Videos
|
National

“ଆଶ୍ଚର୍ଯ୍ୟ! ଭାରତର 7 ଶିକ୍ଷକଙ୍କ କାହାଣୀ”

Sudeshna Mishra
Browse all articles by Sudeshna Mishra
·1 year ago·3 min read
“ଆଶ୍ଚର୍ଯ୍ୟ! ଭାରତର 7 ଶିକ୍ଷକଙ୍କ କାହାଣୀ”

Key Points

ଭାରତୀୟ ଶିକ୍ଷା ପଦ୍ଧତି ଭବିଷ୍ୟତ ପାଇଁ ନୂଆ ବାଟ କଢ଼ାଇନେଇଥାଏ

ଭାରତର ସାତଜଣ ପ୍ରେରଣାଦାୟକ ଶିକ୍ଷକ

ଶିକ୍ଷକ ଦିବସ ଅବସରରେ ଜାଣିବା ସାତ ଜଣ ଶିକ୍ଷକଙ୍କ ବିଷୟରେ

ଯେଉଁମାନେ କ୍ଲାସରୂମ ଶିକ୍ଷାକୁ ନୂଆ ଶକ୍ତିଶାଳୀ ଆଇଡିଆ ସହ ପରିବର୍ତ୍ତନ କରିପାରିଛନ୍ତି

ଗୁରୁକୂଳ ଶିକ୍ଷାର ଆଧାର ତିଆରି କରିଥିବା ଭାରତରେ, ଶିକ୍ଷା କେବେ ହେଲେ ପରୀକ୍ଷା କିମ୍ବା ଗ୍ରେଡ ପାଇବାର ମାପକାଠି ହୋଇ ରହି ନାହିଁ। ଭାରତୀୟ ଶିକ୍ଷା ପଦ୍ଧତି ଭବିଷ୍ୟତ ପାଇଁ ନୂଆ ବାଟ କଢ଼ାଇନେଇଥାଏ। ଶିକ୍ଷକ ଦିବସ ଅବସରରେ ଆସନ୍ତୁ ଜାଣିବା ସାତ ଜଣ ଶିକ୍ଷକଙ୍କ ବିଷୟରେ ଯେଉଁମାନେ କ୍ଲାସରୂମ ଶିକ୍ଷାକୁ ନୂଆ ଶକ୍ତିଶାଳୀ ଆଇଡିଆ ସହ ପରିବର୍ତ୍ତନ କରିପାରିଛନ୍ତି। ସେମାନଙ୍କର ଭାବନା ଜୀବନ ପରିବର୍ତ୍ତନ କରିଛି, ବାଧାକୁ ଭାଙ୍ଗିଛି, ଓ ପିଲାମାନଙ୍କୁ ଦେଇଛି ଏକ ଏମିତି ଉପହାର ଯାହା କେହି କେବେ ଛଡ଼ାଇ ନେଇ ପାରିବେ ନାହିଁ-ଯାହା ହେଉଛି ଶିଖିବାର ଶକ୍ତି।


(୧) ରଞ୍ଜିତସିଂହ ଦିସାଳେ

ପାଠ୍ୟପୁସ୍ତକରେ QR କୋଡ୍‌ ଓ ଝିଅମାନଙ୍କ ଶିକ୍ଷା ପାଇଁ ଆନ୍ଦୋଳନ ୨୦୨୦ର ଗ୍ଲୋବାଲ୍ ଟିଚର୍ ପ୍ରାଇଜ୍ ଜିତିଥିବା ରଞ୍ଜିତସିଂହ ଦିସାଳେ ଗ୍ରାମୀଣ ମହାରାଷ୍ଟ୍ରରେ ଝିଅମାନଙ୍କ ଶିକ୍ଷାକୁ ନୂଆ ଦିଶା ଦେଇଥିଲେ। ସେ ପାଠ୍ୟପୁସ୍ତକରେ କ୍ୟୁଆର କୋଡ୍ ଯୋଡ଼ିଲେ ଓ ପାଠ ବହି ଗୁଡ଼ିକୁ ସ୍ଥାନୀୟ ଭାଷାରେ ଅନୁବାଦ କରିଦେଲେ। ଯାହାଦ୍ଵାରା, ସ୍କୁଲ୍‌ରେ ପିଲାଙ୍କ ଉପସ୍ଥିତି ୧୦୦%କୁ ବଢ଼ିଗଲା। ତାଙ୍କ ଉଦ୍ୟମରେ ଗାଁରେ ବାଳ୍ୟ ବିବାହ ପ୍ରଥା ମଧ୍ୟ ସମାପ୍ତ ହୋଇ ପାରିଲା। ଶିକ୍ଷା କ୍ଷେତ୍ରରେ ୨୦୨୦ରେ ରଞ୍ଜିତସିଂହ ନିଜର ୧ ମିଲିୟନ୍ ଡଲାର୍ ପୁରସ୍କାରକୁ 9ଜଣ ଫାଇନାଲିଷ୍ଟଙ୍କ ମଧ୍ୟରେ ବାଣ୍ଟିଦେଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


