Videos
|
National

ବିଜେପିରେ ସାମିଲ ହେଲେ ଅନୁପମା ଫେମ ରୂପାଲି ଗାଙ୍ଗୁଲି

Ritu Das
Browse all articles by Ritu Das
·2 years ago·2 min read
ବିଜେପିରେ ସାମିଲ ହେଲେ ଅନୁପମା ଫେମ ରୂପାଲି ଗାଙ୍ଗୁଲି

ଅର୍ଗସ ବ୍ୟୁରୋ: ଏବେ ଟିଭି ଅଭିନେତ୍ରୀ ରୂପାଲି ଗାଙ୍ଗୁଲିଙ୍କ ଖୁସି କହିଲେ ନ ସରେ। କାରଣ ରୂପାଲି ଗାଙ୍ଗୁଲି ରାଜନୀତିରେ ଏଣ୍ଟ୍ରି ମାରିଛନ୍ତି । ରୂପାଲି ବିଜେପିରେ ସାମିଲ ହୋଇଛନ୍ତି । ଲୋକପ୍ରିୟ ସିରିଏଲ ଅନୁପମାର ମୁଖ୍ୟ ଚରିତ୍ରରେ ଅଭିନୟ କରୁଛନ୍ତି ରୂପାଲି ଗାଙ୍ଗୁଲି । ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ପହଞ୍ଚି ରୂପାଲି ଦଳର ସଦସ୍ୟତା ଗ୍ରହଣ କରିଛନ୍ତି । ବିଜେପିରେ ସାମିଲ ହେବା ସହ ରୂପାଲି କହିଛନ୍ତି, ବିକାଶର ମହାଯଜ୍ଞ ଦେଖିବା ପରେ ମୋତେ ଅନୁଭବ ହେଲା ଯେ ଏଥିରେ ସାମିଲ ହେବା ଆବଶ୍ୟକ । ମୋତେ ସମସ୍ତଙ୍କର ଆଶୀର୍ବାଦ ଆବଶ୍ୟକ । ଯାହା ବି କରିବି ତାହା ଠିକ୍ ଓ ଭଲ ହେଉ ବୋଲି ରୂପାଲି କହିଛନ୍ତି । ରୂପାଲି ବିଜେପିରେ ମିଶୁଥିବାରୁ ତାଙ୍କ ଅନସ୍କ୍ରିନ ବୋହୂ ମାନେ ନିଧି ଶାହ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ଏହା ବହୁତ ବଡ଼ ଖବର ବୋଲି କହିଛନ୍ତି। 

 

ଅନୁପମା ସିରିଏଲରେ ମୁଖ୍ୟ ଚରିତ୍ରରେ ଅଭିନୟ କରୁଥିବା ରୂପାଲିଙ୍କୁ ଦର୍ଶକ ବେଶ ପସନ୍ଦ କରନ୍ତି। ଏହି ସିରିଏଲ ରୂପାଲିଙ୍କ ଲୋକପ୍ରିୟତାକୁ ଦ୍ୱିଗୁଣିତ କରିଛି । ଫିଲ୍ମ ନିର୍ଦ୍ଦେଶକ ଅନିଲ ଗାଙ୍ଗୁଲିଙ୍କ ଝିଅ ହେଉଛନ୍ତି ରୁପାଲି ଗାଙ୍ଗୁଲି । ମାତ୍ର ୭ ବର୍ଷ ବୟସରେ ଅଭିନୟ ଆରମ୍ଭ କରିଥିବା ରୂପାଲି ୨୦୦୩ରେ ସଞ୍ଜିବନୀ ସିରିଏଲରୁ ଦର୍ଶକଙ୍କ ମଧ୍ୟରେ ଅଧିକ ପରିଚିତ ହୋଇଥିଲେ । ଏହାପରେ ବିଗବସ୍ ସିଜିନ-୧ରେ ଭାଗ ନେଇଥିଲେ ରୂପାଲି । ୨୦୧୩ରେ ପରବରିଶ ସିରିଏଲରେ ଅଭିନୟ କରିବା ପରେ ୭ ବର୍ଷ ଯାଏଁ ବ୍ରେକ ନେଇଥିଲେ । ଏହାପରେ ଅନୁପମା ସିରିଏଲ ଜରିଆରେ ଟେଲି ଦୁନିଆରେ ପୁଣିଥରେ ଏଣ୍ଟ୍ରି ମାରିଥିଲେ ରୂପାଲି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ରୂପାଲି ଗାଙ୍ଗୁଲି ପ୍ରଧାନମନ୍ତ୍ରୀ ମୋଦିଙ୍କର ବଡ ପ୍ରଂଶସକ । ଅନେକ ସମୟରେ ମୋଦିଙ୍କୁ ପ୍ରଂଶସା କରନ୍ତି ରୂପାଲି । ଏପରିକି କିଛି ଦିନ ପୂର୍ବରୁ ମୋଦିଙ୍କୁ ଭେଟିବା ପରେ ରୂପାଲି କହିଥିଲେ, ମୋ ପାଇଁ ପ୍ରଧାନମନ୍ତ୍ରୀ ହେଉଛନ୍ତି ଜଣେ ଷ୍ଟାର । ଯିଏ ଭାରତକୁ ବିକାଶର ଏକ ନୂଆ ଶିଖରରେ ପହଞ୍ଚାଇଛନ୍ତି। 

ଅଧିକ ପଢ଼ନ୍ତୁ ଭାରତ ଖବର