Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Putin To Visit India / ପୁଟିନ୍ ଭାରତ ଆସୁଛନ୍ତି ବୋଲି ଟ୍ରମ୍ପଙ୍କ ଦେହ ସହୁନି !

Satyendu Sekhar Mishra
Browse all articles by Satyendu Sekhar Mishra
·8 months ago·2 min read
ପୁଟିନ୍ ଭାରତ ଆସୁଛନ୍ତି ବୋଲି ଟ୍ରମ୍ପଙ୍କ ଦେହ ସହୁନି !

Key Points

୨୦୨୧ ରେ ଯୁକ୍ରେନ୍ ସହିତ ରୁଷ୍‌ର ଯୁଦ୍ଧ ଆରମ୍ଭ ପରଠାରୁ ଏହା ପୁଟିନ୍‌ଙ୍କର ପ୍ରଥମ ଭାରତ ଗସ୍ତ ।

ଡିସେମ୍ବରରେ ଭାରତ ଗସ୍ତରେ ଆସିବେ ଋଷ ରାଷ୍ଟ୍ରପତି ଭ୍ଲାଦିମର ପୁଟିନ । ମସ୍କୋ ଓ ଦିଲ୍ଲୀ ଭିତରେ ହୋଇପାରେ ବଡ଼ ଡିଲ । ଲେବର୍ ମୋବିଲିଟି ଏଗ୍ରୀମେଣ୍ଟ ସ୍ୱାକ୍ଷର କରିପାରନ୍ତି ଦୁଇ ଦେଶ ।

ରାଷ୍ଟ୍ରପତି ପୁଟିନଙ୍କ ବହୁ ପ୍ରତୀକ୍ଷିତ ଭାରତ ଗସ୍ତ ସୁନିଶ୍ଚିତ ହୋଇଛି । କ୍ରେମଲିନ୍ ମୁଖପାତ୍ର ଡିମିତ୍ରି ପେଶ୍ କୋଭ ଡିସେମ୍ବରରେ ପୁଟିନ୍‌ଙ୍କ ଭାରତ ଗସ୍ତ ପାଇଁ ପ୍ରସ୍ତୁତି ଚାଲିଥିବାର ସୂଚନା ଦେଇଛନ୍ତି । ଏହି ଗସ୍ତ ଭାରତ-ଋଷିଆ ସ୍ୱତନ୍ତ୍ର ଏବଂ ରଣନୀତିକ ଭାଗିଦାରୀକୁ ଆହୁରି ମଜବୁତ କରିବାର ସଙ୍କେତ ଦେଉଛି। ୟୁକ୍ରେନ ଯୁଦ୍ଧ କାରଣରୁ ପାଶ୍ଚାତ୍ୟ ଦେଶମାନଙ୍କର ଚାପ ସତ୍ତ୍ୱେ ଭାରତ ଋଷିଆ ସହିତ ଏକ ସନ୍ତୁଳିତ ସମ୍ପର୍କ ବଜାୟ ରଖିଛି। ପୁଟିନ୍‌ଙ୍କ ଏହି ଗସ୍ତ ସମୟରେ ଲେବର୍ ମୋବିଲିଟି ଏଗ୍ରୀମେଣ୍ଟ ସ୍ୱାକ୍ଷର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ, ଯାହା ଋଷରେ ଭାରତୀୟଙ୍କ ପାଇଁ ଚାକିରି ସୁଯୋଗକୁ ବଢ଼ାଇବ ।

