Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ପାକିସ୍ତାନର ଏୟାର ଆଟାକକୁ ଧ୍ବଂସ କଲା S-400 ଡିଫେନ୍ସ ସିଷ୍ଟମ୍

Smruti Parija
Browse all articles by Smruti Parija
·1 year ago·3 min read
ପାକିସ୍ତାନର ଏୟାର ଆଟାକକୁ ଧ୍ବଂସ କଲା S-400 ଡିଫେନ୍ସ ସିଷ୍ଟମ୍

Key Points

ଭାରତ ବିଫଳ କଲା ପାକିସ୍ତାନର ରାତି ଅଧିଆ ଆକ୍ରମଣ
୧୫ ସାମରିକ ବେସରେ ପାକିସ୍ତାନର ଆକ୍ରମଣକୁ କଲା ବିଫଳ
ଭାରତ ପାଇଁ ସୁରକ୍ଷା କବଚ ସାଜିଲା ସୁଦର୍ଶନ ଚକ୍ର
ପାକିସ୍ତାନର ଏୟାର ଆଟାକକୁ ଧ୍ବଂସ କଲା S-400 ଡିଫେନ୍ସ ସିଷ୍ଟମ୍
ସେପଟେ ପାକିସ୍ତାନର ଚୀନ ନିର୍ମିତ ଡିଫେନ୍ସ ସିଷ୍ଟମ୍ ହେଲା ଫେଲ
କାମଦେଲାନି ଚୀନଠୁ କିଣିଥିବା ୧୬ଶହ କୋଟି ଟଙ୍କାର ସୁରକ୍ଷା କବଚ
ଲାହୋର, ସିୟାଲକୋଟ୍ ଓ ରାୱଲପିଣ୍ଡିରେ ଡିଫେନ୍ସ ସିଷ୍ଟମ୍ ଧ୍ବସ୍ତ

ପାକିସ୍ତାନର ବଡ଼ ଆଟାକକୁ ବିଫଳ କରିଦେଲା ସୁଦର୍ଶନ ଚକ୍ର। ଭାରତର ୧୫ ସାମରିକ ବେସ ଉପରେ ପାକିସ୍ତାନର ଏୟର ଆଟାକକୁ କଲା ବିଫଳ। ପ୍ରଥମ ପରୀକ୍ଷାରେ ହିଁ ଋଷ ନିର୍ମିତ ଏୟର ଡିଫେନ୍ସ ସିଷ୍ଟମ୍ S-400କୁ ମିଳିଛି ବଡ଼ ସଫଳତା। ସୁଦର୍ଶନ ଚକ୍ର ନାଁରେ ପରିଚିତ ଏହି ଡିଫେନ୍ସ ସିଷ୍ଟମ ଭାରତର ୧୫ଟି ସହର ପାଇଁ ସାଜିଛି ସୁରକ୍ଷା କବଚ। ମେ ୭ଓ ୮ ତାରିଖ ରାତିରେ ହିଁ ପାକିସ୍ତାନ ପକ୍ଷରୁ ମିସାଇଲ, ଡ୍ରୋନ୍ ଓ ଫାଇଟର ଜେଟ୍ ମାଧ୍ୟମରେ ଭାରତର ବିଭିନ୍ନ ମିଲିଟ୍ରି ବେସ୍ ଉପରେ ଆଟାକ୍ କରାଯାଇଥିଲା। କିନ୍ତୁ ସମସ୍ତ ଆକ୍ରମଣକୁ ବିଫଳ କରିଦେଇଥିଲା ଭାରତର ସୁଦର୍ଶନ ଚକ୍ର।


ପାକିସ୍ତାନ ଟାର୍ଗେଟ କରିଥିଲା ଭାରତର ସୀମାବର୍ତ୍ତି୪ ରାଜ୍ୟ ଜାମ୍ମୁ କାଶ୍ମୀର, ପଞ୍ଜାବ, ରାଜସ୍ଥାନ ଓ ଗୁଜରାଟର ବିଭିନ୍ନ ସାମରିକ ପ୍ରତିଷ୍ଠାନ ଉପରେ। ସେହି ସ୍ଥାନ ଗୁଡ଼ିକ ହେଉଛି ଜାମ୍ମୁ କାଶ୍ମୀରର ଅବନ୍ତିପୁରା, ଶ୍ରୀନଗର, ଜମ୍ମୁ ଓ ଉଦ୍ଧମପୁର ପଞ୍ଜାବର ପଠାନକୋଟ୍, ଅମୃତସର, କପୁରଥଲା, ଜଳନ୍ଧର ଓ ଲୁଧିୟାନା,ଭଟିଣ୍ଡା ଓ ଚଣ୍ଡିଗଡ଼ ରାଜସ୍ଥାନର ନଲ, ଫଲୋଦି, ଉତ୍ତରଲଇ ଏବଂ ଗୁଜରାଟର ଭୁଜ୍ ।


ଏ ସମସ୍ତ ସ୍ଥାନଗୁଡ଼ିକ ପାକିସ୍ତାନ ସୀମାକୁ ଲାଗିଛି ଏବଂ ଏଠାରେ ଭାରତୀୟ ସେନା ଓ ବାୟୁ ସେନାର ଗୁରୁତ୍ବପୂର୍ଣ୍ଣ ବେସ ସବୁ ରହିଛି। କିଭଳି ଭାବେ ଏସ୍- ୪୦୦ ପାକିସ୍ତାନର ଏୟର ଆଟାକକୁ ବିଫଳ କରିଥିଲା ତାର କିଛି ଭିଡିଓ ସୋସିଆମ ମିଡିଆରେ ଭାଇରାଲ ହେଉଛି। ଦେଖନ୍ତୁ ପାକିସ୍ତାନ ପଟୁ ଆସିଥିବା ଏକାଧିକ ରଟେକ୍ ଡ୍ରୋନ୍ ଓ ମିସାଇଲକୁ କିପରି ଆକାଶରେ ହିଁ ଏସ- ୪୦୦ ସିସାଇମ ମାଡ କରି ଧ୍ବଂସ କରିଦେଉଛି। ଆଉ ଏହା ଅମୁତସର ନିକଟବର୍ତ୍ତି ଅଞ୍ଚଳର ଦୃଶ୍ୟ। ଏସ୍ ୪୦୦ ସିଷ୍ଟମ୍ ଦ୍ବାରା ଏଠାରେ ପାକିସ୍ତାନର ଦୁଇଟି JF-17 ଏୟାର କ୍ରାଫ୍ଟକୁ ଖସାଇଦିଆଯାଇଥିଲା। ଏହା ତାପରର ଦୃଶ୍ୟ । ତା ସହିତ ବିଭିନ୍ନ ସ୍ଥାନରୁ ଏସ୍ 400 ଏୟାର୍ ଡିଫେନ୍ସ ଦ୍ବାରା ନଷ୍ଟ କରାଯାଇଥିବା ପାକିସ୍ତାନୀ ମିଶାଇଲର ଧ୍ବଂସାବିଶେଷ ମିଳୁଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଗୋଟିଏ ପଟେ ଭାରତର ଏୟାର ଡିଫେନ୍ସ ସିଷ୍ଟମ୍ ପାକିସ୍ତାନର ସମସ୍ତ ଆଟାକକୁ ବିଫଳ କରିବା ସହ ଶହେ ପ୍ରତିଶତ ପାସ୍ କରିଛି। ସେପେଟେ କିନ୍ତୁ ସଂପୂର୍ଣ୍ଣ ଫେଲ ମାରିଯାଇଛି ପାକିସ୍ତାନର ଏୟାର ଡିଫେନ୍ସ ସିଷ୍ଟମ୍ HQ-9। ଚୀନ ନିର୍ମିତ ଏହି ଏୟାର ଡିଫେନ୍ସ ସିଷ୍ଟମ୍ କୁ ୧୬ଶହ କୋଟି ଟଙ୍କାର କିଣିଥିଲା ପାକିସ୍ତାନ। ଲାହୋର,ସିଆଲକୋଟ ଓ ରାୱଲ ପିଣ୍ଡିଠାରେ ଥିବା ତାର ଗୁରୁତ୍ବପୂର୍ଣ୍ଣ ସାମରିକ ବେସ୍ ଗୁଡ଼ିକୁ ସୁରକ୍ଷା ଦେବା ପାଇଁ ଏହି ଏୟାର ଡିଫେନ୍ସ ସିଷ୍ଟମକୁ ମୁତୟନ କରାଯାଇଥିଲା। କିନ୍ତୁ ଭାରତ ପକ୍ଷରୁ ଏହି ସିଷ୍ଟମକୁ ଧ୍ବସ୍ତ କରିଦିଆଯାଇଛି।


ଏସ୍- ୪୦୦ ଏୟର ଡିଫେନ୍ସ ସିଷ୍ଟମ କଣ ଓ ଏହା କିପରି ଶତ୍ରୁର ଆକ୍ରମଣରୁ ରକ୍ଷା କରିଥାଏ। ପ୍ରଥମ କଥା ହେଉଛି ରୂଷ ନିର୍ମିତ ଏହି ଏୟାର ଡିଫେନ୍ସ ସିଷ୍ଟମ୍ ସ୍ବୟଂ ଚାଳିତ। ଏହାକୁ ସହଜରେ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ସ୍ଥାନାନ୍ତର କରାଯାଇପାରିବ। ଏସ୍- ୪୦୦ ରେ ୩୦୦ରୁ ଅଧିକ ମିସାଇଲ ଥାଏ। ଏଥିରେ ୪ ପ୍ରକାରର ମିସାଇଲ ଥାଏ। ଯେଉଁଗୁଡ଼ିକର ମାରକ କ୍ଷମତା ଅଲଗା ଅଲଗା। ୫୦ କିଲୋମିଟର ରୁ ୪୦୦ କିଲୋମିଟର ମାରକ କ୍ଷମତା ବିଶିଷ୍ଟ ମିସାଇଲ ଏହି ଡିଫେନ୍ସ ସିଷ୍ଟମରେ ସାମିଲ ଥାଏ। ଏଥିରେ ଲାଗିଥିବା ଶକ୍ତିଶାଳୀ ଇଣ୍ଟେଲିଜେଣ୍ଟ ରାଡାର ସିଷ୍ଟମ ଆକାଶ ମାର୍ଗରେ ହେଉଥିବା କୌଣସି ଆଟାକକୁ ସହଜରେ ଟ୍ରାକ୍ କରିପାରେ। ଶତ୍ରୁ ପକ୍ଷର ଫାଇଟର ଜେଟ୍ , ମିସାଇଲ, ରକେଟ୍ କିମ୍ବା ଡ୍ରୋନକୁ ତତକ୍ଷଣାତ୍ ଟ୍ରାକ୍ କରିପାରେ ଏସ୍- ୪୦୦ ରେ ଲାଗିଥିବା ଶକ୍ତିଶାଳୀ ରାଡାର। ଶତ୍ରୁ କେଉଁ ଦିଗରୁ କରୁଛି ଆକ୍ରମଣ ତାହା ସଠିକ୍ ଭାବେ ତତକ୍ଷଣାତ ନିରୂପଣ କରି ଆକାଶ ମାର୍ଗରେ ହିଁ ଧ୍ବଂସ କରିଦେଇପାରେ। ଏକସଙ୍ଗରେ ୮୦ଟି ଟାର୍ଗେଟକୁ ଧ୍ବସ କରିବାର କ୍ଷମତା ରହିଛି ଏସ୍- ୪୦୦ର।

Sponsored
s-400-defense-system-thwarts-pakistans-air-attack | Argus News