Sabarimala Temple / ସାଂଘାତିକ ଅଭିଯୋଗ, ସାବରୀମାଳା ମନ୍ଦିରରୁ ୪ କିଲୋ ସୁନା ଗାୟବ !

Key Points
୨୦୧୯ରେ ଦ୍ବାରପାଳ ମୂର୍ତ୍ତିରେ ଗୋଲ୍ଡ ପ୍ଲେଟିଂ ସମୟରେ ୪.୫୪ କିଲୋଗ୍ରାମ ସୁନା ଗାଏବ ଅଭିଯୋଗ ହୋଇଥିଲା ।
ସାବରୀମାଳା ମନ୍ଦିରରେ ସୁନା ବିବାଦକୁ ନେଇ ଉତ୍ତେଜନା । ୨ ଦିନ ପୂର୍ବରୁ ହାଇକୋର୍ଟ କଡ଼ା ଟିପ୍ପଣୀ ଦେଇଥିବା ବେଳେ ଆଜି ବିଜେପି ପକ୍ଷରୁ ଜୋରଦାର ବିରୋଧ ପ୍ରଦର୍ଶନ ହୋଇଛି । ମନ୍ଦିରରୁ ସୁନା ହଡ଼ପ ଅଭିଯୋଗ କରିଛନ୍ତି ରାଜ୍ୟ ବିଜେପି ସଭାପତି କେ ସୁରେନ୍ଦ୍ରନ । ପ୍ରସଙ୍ଗକୁ ନେଇ ଚାରି ଦିନ ହେବ କେରଳ ବିଧାନସଭାରେ ହଙ୍ଗାମା ଜାରି ରହିଛି । ଘଟଣାର ଉଚ୍ଚ ସ୍ତରୟ ତଦନ୍ତ ଦାବି କରିବା ସହ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛି ରାଜ୍ୟ ବିଜେପି ।
ଗତ ୨୫ ବର୍ଷ ଧରି ମନ୍ଦିରରୁ ସୁନା ହଡ଼ପ ହେବା ସହ ଆୟାପ୍ପା ମନ୍ଦିରର ଗର୍ଭଗୃହରେ ସୁନା ବଦଳରେ ପିତଳର ପ୍ରଲେପ ଲାଗିଥିବା ଅଭିଯୋଗ କରିଛନ୍ତି ଭକ୍ତ । ଭକ୍ତଙ୍କ ବିଶ୍ବାସକୁ ଧୋକ୍କା ଦିଆଯାଇଥିବା କହିଥିଲେ କେରଳ ହାଇକୋର୍ଟ । ୨୦୧୯ରେ ଦ୍ୱାରପାଳ ମୂର୍ତ୍ତିରେ ଗୋଲ୍ଡ ପ୍ଲେଟିଂ ସମୟରେ ୪.୫୪ କିଲୋଗ୍ରାମ ସୁନା ଗାଏବ ଅଭିଯୋଗ ହୋଇଥିଲା ।
ସୂଚନା ଅନୁସାରେ ଦ୍ୱାରପାଳକ (ରକ୍ଷକ ଦେବତା)ଙ୍କ ମୂର୍ତ୍ତିରୁ ସୁନା ଲଗାଯାଇଥିବା ତମ୍ବା ପ୍ଲେଟଗୁଡ଼ିକୁ ୨୦୧୯ ମସିହାରେ ପୁନଃ ପ୍ଲେଟ କରିବା ପାଇଁ ବାହାର କରାଯାଇଥିଲା । ଯେତେବେଳେ ସେଗୁଡ଼ିକୁ ପୁନଃ ସ୍ଥାପନ କରାଯାଇଥିଲା, ସେତେବେଳେ ସେଗୁଡ଼ିକର ଓଜନ ୪.୫ କିଲୋଗ୍ରାମ କମ୍ ଥିଲା । ଏହି ମାମଲା ସେପ୍ଟେମ୍ବରରେ କେରଳ ହାଇକୋର୍ଟରେ ପହଞ୍ଚିଥିଲା । ଏହା ଚିନ୍ତାଜନକ କହିଥିଲେ ହାଇକୋର୍ଟ ।
ସରକାରୀ ରେକର୍ଡ ଅନୁଯାୟୀ ୨୦୧୯ ମସିହାରେ ନୂତନ ସୁନା ପ୍ଲେଟ କରିବା ପାଇଁ ପ୍ଲେଟଗୁଡ଼ିକୁ କଢ଼ାଯିବା ସମୟରେ ସେଗୁଡ଼ିକର ଓଜନ ୪୨.୮ କିଲୋଗ୍ରାମ ଥିଲା। କିନ୍ତୁ, ଯେତେବେଳେ ପ୍ଲେଟଗୁଡ଼ିକୁ ପୁନଃ ପ୍ଲେଟ କରିବା ପାଇଁ ଚେନ୍ନାଇର ଏକ କମ୍ପାନୀକୁ ହସ୍ତାନ୍ତର କରାଯାଇଥିଲା, ସେତେବେଳେ ସେଗୁଡ଼ିକର ଓଜନ ୩୮.୨୫୮ କିଲୋଗ୍ରାମକୁ ହ୍ରାସ ପାଇଥିଲା । ଅର୍ଥାତ୍ ୪.୫ ୪୧ କିଲୋଗ୍ରାମ ସୁନା ଗାଏବ ହୋଇଯାଇଥିଲା ।
ବିଚାରପତି ରାଜା ବିଜୟରାଘବନ ଭି ଏବଂ କେ.ଭି. ଜୟକୁମାରଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ କହିଥିଲେ ଯେ ଏହି ଅଭାବ କେବଳ ସୁନା ପ୍ଲେଟିଂ ଯୋଗୁଁ ହୋଇପାରେ ତେଣୁ ତୁରନ୍ତ ଏବଂ ସମ୍ପୂର୍ଣ୍ଣ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ।
📱 Get Argus News App
✨Related Topics
Explore more stories