୨୦୨୧ ରେ ଯୁକ୍ରେନ୍ ସହିତ ରୁଷ୍‌ର ଯୁଦ୍ଧ ଆରମ୍ଭ ପରଠାରୁ ଏହା ପୁଟିନ୍‌ଙ୍କର ପ୍ରଥମ ଭାରତ ଗସ୍ତ । ହେଲେ ଏହି ସମୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ସହିତ ବାଣିଜ୍ୟ ଆଲୋଚନା ସୁରୁଖୁରୁରେ ଚାଲିଥିବା ନେଇ ପ୍ରଶଂସା କରିଛନ୍ତି। କିନ୍ତୁ କୌଣସି ପ୍ରମାଣ ନଦେଇ ସେ ଦାବି କରିଛନ୍ତି ଯେ ଭାରତ ରୁଷିଆରୁ ତେଲ ଆମଦାନୀ ହ୍ରାସ କରିଛି । ଟ୍ରମ୍ପ ଆମେରିକାର ରାଷ୍ଟ୍ରଦୂତ ଭାବେ ସର୍ଜିଓ ଗୋରଙ୍କ ଶପଥ ଗ୍ରହଣ ସମୟରେ ଏହି ମନ୍ତବ୍ୟ ଦେଇଥିଲେ । ଖାଲି ସେତିକି ନୁହେଁ ଟାରିଫ୍‌କୁ ନେଇ ଚାଲିଥିବା ଉତ୍ତେଜନା ମଧ୍ୟରେ ଆସନ୍ତା ବର୍ଷ ଭାରତ ଗସ୍ତ କରିବାକୁ ସେ ସୂଚନା ଦେଇଛନ୍ତି।

ତେବେ ଯୁକ୍ରେନ୍ ସହ ଯୁଦ୍ଧକୁ ନେଇ ଟ୍ରମ୍ପ ଓ ପୁଟିନ୍‌ଙ୍କ ମଧ୍ୟରେ ଆରମ୍ଭ ହୋଇଥିବା କୋଲ୍ଡ ୱାର ଭିତରେ ପୁଟିନ୍‌ଙ୍କ ଭାରତ ଗସ୍ତକୁ ପ୍ରଭାବିତ କରିବାକୁ ନେଇ ପ୍ରଶ୍ନ ଉଠିଛି । ପୁଟିନ୍‌ଙ୍କ ଭାରତ ଗସ୍ତର ଠିକ୍ ପୂର୍ବରୁ ଭାରତ-ରୁଷ୍ ଠାରୁ ତେଲ କିଣା ହ୍ରାସ କରିଛି ବୋଲି ଟ୍ରମ୍ପଙ୍କ ବୟାନକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି । ଭାରତର ସବୁଠାରୁ ପୁରୁଣା ଏବଂ ବିଶ୍ୱସ୍ତ ରକ୍ଷା ଭାଗିଦାର ହେଉଛି ଋଷ ।

ୟୁକ୍ରେନ ଯୁଦ୍ଧ ଏବଂ ପାଶ୍ଚାତ୍ୟ କଟକଣା ସତ୍ତ୍ୱେ ଭାରତ ତା'ର ସ୍ୱାଧୀନ ବୈଦେଶିକ ନୀତି ଜାରି ରଖିଛି, ଯାହା ପୁଟିନଙ୍କ ଗସ୍ତରୁ ସ୍ପଷ୍ଟ ହେଉଛି। ସେହିପରି ଆମେରିକା, ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ବ୍ୟବସାଯିକ ଭାଗିଦାର । ଟ୍ରମ୍ପଙ୍କ ବାଣିଜ୍ୟ ଆଲୋଚନା ଏବଂ ଭାରତ ଗସ୍ତର ସୂଚନା ଦର୍ଶାଉଛି ଯେ ଆମେରିକା ଭାରତର ଗୁରୁତ୍ୱକୁ ହୃଦୟଙ୍ଗମ କରୁଛି ଏବଂ ସମ୍ପର୍କକୁ ସୁଧାରିବାକୁ ଚାହୁଁଛି । ଏପରି ସ୍ଥିତିରେ ଭାରତର ସନ୍ତିଳିତ କୂଟନିତୀ ଉଭୟ ମହାଶକ୍ତି ସହିତ ସମର୍କ ଅଧିକ ସୁଦୃଢ ହେବାର ପୂର୍ବ ସୂଚନା ଦେଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Putin To Visit India | Russia, India to sign labour mobility agreement during Putin’s visit in December | Argus News