Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - 'ଅପରେସନ ସିନ୍ଦୂର'କୁ ନେଇ ଏସ୍ ଜୟଶଙ୍କରଙ୍କ ପ୍ରତିକ୍ରିୟା

National

'ଅପରେସନ ସିନ୍ଦୂର'କୁ ନେଇ ଏସ୍ ଜୟଶଙ୍କରଙ୍କ ପ୍ରତିକ୍ରିୟା

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
 'ଅପରେସନ ସିନ୍ଦୂର'କୁ ନେଇ ଏସ୍ ଜୟଶଙ୍କରଙ୍କ ପ୍ରତିକ୍ରିୟା

ସିନ୍ଦୁରର ବଦଲା ମିସାଇଲରେ । ଗୋଟି ଗୋଟି ଆକ୍ରମଣର ପ୍ରତିଶୋଧ ନେବ ଭାରତ । କାଲି ରାତି ଅଧରେ ପାକିସ୍ତାନ ଓ ପାକ ଅଧିକୃତ କଶ୍ମୀର ଉପରେ ଥିବା ଆତଙ୍କୀ ଆଡ୍ଡା ଉପରେ ଭାରତ ଆକ୍ରମଣ କରିଛି । ପାଖାପାଖି ରାତି ସାଢେ ୨ଟା ସମୟରେ ହୋଇଛି ଏହି ଆକ୍ରମଣ । ୯ଟି ଆତଙ୍କବାଦୀଙ୍କ ସ୍ଥାନରେ ଭାରତ ପକ୍ଷରୁ ୨୬ଟି ମିସାଇଳ ଆକ୍ରମଣ କରିଛି । ତେବେ ଏହାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ।

ଜୟଶଙ୍କର କହିଛନ୍ତି ଆତଙ୍କବାଦୀଙ୍କ ଆକ୍ରମଣକୁ ଆଦୌ ସହିବନି ପୃଥିବୀ । ଏହାର ପ୍ରତିଉତ୍ତର ନିଶ୍ଚୟ ଦେବା ଆବଶ୍ୟକ । ପାକିସ୍ତାନର ୪ଟି ଓ ପିଓକେରେ ଥିବା ୯ଟି ଆତଙ୍କୀ ଶିବିର ଉପରେ ୨୪ଥର ଆକ୍ରମଣ କରାଯାଇଛି । ଯେଉଁଥିରେ ୯୦ରୁ ଅଧିକ ଆତଙ୍କବାଦୀ ଏପର୍ଯ୍ୟନ୍ତ ଆହତ ହୋଇଥିବା ସୂଚନା ମିଳିଛି ।

ଏଠାରେ କହି ରଖିବାକୁ ଚାହୁଁଛୁ, ୨୨ ଏପ୍ରିଲରେ ଜମ୍ମୁ କାଶ୍ମୀର ପହଲଗାମ୍‌ରେ ୨୨ ଏପ୍ରିଲରେ ଆତଙ୍କବାଦୀଙ୍କ ଆକ୍ରମଣ ହୋଇଥିଲା । ଯେଉଁଥିରେ ୨୬ ଲୋକଙ୍କର ମୃତ୍ୟୁ ହୋଇଥିଲା । ହିନ୍ଦୁ ପଚାରି କଲମା ପଢିବାକୁ କହି କରାଯାଇଥିଲା ଆକ୍ରମଣ । ଯେଉଁଥିରେ ଛୁଟି କାଟିବାକୁ ଯାଇଥିବା ଅନେକ ନୀରିହ ଲୋକଙ୍କ ଜୀବନ ଯାଇଥିଲା । ଏବେ ଭାରତ ଏହାର ପ୍ରତିଶୋଧ ସ୍ଵରୂପ କାଲି ମଧ୍ୟରାତ୍ରୀରେ ମିସାଇଲ ଆକ୍ରମଣ କରିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
S Jaishankar's reaction to 'Operation Sindoor' | Argus News