(୨) ଦୀପ୍‌ ନାରାୟଣ ନାୟକ : ‘THE ‘WALL TEACHER’

କୋଭିଡ୍-19 ସମୟରେ ସ୍କୁଲ୍ ବନ୍ଦ ହେବା ସତ୍ତ୍ଵେ, ଦୀପ୍‌ ନାରାୟଣ ନାୟକ ପିଲାମାନଙ୍କ ଶିକ୍ଷା ନେଇ ଚିନ୍ତିତ ଥିଲେ। ସେ ଗାଁର ମାଟିର କାନ୍ଥକୁ ବ୍ଲାକବୋର୍ଡରେ ପରିଣତ କରିଥିଲେ । ଏପରିକି ସେ ନିଜ ପଡ଼ୋଶୀଙ୍କ ଘରକାନ୍ଥକୁ ବି କ୍ଲାସରୁମ୍ କରିଦେଲେ। ଆଜି ସେ ଦ ଓ୍ଵାଲ-ଟିଚର ଭାବେ ବେଶ ପରିଚିତ।


(୩) ହରିକୃଷ୍ଣ ପଟଚାରି

ଇଂରାଜୀକୁ ସୀମା ପାରେ ନେଇଗଲେ ଗ୍ରାମୀଣ ଆନ୍ଧ୍ର ପ୍ରଦେଶରେ,ହରିକୃଷ୍ଣ ପଟଚାରି ପିଲାମାନଙ୍କୁ ଇଂରାଜୀ ଶିଖିବାର ନୂଆ ପଥ ଦେଖାଇଲେ। ସେ ଭର୍ଚୁଆଲ କ୍ଲାସରୁମ୍ ତିଆରି କରିଲେ। ୧୨ଟି ଦେଶରେ pen-pal ପ୍ରୋଗ୍ରାମ୍ ସୃଷ୍ଟି କଲେ,ଓ ଛାତ୍ରମାନଙ୍କୁ ବିଶ୍ୱ ଶିକ୍ଷକ ନେଟୱର୍କ ସହିତ ଯୋଡ଼ିଦେଲେ। ଏହିଭଳି ପାଠପଢ଼ାକୁ ଇଣ୍ଟରଆକ୍ଟିଭ କରିବା ପାଇଁ ଚେଷ୍ଟା କଲେ।


(୪) ପ୍ରଦୀପ ନେଗୀ

ପାହାଡ଼ରେ ଡିଜିଟାଲ୍ ଶିକ୍ଷା ଉତ୍ତରାଖଣ୍ଡର ସରକାରୀ ସ୍କୁଲରେ ପାଠ ପଢ଼ାଉଥିବା ପ୍ରଦୀପ ନେଗୀ, ଶାରୀରିକ ଅସୁବିଧା ସତ୍ତ୍ଵେ ଶିକ୍ଷାକୁ ନୂଆ ପଥରେ ନେଇଗଲେ। ସେ ପିଲାମାନଙ୍କୁ ଡିଜିଟାଲ୍ ଶିକ୍ଷା ସହ ପରିଚୟ କରାଇଲେ। ପ୍ରୋଜେକ୍ଟରରୁ ଓ୍ବାର୍ଟସଅପ କ୍ଲାସ୍ ପର୍ଯ୍ୟନ୍ତ ନେଇଗଲେ। ଗରିବ ପିଲାମାନଙ୍କ ପାଇଁ ଶିକ୍ଷା ସାତ ସ୍ବପ୍ନ ଥିବାବେଳେ ତାହା ତାଙ୍କ ପାଖରେ ପହଂଚାଇଲେ। ଏଥିରେ ସେ 1,200ରୁ ଅଧିକ ଶିକ୍ଷକଙ୍କୁ ମଧ୍ୟ ପ୍ରଶିକ୍ଷିତ କରିପାରିଥିଲେ।


