ମାତୃଭୂମି ପ୍ରତି ତ୍ୟାଗ, ନିଷ୍ଠା ଏବଂ ବୀରତ୍ବର ପ୍ରେରଣା ସ୍ରୋତ ଜନଜାତି ସମୁଦାୟ

ଅର୍ଗସ ବ୍ୟୁରୋ: ମାତୃଭୂମି ପ୍ରତି ତ୍ୟାଗ, ନିଷ୍ଠା ଏବଂ ବୀରତ୍ବର ପ୍ରେରଣା ସ୍ରୋତ ହେଉଛନ୍ତି ଜନଜାତି ସମୁଦାୟ । ଜନଜାତି ଗୌରବ ଦିବସରେ ଏହା କହିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତିରେ ଲକ୍ଷ୍ନୌରେ ଆୟୋଜିତ ଜନଜାତି ଗୌରବ ଦିବସ ଅବସରରେ ଅନ୍ତର୍ଜାତୀୟ ଜନଜାତି ଭାଗିଦାରୀ ଉତ୍ସବର ଶୁଭାରମ୍ଭ କରି ଯୋଗୀ କହିଛନ୍ତି , ଜନଜାତି ସମାଜ ନା କେବଳ ଭାରତର ମୂଳ ସଂପ୍ରଦାୟ ତା ନୁହେଁ ଏହି ସମୁଦାୟ ମାତୃଭୂମି ପ୍ରତି ସମର୍ପିତ ରହିବା ସହ ଦେଶର ସେବା କରି ଆସିଛନ୍ତି। ଯେତେବେଳେ ଦେଶରେ ବିଟ୍ରିଶ ଶାସନ ଥିଲା ସେତେବେଳେ ନିଜ ସମୁଦାୟର ଅଧିକାରର ସୁରକ୍ଷା ଏବଂ ସ୍ବାଧୀନତା ପାଇଁ ସଂଘର୍ଷ କରୁଥିଲେ ଭଗବାନ ବିର୍ସାମୁଣ୍ଡା ।
ଭଗବାନ ବିର୍ସାମୁଣ୍ଡାଙ୍କ ବଳିଦାନକୁ ଦେଶବ୍ୟାପୀ ସମ୍ମାନ ଦେବା ଲକ୍ଷ୍ୟରେ ନଭେମ୍ବର ୧୫ ତାରିଖକୁ ଜନଜାତି ଗୌରବ ଦିବସ ଭାବେ ପାଳନ କରିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ଯୋଗୀ । ଏହି ଉତ୍ସବ ଜନଜାତି ସମାଜର ଇତିହାସ, ସଂସ୍କୃତି ଏବଂ ସେମାନଙ୍କର ସଂରକ୍ଷଣ ଦିଗରେ ଏକ ଅନନ୍ୟ ପ୍ରୟାସ ବୋଲି କହିଛନ୍ତି ଯୋଗୀ। ଜନଜାତି ସମାଜର ସଶକ୍ତିକରଣ ପାଇଁ ଉତ୍ତରପ୍ରଦେଶର ଡବଲ୍ ଇଞ୍ଜିନ ସରକାର ସର୍ବଦା ତତ୍ପର ରହି ଆସିଛି । ଜନଜାତିଙ୍କ ସଂସ୍କୃତିର ସଂରକ୍ଷଣ ଏବ ବିକାଶ ପାଇଁ ମଧ୍ୟ ବିଶେଷ ଯୋଜନା ରହିଥିବା କହିଛନ୍ତି ଯୋଗୀ ।
ଅଧିକ ପଢ଼ନ୍ତୁ ଦେଶ ଖବର: