Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଭାରତ ଚୀନ ସୀମା ସମସ୍ୟା, ଶାନ୍ତପୂର୍ଣ୍ଣ ସମାଧାନକୁ ନେଇ ବିବୃତି ରଖିଛନ୍ତି ଏସ ଜୟଶଙ୍କର

National

ଭାରତ ଚୀନ ସୀମା ସମସ୍ୟା, ଶାନ୍ତପୂର୍ଣ୍ଣ ସମାଧାନକୁ ନେଇ ବିବୃତି ରଖିଛନ୍ତି ଏସ ଜୟଶଙ୍କର

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଭାରତ ଚୀନ ସୀମା ସମସ୍ୟା,  ଶାନ୍ତପୂର୍ଣ୍ଣ ସମାଧାନକୁ ନେଇ ବିବୃତି ରଖିଛନ୍ତି ଏସ ଜୟଶଙ୍କର

ଅର୍ଗସ ବ୍ୟୁରୋ:  LACରେ ସ୍ୱାଭାବିକ ହେଉଛି ସ୍ଥିତି । ଭାରତ ଚୀନ ସୀମା ସମସ୍ୟାର ଶାନ୍ତପୂର୍ଣ୍ଣ ସମାଧାନକୁ ନେଇ ଲୋକସଭାରେ ବିବୃତ୍ତି ରଖିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର । ଏଲଏସିରେ ସେନା ପ୍ରତ୍ୟାହାର ପ୍ରକ୍ରିୟା ଶେଷ ପରେ ବିବାଦୀୟ ସ୍ଥଳରେ ପ୍ୟାଟ୍ରୋଲିଂ କରୁଛନ୍ତି ଉଭୟ ଦେଶର ସେନା । ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୂରଦର୍ଶୀ ନିଷ୍ପତ୍ତି ସୀମା ସମସ୍ୟାର ଶାନ୍ତପୂର୍ଣ୍ଣ ସମାଧାନ ପାଇଁ ବାଟ ଦେଖାଇଛି ବୋଲି କହିଛନ୍ତି ଜୟଶଙ୍କର ।

ଭାରତ-ଚୀନ ମଧ୍ୟରେ କୂଟନୈତିକ ଆଲୋଚନା ଯୋଗୁ ସମ୍ପର୍କରେ ଉନ୍ନତି ଆସିବା ସହ ସୀମାକୁ ନେଇ ଲାଗି ରହିଥିବା ଅଶାନ୍ତି ଦୂର ହୋଇଛି । ଲଦାଖ ସୀମାରେ ଉତ୍ତେଜନା ଯୋଗୁ ୨୦୨୦ ପରଠାରୁ ଭାରତ-ଚୀନ ମଧ୍ୟରେ ଲାଗି ରହିଥିଲା ତିକ୍ତତା । ଡିସଏନଗେଜମେଣ୍ଟ ପ୍ରକ୍ରିୟା ଶେଷ ହୋଇଥିବାରୁ ଏବେ ଜାତୀୟ ସୁରକ୍ଷାକୁ ଅଗ୍ରାଧିକାର ଦେଇ ଅନ୍ୟ ଦିଗ ଗୁଡ଼ିକ ଉପରେ ଦୁଇ ଦେଶ ମଧ୍ୟରେ ଆଲୋଚନା ପାଇଁ ପଥ ପରିସ୍କାର ହୋଇଛି ବୋଲି ଲୋକସଭାରେ ବିବୃତ୍ତି ରଖିଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
S Jaishankar issues statement on India-China border issue, peaceful resolution | Argus News