(୫) ଅରବିନ୍ଦ ଗୁପ୍ତା

ଖେଳ ଖେଳରେ ବିଜ୍ଞାନ ପଦ୍ମଶ୍ରୀ ଅରବିନ୍ଦ ଗୁପ୍ତା ପ୍ରମାଣ କରିଥିଲେ, ବିଜ୍ଞାନ ଶିଖିବା ପାଇଁ ଦାମୀ ଲାବୋରେଟରୀ ଦରକାର ନାହିଁ। ସେ ସାଧାରଣ ଜିନିଷରୁ ଅଦ୍ଭୁତ ବିଜ୍ଞାନ ଖେଳଣା ତିଆରି କଲେ । ପୁରୁଣା CDରୁ ଲଟେଇ, ଷ୍ଟ୍ର ରୁ ପମ୍ପ ଓ ଅନ୍ୟାନ୍ୟ ଖେଳଣା ତିଆରି କଲେ। ତାଙ୍କ ଖେଳଣା ଲକ୍ଷାଧିକ ପିଲାମାନଙ୍କ ପାଇଁ ବିଜ୍ଞାନ ଶିକ୍ଷାକୁ ଆହୁରି ସହଜ ଓ ସ୍ମରଣୀୟ କରିଦେଲା।


(୬) ଉର୍ବଶୀ ସାହାଣୀ

ଝିଅମାନଙ୍କ ପାଇଁ ଶିକ୍ଷା ଓ ଆତ୍ମବିଶ୍ୱାସ ଷ୍ଟଡି ହଲ୍ ମାଧ୍ୟମରେ ଉର୍ବଶୀ ସାହନୀ ଏକ ନାରୀବାଦୀ ଆଭିମୂଖ୍ୟରେ ଶିକ୍ଷାକୁ ନୂଆ ଦିଗ ଦେଲେ। ସେ ଶିକ୍ଷକମାନଙ୍କୁ ପ୍ରଶିକ୍ଷିତ କଲେ,ନୂଆ କରିକୁଲମ୍ ତିଆରି କଲେ । ସେ ନିଶ୍ଚିତ କରିଲେ ଯେ ଗରିବ ପରିବାରର ଝିଅମାନେ, କେବଳ ସ୍କୁଲ୍‌କୁ ଯାଇନଥିଲେ ବରଂ ସଶ୍ତକ୍ତ ବି ହେଲେ।


(୭) ସୁଗାତୋ ମିତ୍ର : The ‘Hole in the Wall ’ Experiment

ସୁଗାତୋ ମିତ୍ରଙ୍କର Hole in the Wall ପରୀକ୍ଷା ବିଶ୍ୱକୁ ଆଶ୍ଚର୍ଯ୍ୟରେ ପକାଇଥିଲା। ସେ ଦିଲ୍ଲୀର ବସ୍ତିରେ ଗୋଟିଏ ସାଧାରଣ କମ୍ପ୍ୟୁଟର୍ ସ୍ଥାପନ କଲେ। ପିଲାମାନେ ସ୍ୱୟଂ ତାହାକୁ ବ୍ୟବହାର କରି ଶିଖିବା ଆରମ୍ଭ କରିଦେଲେ। ତାଙ୍କ କାମ ପ୍ରମାଣ କରିଦେଲା, ଯଦି ସୁବିଧା ମିଳେ, ପିଲାମାନେ ନିଜେ ଶିଖିପାରନ୍ତି ଓ ଆଗକୁ ବଢ଼ିପାରନ୍ତି।


କାହିଁକି କାହାଣୀ ପିଲାମାନଙ୍କ ପାଇଁ ଦରକାର?

ଭାରତରେ ଶିକ୍ଷାର କଥା ସାଧାରଣତଃ ପରୀକ୍ଷାର ନମ୍ବର,ରାଙ୍କିଂ କିମ୍ବା ରିପୋର୍ଟରେ ସୀମିତ ହୋଇଯାଏ। କିନ୍ତୁ ସତ କାହାଣୀ ତ ଏହି ଶିକ୍ଷକମାନଙ୍କର ଶିକ୍ଷା ପ୍ରଣାଳିରେ ଲୁଚିଛି। ଏହି ଶିକ୍ଷକମାନେ ପ୍ରମାଣ କରିଛନ୍ତି ଯେ ପରିବର୍ତ୍ତନ ବଡ଼ ବଜେଟ୍‌ରୁ ନୁହେଁ, ସୃଜନଶୀଳତା, ସାହସ ଓ ବିଶ୍ୱାସରୁ ଆସେ। ଭାରତର ଭବିଷ୍ୟତ କେବଳ ନୀତି କିମ୍ବା ପ୍ରଯୁକ୍ତିରୁ ନୁହେଁ, ସେହି କ୍ଲାସ ରୁମ୍‌ରୁ ତିଆରି ହେବ, ଯେଉଁଠାରେ ପିଲାମାନଙ୍କ ମନକୁ ଜାଣି ତାଙ୍କ ଭବିଷ୍ୟତ ଗଢ଼ାଯାଉଛି।