Russian Woman Yulia / ବେଙ୍ଗଲୁରୁରେ ରହୁଛନ୍ତି, ମେଡ୍କୁ ୪୫ ହଜାର ଦରମା ଦେଉଛନ୍ତି !

Key Points
ଏହି ଚର୍ଚ୍ଚା ପରେ ରସିଆନ ମହିଳା ଜଣଙ୍କ ସବୁ କିଛି ଖୋଲି କହି ଦେଇଛନ୍ତି ।
ଅନେକଙ୍କ ମନରେ ଥିବା ଦ୍ୱନ୍ଦ୍ୱ ସେ ଦୂର କରିଛନ୍ତି ।
ଆଉ ଜଣାଇ ଦେଇଛନ୍ତି କାହିଁକି ସେ ନିଜ ହାଉସ୍ ହେଲ୍ପ ମହିଳାଙ୍କୁ ଦେଉଛନ୍ତି ମାସିକ ୪୫ ହଜାର ଟଙ୍କା ।
ବାଙ୍ଗଲୁରୁରେ ରହୁଥିବା ଜଣେ ରସିଆନ ମହିଳା । ଯିଏ ଏବେ କିଛି ଦିନ ହେବ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛନ୍ତି । ୟୁରୋପ-ସ୍ପେନ୍ଠାରୁ ବାଙ୍ଗଲୁରୁରେ ଚଳିବା ଅଧିକ ଏକ୍ସିପେନ୍ସିଭ୍ ବୋଲି ସେ କହିବା ପରେ ଚର୍ଚ୍ଚାକୁ ଆସିଛନ୍ତି । ତାଙ୍କ ଭିଡିଓ ଖୁବ୍ ଭାଇରାଲ ହେଉଛି । ଆଉ ସେହି ଭିଡିଓରେ ସେ ଏମିତି ଏକ କଥା କହିଛନ୍ତି ଯାହାକୁ ଶୁଣି ସମସ୍ତେ ତାଜୁବ୍ । ସେ କହିଛନ୍ତି ତାଙ୍କ ମେଡ୍ ମାସକୁ ୪୫ ହଜାର ଟଙ୍କା ଦରମା ନେଉଛନ୍ତି । ଏହାକୁ ନେଇ ସୋସିଆଲ ମିଡିଆରେ ଅନେକ ୟୁଜରଙ୍କ ଭିନ୍ନ ଭିନ୍ନ ମତ ଦେଖିବାକୁ ମିଳିଛି ।
ହେଲେ ଏହି ଚର୍ଚ୍ଚା ପରେ ରସିଆନ ମହିଳା ଜଣଙ୍କ ସବୁ କିଛି ଖୋଲି କହି ଦେଇଛନ୍ତି । ଅନେକଙ୍କ ମନରେ ଥିବା ଦ୍ୱନ୍ଦ୍ୱ ସେ ଦୂର କରିଛନ୍ତି । ଆଉ ଜଣାଇ ଦେଇଛନ୍ତି କାହିଁକି ସେ ନିଜ ହାଉସ୍ ହେଲ୍ପ ମହିଳାଙ୍କୁ ଦେଉଛନ୍ତି ମାସିକ ୪୫ ହଜାର ଟଙ୍କା ।
📱 Get Argus News App
✨ସେ କହିଛନ୍ତି ତାଙ୍କ ହାଉସ ହେଲ୍ପ, ତାଙ୍କ କୁନି ଝିଅକୁ ବି ସମ୍ଭାଳୁଛନ୍ତି । ଏହାସହ ସେ ବହୁତ ଭରସା ଯୋଗ୍ୟ । ଏଥିପାଇଁ ତାଙ୍କୁ ଦୁଇ ଗୁଣା ଟଙ୍କା ଦେବାରେ ମୋତେ କୌଣସି ପ୍ରକାର ଦ୍ୱିଧା ନାହିଁ ।
ୟୁଲିଆ (ରସିଆନ ମହିଳା) ଜଣଙ୍କ ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲ @yulia_bangalore ରେ ଏହି ପୋଷ୍ଟ ସେୟାର କରିଛନ୍ତି । ଯାହା ଏବେ ଭାଇରାଲ ହେଉଛି। ଅନେକ ୟୁଜର୍ସ କହିଛନ୍ତି ଯେ ୟୁଲିଆଙ୍କ ଖର୍ଚ୍ଚ ସାଧାରଣ ଭାରତୀୟଙ୍କ ତୁଳନାରେ ବହୁତ ଅଧିକ। କାରଣ ଆପଣଙ୍କ ଲାଇଫ୍ଷ୍ଟାଇଲ୍ ମଧ୍ୟ ଖୁବ୍ ଭିନ୍ନ ।
ଆଉ ଜଣେ ଲେଖିଛନ୍ତି, 'ଘର ସହାୟକ ପାଇଁ ୪୫,୦୦୦ ଟଙ୍କା ବହୁତ ଅଧିକ। ଆପଣ ଅତ୍ୟଧିକ ଟଙ୍କା ଦେଉଛନ୍ତି ଯାହାଫଳରେ ଭବିଷ୍ୟତରେ ଏହା ସ୍ଥାନୀୟ ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ।' ଆଉ ଜଣେ ୟୁଜର ଲେଖିଛନ୍ତି, "ମୁଁ ୨୦ ବର୍ଷ ଧରି ବେଙ୍ଗାଲୁରୁରେ ରହୁଛି, କିନ୍ତୁ ମୋର ଖର୍ଚ୍ଚ ଆପଣଙ୍କ ଖର୍ଚ୍ଚର ଅଧା ମଧ୍ୟ ନୁହେଁ।"
ୟୁଲିଆ କହିଥିଲେ ଯେ, ମୁଁ ଯେତେବେଳେ ୧୧ ବର୍ଷ ପୂର୍ବେ ବେଙ୍ଗଲୁରୁ ଆସିଥିଲି, ସେତେବଳେ ମୋତେ ଏଠାକାର କଷ୍ଟ ଅଫ୍ ଲିଭିଂ ଶସ୍ତା ଲାଗୁଥିଲା । କାରଣ ସେତେବେଳେ ତାଙ୍କ ଦେଶର କରେନ୍ସି ଖୁବ୍ ମଜଭୁତ ଥିଲା । ତେଣୁ ଏଠାକାର ଦରକୁ ସେ ଅଧା ବୋଲି ଭାବି ଚଳୁଥିଲେ । କିନ୍ତୁ ଏବେ ଏହା ଖୁବ୍ ଅଧିକ ।
ସେ ତାଙ୍କ ଖର୍ଚ୍ଚର ଲିଷ୍ଟ ମଧ୍ୟ ଦେଇଛନ୍ତି ।
ଘରଭଡ଼ା:- ୧ ଲକ୍ଷ ୨୫ ହଜାର
ଝିଅର ସ୍କୁଲ ଫି:- ୩୦ ହଜାର
ଖାଦ୍ୟପାନୀୟ ଓ ଘରୋଇ ସାମଗ୍ରୀ:- ୭୫ ହଜାର
ହାଉସ ହେଲ୍ପ:-୪୫ ହଜାର
ହେଲ୍ଥ ଓ ଫିଟ୍ନେସ୍:- ୩୦ ହଜାର
ପେଟ୍ରୋଲ:- ୫ ହଜାର
Related Topics
Explore more stories