Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଟ୍ରମ୍ପଙ୍କ ବିଦେଶ ମନ୍ତ୍ରୀ ମାର୍କୋ ରୁବିଓଙ୍କୁ ଭେଟିଲେ ଏସ୍ ଜୟଶଙ୍କର

Sushanta Sahoo
Browse all articles by Sushanta Sahoo
·1 year ago·2 min read
ଟ୍ରମ୍ପଙ୍କ ବିଦେଶ ମନ୍ତ୍ରୀ ମାର୍କୋ ରୁବିଓଙ୍କୁ ଭେଟିଲେ ଏସ୍ ଜୟଶଙ୍କର

Key Points

ଟ୍ରମ୍ପ ସରକାରଙ୍କ ସହ ଏସ୍.ଜୟଶଙ୍କରଙ୍କ ଆଲୋଚନା

ବୈଷୟିକ ଜ୍ଞାନକୌଶଳ, ପ୍ରତିରକ୍ଷା ଓ ଶକ୍ତି କ୍ଷେତ୍ରକୁ ନେଇ ଚର୍ଚ୍ଚା

ଅର୍ଗସ ବ୍ୟୁରୋ: ଡୋନାଲ୍ଡ ଟ୍ରମ୍ପ ଦ୍ଵିତୀୟ ଥର ଲାଗି ଆମେରିକା ରାଷ୍ଟ୍ରପତି ହୋଇଛନ୍ତି । ଦାୟିତ୍ଵ ଗ୍ରହଣ କରିବା ପରେ ପ୍ରଥମଥର ପାଇଁ ଟ୍ରମ୍ପ ସରକାରଙ୍କ ସହ ଆଲୋଚନା କରିଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର । ଟ୍ରମ୍ପଙ୍କ ବିଦେଶ ମନ୍ତ୍ରୀ ମାର୍କୋ ରୁବିଓଙ୍କ ସହ ଦ୍ଵିପାକ୍ଷିକ ଆଲୋଚନା କରିଛନ୍ତି ଏସ୍.ଜୟଶଙ୍କର । ବୈଷୟିକ ଜ୍ଞାନକୌଶଳ, ପ୍ରତିରକ୍ଷା ଓ ଶକ୍ତି କ୍ଷେତ୍ରକୁ ନେଇ ଚର୍ଚ୍ଚା ହୋଇଛି । ଏହି ଅବସରରେ ୨ ଦେଶ ମଧ୍ୟରେ ଦ୍ଵିପାକ୍ଷିକ ସମ୍ପର୍କର ସମୀକ୍ଷା କରିବା ସହ ଏସ୍.ଜୟଶଙ୍କର ଆମେରିକାର ନୂଆ ସୁରକ୍ଷା ପରାମର୍ଶଦାତା ମାଇକ୍ ୱାଲ୍ଟଜ୍ । 


ଏସ୍. ଜୟଶଙ୍କର ଟ୍ରମ୍ପଙ୍କ ଶପଥ ଗ୍ରହଣ ସମାରୋହରେ ଭାରତର ପ୍ରତିନିଧି ଭାବେ ଯୋଗ ଦେଇଥିଲେ । ଏହା ପରେ ସେଠାରେ କ୍ଵାଡ୍ ବିଦେଶ ମନ୍ତ୍ରୀ ସ୍ତରୀୟ ବୈଠକରେ ଭାଗ ନେଇଥିଲେ । ଆମେରିକା ବିଦେଶ ମନ୍ତ୍ରୀଙ୍କୁ ଭେଟିବା ନେଇ ସୋସିଆଲ୍ ମିଡିଆରେ ଫଟୋ ସେୟାର କରି ଏସ୍ ଜୟଶଙ୍କର ଲେଖିଛନ୍ତି, 'ଦ୍ଵିପାକ୍ଷିକ ସମ୍ପର୍କର ସମୀକ୍ଷା ମାର୍କୋ ରୁବିଓଙ୍କ ସହ କରିଛି ।'


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆମେରିକା ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି, ଭାରତର ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର ମାର୍କୋ ରୁବିଓଙ୍କ ସହ ଆଲୋଚନା କରିଛନ୍ତି । ଆମେରିକା ଓ ଭାରତ ମଧ୍ୟରେ ହୋଇଥିବା ବୁଝାମଣାକୁ ମଜଭୂତ କରିବାରୁ ୨ ଦେଶ ପ୍ରତିବଦ୍ଧ ଅଛନ୍ତି । ଆର୍ଥିକ କାରବାରକୁ ବଢ଼ାଇବା ଲାଗି ନିୟମିତ ଇମିଗ୍ରେସନ୍ ଉପରେ ଟ୍ରମ୍ପ ପ୍ରଶାସନ ଗୁରୁତ୍ଵ ଦେଇଛି ।


ଏଥିସହ ଆମେରିକାର ନୂଆ ସୁରକ୍ଷା ପରାମର୍ଶଦାତା ମାଇକ୍ ୱାଲ୍ଟଜ୍‌ଙ୍କ ସହ ଆଲୋଚନା କରିଛନ୍ତି ଏସ୍ ଜୟଶଙ୍କର । ଦୁଇ ଦେଶର ଲାଭ ସୁନିଶ୍ଚିତ କରିବା ଓ ବୈଶ୍ଵିକ ସ୍ଥିରତା ଓ ସମୃଦ୍ଧିକୁ ବଢ଼ାଇବା ଲାଗି ୨ ଦେଶ ଆଲୋଚନା କରିଛୁ ବୋଲି ଜୟଶଙ୍କର ସୋସିଆଲ୍ ମିଡିଆରେ ପୋଷ୍ଟ କରିଛନ୍ତି । ଏହା ପୂର୍ବରୁ ଜୟଶଙ୍କର ପ୍ରଥମ କ୍ଵାଡ୍ ବୈଠକରେ ଯୋଗ ଦେଇଥିଲେ । ଯେଉଁଥିରେ ସାମିଲ୍ ହୋଇଥିଲେ ଜାପାନ ଓ ଅଷ୍ଟ୍ରେଲିଆର ପ୍ରତିନିଧି । 

Sponsored
S Jaishankar meets secretary of state Marco Rubio | Argus News