କର୍ଣ୍ଣାଟକ ଜଙ୍ଗଲରେ ଲୁଚିଛନ୍ତି ରୁଷିଆ ମହିଳା , ୮ ବର୍ଷ ହେବ ଭାରତରେ

Key Points
ହେବ କର୍ଣ୍ଣାଟକ ଜଙ୍ଗଲରେ ରୁଷିଆ ମହିଳା
ଦୁଇ ଝିଅଙ୍କୁ ଧରି ଜଙ୍ଗଲ ଗୁମ୍ଫାରେ ରହିଛନ୍ତି
ପାଦ ଚିହ୍ନ ଦେଖି ପୋଲିସ କରିଲା ଠାବ
କାରଣ ଶୁଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ
ଏକ ଆଶ୍ଚର୍ଯ୍ୟ ତଥା ଚକିତ କଲା ଭଳି ଘଟଣା ଏବେ ସାମ୍ନାକୁ ଆସିଛି। କର୍ଣ୍ଣାଟକ ଗୋକର୍ଣ୍ଣର ଏକ ଜଙ୍ଗଲରେ ଗୁମ୍ଫା ଭିତରେ ଜଣେ ୪୦ ବର୍ଷୀୟ ମହିଳା ନିଜ ଦୁଇ ଛୋଟ ଛୋଟ ଝିଅଙ୍କୁ ଧରି ରହିଛନ୍ତି । ଯେଉଁ ସ୍ଥାନକୁ ମଣିଷ ପହଞ୍ଚିବା କଷ୍ଟ, ପୁଣି ବଞ୍ଚି ରହିବା ଆହୁରି କଷ୍ଟ ସେଠାରେ ସେ ନିଜର ଛୋଟଛୋଟ ଝିଅଙ୍କୁ ଧରି ରହିଛନ୍ତି । ୮ ବର୍ଷ ହେବ ସେ ଭାରତରେ ଲୁଚି ରହିଛନ୍ତି । ଏ ଘଟଣା କେବଳ ଏକ ବିଦେଶୀ ମହିଳାଙ୍କ ଲୁଚି ରହିବାର କାହାଣୀ ନୁହେଁ , ବରଂ ଏଥିରେ ମହିଳାଙ୍କର ଧର୍ମ, ଇଶ୍ଵର ବିଶ୍ଵାସ, ଆଧ୍ୟାତ୍ମିକତା ମଧ୍ୟ ଲୁଚି ରହିଛି ।
କର୍ଣ୍ଣାଟକର ଉତ୍ତର କନ୍ନଡ ଜିଲ୍ଲାର ଗୋକର୍ଣ୍ଣ ଜଙ୍ଗଲର ରାମତୀର୍ଥ ପାହାଡରେ ଥିବା ଏକ ଗୁମ୍ଫାରୁ ଜଣେ ମହିଳା ଏବଂ ୨ ଝିଅଙ୍କୁ ଉଦ୍ଧାର କରିଛି ପୋଲିସ । ସାଧାରଣତଃ ଏପରି ଘଞ୍ଚ ଜଙ୍ଗଲ ଭଳି ଗୁମ୍ଫାରେ ଜୀବଜନ୍ତୁ ଥିବା ଆମେ ଦେଖିଛନ୍ତି । ହେଲେ ପ୍ରଥମଥର ଏପରି ଗୁମ୍ଫାରେ ମହିଳାଙ୍କୁ ଉଦ୍ଧାର କରାଯାଇଛି । ଏହି ମହିଳା ଜଣକଙ୍କ ନାଁ ହେଉଛି ନୀନା କୁଟିନା । ନୀନାଙ୍କର ଭିସା ୨୦୧୭ରେ ସରିଯାଇଛି । ଏହାପରେ ସେ ଭାରତ ଛାଡି ଯିବା ପରିବର୍ତ୍ତେ ଜଙ୍ଗଲରେ ରହୁଛନ୍ତି । ୨୦୧୬ରେ ବିଜନେସ ଭିସାରେ ଭାରତ ଆସିଥିଲେ । ଏବଂ ଗୋଆର ପର୍ଯ୍ୟଟନ କ୍ଷେତ୍ରରେ କାମ କରୁଥିଲେ । କିନ୍ତୁ ୧୭ ଏପ୍ରିଲ ୨୦୧୭ରେ ତାଙ୍କର ଭିସା ସରି ଯାଇଥିଲା । ୨୦୧୮ ମସିହାରେ, ସେ ଏକଜିଟ୍ ପରମିଟ୍ ନେଇ ନେପାଳ ଯାଇଥିଲେ, କିନ୍ତୁ ତା’ପରେ ସେ ଭାରତ ଫେରି ଆସିଲେ ଏବଂ କର୍ଣ୍ଣାଟକର ଉପକୂଳବର୍ତ୍ତୀ ଜଙ୍ଗଲରେ ଲୁଚି ରହିଲେ ।
ନୀନା କହିଛନ୍ତି, ସେ ଶାନ୍ତି ଏବଂ ଆଧ୍ୟାତ୍ମିକ ପରିବେଶ ଖୋଜି ଏଠାରେ ଆସି ରହିଛନ୍ତି । ଏହି ଜଙ୍ଗଲରେ ରହିବାକୁ ତାଙ୍କୁ ଖୁବ ଭଲ ଲାଗୁଛି । ଏଠାରେ ସାପମାନଙ୍କ ସହ ତାଙ୍କର ବନ୍ଧୁତା ହୋଇଯାଇଛି, ସେମାନେ ତାଙ୍କର କିମ୍ବା ତାଙ୍କ ଛୁଆଙ୍କର କୌଣସି କ୍ଷତି କରୁନାହାନ୍ତି । ନିହାତି କୌଣସି ଜିନିଷର ଆବଶ୍ୟକତା ପଡିଲେ ସେ ସହର ଯାଇଥାନ୍ତି, ପୁଣି ଏହି ଗୁମ୍ଫାକୁ ଫେରି ଆସିଥାନ୍ତି ।
ତେବେ କର୍ଣ୍ଣାଟକ ଗୋକର୍ଣ୍ଣର ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ଏହି ଗୁମ୍ଫାକୁ ଠାବ କରିଥିଲେ । ଏବଂ ସେଠାରେ ମହିଳା ତାଙ୍କର ୨ ଝିଅକୁ ଉଦ୍ଧାର କରିଥିଲେ । ସେଠାରୁ ସେମାନେ ଯିବାପାଇଁ ପ୍ରଥମେ ରାଜି ହୋଇନଥିଲେ ମଧ୍ୟ ପୋଲିସ ତାଙ୍କୁ ଭୁସ୍ଖଳନ ହେଉଥିବା କହି ସେଠାରୁ ଆଣିଥିଲେ । ଏବେ ନୀନା ଏବଂ ତାଙ୍କର ଦୁଇ ଝିଅକୁ ୱମେନ ରିସେପ୍ସନ ସେଣ୍ଟରରେ ସ୍ଥାନାନ୍ତରିତ କରାଯାଇଛି । ଏବଂ ସେମାନେ ଉଭୟ ମାନସିକ ଏବଂ ଶାରୀରିକ ରୂପରେ ଠିକ ଥିବା ପୋଲିସ କହିଛନ୍ତି । ପୋଲିସ ନୀନାଙ୍କର ଭିସାକୁ ଗୁମ୍ଫା ନିକଟରୁ ପାଇଛନ୍ତି, ଏବଂ ନୀନା ଏବଂ ତାଙ୍କ ପରିବାରକୁ ରୁଷ ଫେରାଇବା ନେଇ ଫରେନର୍ସ ରିଜୋନାଲ ରେଜିଷ୍ଟ୍ରେସନ ଅଫିସକୁ ସମ୍ପର୍କ କରିଛନ୍ତି । ତେବେ ନୀନାଙ୍କୁ ତାଙ୍କ ସ୍ଵାମୀଙ୍କ ସମ୍ପର୍କରେ ପଚରା ଯାଇଥିବା ବେଳେ ସେ କହିବାକୁ ମନା କରିଛନ୍ତି ।