Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଏପ୍ରିଲରୁ ଶକ୍ତିଶାଳୀ ହେବାକୁ ଯାଉଛି ଏନଡିଏ 

National

ଏପ୍ରିଲରୁ ଶକ୍ତିଶାଳୀ ହେବାକୁ ଯାଉଛି ଏନଡିଏ 

Manini Pattanayak
Browse all articles by Manini Pattanayak
·2 years ago·1 min read
ଏପ୍ରିଲରୁ ଶକ୍ତିଶାଳୀ ହେବାକୁ ଯାଉଛି ଏନଡିଏ 

 ନୂଆଦିଲ୍ଲୀ:  ବଦଳିବ ରାଜ୍ୟସଭା ଗଣିତ । ସଂଖ୍ୟା ଗଣିତରେ ଏପ୍ରିଲରୁ ଶକ୍ତିଶାଳୀ ହେବାକୁ ଯାଉଛି ଏନଡିଏ । ରାଜ୍ୟସଭାରେ ବିରୋଧୀ ସାଂସଦଙ୍କ ସଂଖ୍ୟା ଶହେରୁ କମ୍ ହୋଇଥିବାବେଳେ ଆସନ୍ତା ଏପ୍ରିଲରୁ ଶାସକ ଏନଡିଏ ସାଂସଦଙ୍କ ସଂଖ୍ୟା ଗରିଷ୍ଠତା ସମ୍ଭାବନା ରହିଛି । ରାଜ୍ୟସଭା ସଚିବାଳୟ ତଥ୍ୟ ଅନୁସାରେ ଏବେ ରାଜ୍ୟସଭାରେ 94 ଜଣ ବିଜେପି ସାଂସଦ ଅଛନ୍ତି । ନିକଟରେ ଶେଷ ହୋଇଥିବା ରାଜ୍ୟସଭା ନିର୍ବାଚନରେ ଆଉ 2 ଆସନ ବଢିବା ସହ ସଂଖୟା 96ରେ ପହଞ୍ଚିଛି ।

ସେପଟେ ବର୍ତ୍ତମାନ ମୋଟ ଏନଡିଏ ରାଜ୍ୟସବା ସାଂସଦଙ୍କ ସଂଖ୍ୟା 113 ରହିଥିବାବେଳେ ନବନିର୍ବାଚିତ ସାଂସଦ ଶପଥ ନେବାପରେ ସଂଖ୍ୟା 123ରେ ପହଞ୍ଚିବ ।  15 ରାଜ୍ୟରେ 56 ରାଜ୍ୟସଭା ଆସନ ପାଇଁ ହୋଇଥିବା ନିର୍ବାଚନରେ ବିଜେପିକୁ ସର୍ବାଧିକ 30 ସିଟ, କଂଗ୍ରେସକୁ 9, ଏସପିକୁ 2, ଟିଏମସିକୁ 4, ୱାଇଏସଆରସିପିକୁ 3, ଆରଜେଡିକୁ  2, ବିଜେଡିକୁ 2 ସିଟ ମିଳିଛି । ଏହାସହ ଏନସିପି,  ଶିବସେନା, ବିଆରଏସ ଓ ଜେଡିୟୁକୁ ଗୋଟିଏ ଲେଖାଏଁ ଆସନ ମିଳିଛି । ରାଜ୍ୟସଭାରେ କଂଗ୍ରେସ ସାଂସଦଙ୍କ ସଂଖ୍ୟା 30ରୁ କମ ହୋଇଥିବାବେଳେ ବିରୋଧୀ ମେଣ୍ଟର ରାଜ୍ୟସଭା ସାଂସଦଙ୍କ ସଂଖ୍ୟା 100ରୁ କମ ରହିଛି।

ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Ruling BJP alliance to get majority in Rajya Sabha in April | Argus News