Videos
|
National

ପୁଟିନ୍‌ଙ୍କୁ କୁକୁର ଗିଫ୍ଟ କଲେ କିମ ଜଙ୍ଗ ଉନ୍‌ 

Manini Pattanayak
Browse all articles by Manini Pattanayak
·2 years ago·2 min read
ପୁଟିନ୍‌ଙ୍କୁ କୁକୁର ଗିଫ୍ଟ କଲେ କିମ ଜଙ୍ଗ ଉନ୍‌ 

ନୂଆଦିଲ୍ଲୀ: ଲକଜରୀ କାରରେ କିମ ଜଙ୍ଗ ଉନଙ୍କୁ ବୁଲାଇଲେ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌। କାର୍‌ ଚଲାଉଥିଲେ ପୁଟିନ୍‌ ଆଉ ପାଖରେ ବସି ଥିଲେ କିମ ଜଙ୍ଗ । ପୁଟିନ୍‌ଙ୍କ କାର୍‌ ଡ୍ରାଇଭିଙ୍ଗର ମଜା ନେଉଥିଲେ  କିମ ଜଙ୍ଗ। ଦୁଇ  ଜଣ ଏହି ସମୟରେ  ବେଶ ଖୁସି ଥିବାର  ଦେଖିବାକୁ ମିଳିଥିଲା । ପରସ୍ପର ମଧ୍ୟରେ  ହସି ହସି  କଥା ହୋଇ ଏହି ଡ୍ରାଇଭିଙ୍ଗର ପୁରା ମଜା  ନେଉଥିଲେ। ତେବେ  କିମ ଜଙ୍ଗ ଏବଂ ପୁଟିନଙ୍କ ଏ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ପୁଟିନ୍‌ ଏବଂ କିମଙ୍କ ବନ୍ଧୁତ୍ୱ ନିବିଡ ଥିବାର କୁହାଯାଉଛି । ଏହି ଦୁଇ ନେତାଙ୍କ  ବନ୍ଧୁତ୍ୱ ଖାଲି ନଜର ଆସିନି  ତାହା ନୁହେଁ ବରଂ ବନ୍ଧୁ କିମ ଜଙ୍ଗଙ୍କୁ  ପୁଟିନ୍‌ ଏକ ଦାମିକିଆ କାର୍‌  ଉପହାରରେ ଦେଇଛନ୍ତି। ଆଉ ସେହି କାରରେ  କିମ ଙ୍କୁ ବୁଲାଉଛନ୍ତି ପୁଟିନ୍‌। ୟୁକ୍ରେନ ସହ ଯୁଦ୍ଧ ପରେ ନିକଟରେ  ରାଷ୍ଟ୍ରପତି ପୁଟିନ୍‌  ଉତ୍ତର କୋରିଆ ଗସ୍ତରେ ଯାଇଥିଲେ। ଏହି  ଗସ୍ତ ସମୟରେ  କିମ ଜଙ୍ଗଙ୍କୁ ସାକ୍ଷାତ କରି ତାଙ୍କୁ ଏହି ଦାମିକିଆ କାର୍‌ ଉପହାର ଦେଇଥିଲେ। ଆଉ ସେହି ଗାଡିରେ କିମଙ୍କୁ ବୁଲାଇଥିଲେ ପୁଟିନ୍‌ ।

ତେବେ ଗାଡିରେ ବୁଲାଇବାର ଏହି ଭିଡିଓ ପ୍ରଥମେ ଋଷରେ ପ୍ରସାରିତ ହୋଇଥିଲା। ସେପ୍ଟେମ୍ବର ୨୦୨୩ରେ  କିମ ଏବଂ ପୁଟିନଙ୍କ ସାକ୍ଷାତ ହୋଇଥିଲ।।  ସେହି ସମୟରେ ପୁଟିନ୍‌ ନିଜ  ଔରସ୍‌ ସିନେଟ୍‌ ଲିମୋଜିନ କାର୍‌ କିମ୍‌ଙ୍କୁ ଦେଖାଇଥିଲେ। ଯାହା କିମ୍‌ଙ୍କୁ ଖୁବ ପସନ୍ଦ ଆସିଥିଲା। ଏହାପରେ ଫେବୃଆରୀରେ  ପୁଟିନ୍‌ କିମଙ୍କୁ ଏକ ନୂଆ ଲକଜରି ଲିମୋଜିନ କାର୍‌ର ଗିଫ୍ଟ କରିଥିଲେ। ଏହି କାରଟି ବହୁତ ଲକଜରି ଏବଂ ଆଡଭାନ୍ସ ମଧ୍ୟ। ଏଠି ଆମେ କହିରଖୁଛୁ ଯେ କିମ ଜଙ୍ଗଙ୍କୁ ଲଗଜରୀ  କାର ଖୁବ ପସନ୍ଦ। ତେବେ  କିମ ରିଟର୍ଣ୍ଣ ଗିଫ୍ଟରେ ପୁଟିନ୍‌ଙ୍କୁ ଦେଇଥିଲେ ଉତ୍ତର କୋରିଆର ଶିକାରୀ କୁକୁରର ଏକ ଯୋଡା।  ଏହି କୁକୁର ପଙ୍ଗସନ  ପ୍ରଜାତିର  ଯାହା କେବଳ ଉତ୍ତର କୋରିଆରେ ହିଁ ଦେଖାଯାଇଥାନ୍ତି।  ଏହି କୁକୁର ବହୁତ ସାହସି ହେବା ସହ ବହୁତ ରାଗି ମଧ୍ୟ। ତେବେ ଏହି ଦୁଇ ନେତାଙ୍କ ବନ୍ଧୁତ୍ୱ ଉପରେ ସାରା ଦୁନିଆର ନଜର ଖାଲି ସେତିକି ନହେଁ  ଏମାନେ ଦେବାନେବା ହୋଇଥିବା ଗିଫ୍ଟ ମଧ୍ୟ ଖୁବ ଚର୍ଚ୍ଚାରେ।  
ଅଧିକ ଦେଖନ୍ତୁ :

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Russian President Vladimir Putin drives Kim Jong Un in a luxury car. | Argus News