମାଣପତ୍ର ରଖିବାର ଆବଶ୍ୟକତା ଆଉ ରହିବ ନାହିଁ ।
ନୂଆ ନିୟମ ଅନୁସାରେ, ପାସପୋର୍ଟ ଆବେଦନ ଲାଗି ଜନ୍ମ ପ୍ରମାଣପତ୍ର ଜରୁରୀ ଅଟେ । ୨୦୨୩ ଅକ୍ଟୋବର ୧ ପରେ ଜନ୍ମ ହୋଇଥିଲେ ସଂଶୋଧିତ ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ ଅଧିନିୟମ, ୨୦୨୩ ପ୍ରକାରେ ଆସୁଛି । ଏବେ ପାସପୋର୍ଟ ଆବେଦନ ସହ ଜନ୍ମ ପ୍ରମାଣପତ୍ର ଦେବା ବାଧ୍ୟତାମୂଳକ ଅଟେ । କିନ୍ତୁ, ଆପଣଙ୍କ ଜନ୍ମ ଏହା ପୂର୍ବରୁ ହୋଇଥିଲେ, ଅନ୍ୟ କୌଣସି ପ୍ରମାଣପତ୍ର ପ୍ରଦାନର ବିକଳ୍ପ ରହିଛି ।
📱 Get Argus News App
✨ପାସପୋର୍ଟ (ସଂଶୋଧନ) ନିୟମ, ୨୦୨୫ରେ ବିକଳ୍ପ ପ୍ରମାଣପତ୍ର ସୂଚୀ ଦିଆ ଯାଇଛି । ଏଥିରେ ଟ୍ରାନ୍ସଫର ସାର୍ଟିଫିକେଟ୍, ସ୍କୁଲ୍ ଲିଭିଂ ସାର୍ଟିଫିକେଟ୍, ଦଶମ ସାର୍ଟିଫିକେଟ୍, ପାନ କାର୍ଡ, ସରକାରୀ କର୍ମଚାରୀଙ୍କ ସର୍ଭିସ୍ ରେକର୍ଡ ଅଥବା ପେନସନ ଅର୍ଡର, ଡ୍ରାଇଭିଂ ଲାଇସେନ୍ସ, ଭୋଟର ପରିଚୟପତ୍ର ଓ ଏଲ୍ଆଇସିର ପଲିସି ବଣ୍ଡ ସାମିଲ୍ ରହିଛି ।
ଏହା ପୂର୍ବରୁ ୧୯୮୯ ଜାନୁଆରୀ ୨୬ରେ ଜନ୍ମ ପ୍ରମାଣପତ୍ର ବାଧ୍ୟତାମୂଳକ କରାଯାଇଥିଲା । କିନ୍ତୁ ୨୦୧୬ରେ ପାସପୋର୍ଟ ନିୟମରେ ସଂଶୋଧ କରି ତାହାକୁ ହଟାଇ ଦିଆ ଯାଇଥିଲା । ତେବେ ସମସ୍ତ ଆବେଦନକାରୀଙ୍କୁ ସେତେବେଳେ କୌଣସି ବି ପ୍ରମାଣପତ୍ର ଜନ୍ମ ତିଥି ଭାବେ ଦେବାକୁ ଅନୁମତି ଥିଲା ।