Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - କଚାତିବ୍ୟୁ ଦ୍ୱୀପ ପ୍ରସଙ୍ଗରେ କଂଗ୍ରେସକୁ ଏସ. ଜୟଶଙ୍କରଙ୍କ ଟାର୍ଗେଟ୍‌

National

କଚାତିବ୍ୟୁ ଦ୍ୱୀପ ପ୍ରସଙ୍ଗରେ କଂଗ୍ରେସକୁ ଏସ. ଜୟଶଙ୍କରଙ୍କ ଟାର୍ଗେଟ୍‌

Banajyotshna Ray
Browse all articles by Banajyotshna Ray
·2 years ago·1 min read
କଚାତିବ୍ୟୁ ଦ୍ୱୀପ ପ୍ରସଙ୍ଗରେ କଂଗ୍ରେସକୁ ଏସ. ଜୟଶଙ୍କରଙ୍କ ଟାର୍ଗେଟ୍‌

ଅର୍ଗସ ବ୍ୟୁରୋ: ଗତକାଲି କଚାତିବ୍ୟୁ ଦ୍ୱୀପ ପ୍ରସଙ୍ଗରେ  ପ୍ରଧାନମନ୍ତ୍ରୀ କଂଗ୍ରେସକୁ ନିଶାନା କରିଥିବା ବେଳେ ଆଜି ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଟାର୍ଗେଟ୍ କରିଛନ୍ତି । ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହର ଲାଲ ନେହରୁ ପ୍ରଥମେ ଏହି ଦ୍ୱୀପକୁ ଶ୍ରୀଲଙ୍କାକୁ ଦେବାକୁ ଚାହୁଁଥିଲେ । ଏହାପରେ ୧୯୭୪ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରାଗାନ୍ଧି ଏଥିରେ ରାଜି ହୋଇଥିଲେ ।  ତା ପରଠାରୁ କଚାତିବ୍ୟୁ ଶ୍ରୀଲଙ୍କା ଅକ୍ତିଆରରେ ରହିଛି । ଶ୍ରୀଲଙ୍କା ପକ୍ଷରୁ ୬ ହଜାରରୁ ଅଧିକ ଭାରତୀୟ ଧୀବରଙ୍କୁ ଅଟକ ରଖାଯାଇଥିବା ବେଳେ ୧୧ଶହରୁ ଅଧିକ ଡଙ୍ଗା ଜବତ କରାଯାଇଛି ।

ଏ ପ୍ରସଙ୍ଗରେ ସଂସଦରେ ବାରମ୍ବାର ଉତ୍ତର ରଖାଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ ଏସ. ଜୟଶଙ୍କର କହିଛନ୍ତି । କିନ୍ତୁ ଏବେ ସାରା ଦେଶ ଜାଣିବାର ଅଛି କେଉଁ ପରିସ୍ଥିତିରେ କଚାତିବ୍ୟୁ ଦ୍ୱୀପ ଭାରତ ହାତରୁ ଗଲା । ସବୁଜାଣି କଂଗ୍ରେସ ଓ ଡିଏମକେ ଏବେ କିଛି ଜାଣି ନଥିବାର ଅଭିନୟ କରୁଛନ୍ତି ବୋଲି ଜୟଶଙ୍କର କହିଛନ୍ତି । ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସକୁ ନିଶାନା କରିଥିଲେ ।

ଅଧିକ ପଢ଼ନ୍ତୁ ଦେଶ ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Painting
Sponsored
S Jaishankar On Katchatheevu Island | Argus News