Videos
|
National

Champions Trophy 2025: ଭାରତର ବିଜୟ ପାଇଁ ଲଡୁ ବାଣ୍ଟିଲେ.. ନାଚିଲେ.. ଫଗୁ ଉଡ଼ାଇଲେ, ଦେଖନ୍ତୁ ଭିଡିଓ

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·3 min read
Champions Trophy 2025: ଭାରତର ବିଜୟ ପାଇଁ ଲଡୁ ବାଣ୍ଟିଲେ.. ନାଚିଲେ.. ଫଗୁ ଉଡ଼ାଇଲେ, ଦେଖନ୍ତୁ ଭିଡିଓ

ଚାମ୍ପିଅନ୍ସ ଟ୍ରଫି ଫାଇନାଲ ମ୍ୟାଚରେ ଟିମ୍ ଇଣ୍ଡିଆର ବିଜୟ ପରେ କ୍ରୀଡ଼ାପ୍ରେମୀ ଯୁବବର୍ଗଙ୍କ ସହ ପାଦରେ ପାଦ ମିଳାଇ ଝୁମିଛନ୍ତି ସାଧୁ, ସନ୍ଥ । ଅଯୋଧ୍ୟାରେ ବହୁ ଆଶ୍ରମର ସାଧୁମାନେ ଯୁବକଙ୍କୁ ଉତ୍ସାହିତ କରିବା ସହ ନିଜେ ବିଜୟ ସେଲିବ୍ରେସନରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି । କ୍ରିକେଟ ଖେଳ କେବଳ ଖେଳ ନୁହେଁ, ଭାରତୀୟ ଦଳ ଦେଶ ପାଇଁ ଆଣିଛନ୍ତି ଗୌରବ । ଟ୍ରଫି ଜିତି ସାରା ଦେଶକୁ ଖୁସି ବାଣ୍ଟିଥିବାରୁ ଟିମ ଇଣ୍ଡିଆର ସବୁ ଖେଳାଳିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ସାଧୁ, ସନ୍ଥ ।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅନ୍ୟପଟେ ଚାମ୍ପିଅନ୍ସ ଟ୍ରଫି ବିଜୟୀ ଟିମ ଇଣ୍ଡିଆକୁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଜଣାଇଛନ୍ତି ଅଭିନନ୍ଦନ । ଚାମ୍ପିଅନ୍ସ ଟ୍ରଫିରେ ଟିମ୍ ଇଣ୍ଡିଆ ୪ ଓ୍ୱିକେଟରେ ନ୍ୟୁଜିଲାଣ୍ଡକୁ ହରାଇ ଆଇସିସି ଚାମ୍ପିୟନ୍ସ ଟ୍ରଫି ହାସଲ କରିଛି। ଏହାପରେ ଭାରତୀୟ ଦଳକୁ ସୋସିଆଲ ମିଡିଆରେ ଅଭିନନ୍ଦନର ସୁଅ ଛୁଟିଛି।

ଆଦାନୀ ଅଧ୍ୟକ୍ଷ ଗୌତ୍ତମ ଆଦାନୀଙ୍କ ସହ ଦେଶର ବହୁ ଶିଳ୍ପପତି, ଉଦ୍ୟୋଗୀ, ସେଲିବ୍ରିଟି, କ୍ରୀଡ଼ାବିତ ମଧ୍ୟ ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇଛନ୍ତି। ସୋସିଆଲ ମିଡିଆ ହ୍ୟାଣ୍ଡେଲ ଏକ୍ସରେ ଶୁଭେଚ୍ଛା ଜଣାଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଲେଖିଛନ୍ତି, ଆଇସିସି ଚାମ୍ପିୟନ୍ସ ଟ୍ରଫି ଜିତିବା ପାଇଁ ଭାରତୀୟ ଦଳକୁ ହୃଦୟରୁ ଅଭିନନ୍ଦନ। ଭାରତ ଏକମାତ୍ର ଦଳ ଭାବେ ଏହି ଟ୍ରଫିକୁ ତୃତୀୟ ଥର ଜିତିଛି। ଇତିହାସ ରଚିବା ପାଇଁ ଖେଳାଳି, ମ୍ୟାନେଜମେଣ୍ଟ ଓ ସପୋର୍ଟ ଷ୍ଟାଫ ସର୍ବାଧିକ ପ୍ରଶଂସାର ଅଧିକାରୀ।



ସେହିଭଳି ପ୍ରଧାନମନ୍ତ୍ରୀ ମୋଦି ଟିମ୍ ଇଣ୍ଡିଆକୁ ଅଭିନନ୍ଦନ ଜଣାଇବା ସହ ଅବିଶ୍ୱସନୀୟ ମ୍ୟାଚ ଓ ଅବିଶ୍ୱସନୀୟ ଫଳାଫଳ ବୋଲି ଲେଖିଛନ୍ତି। ଆଇସିସି ଚାମ୍ପିୟନ୍ସ ଟ୍ରଫି ଜିତି ଘରକୁ ଆଣୁଥିବା ଆମ କ୍ରିକେଟ ଦଳ ପାଇଁ ଗର୍ବିତ। ପୂରା ଟୁର୍ନାମେଣ୍ଟରେ ଚମତ୍କାର ଖେଳିଥିବାରୁ ଓ ଜବରଦସ୍ତ ପ୍ରଦର୍ଶନ କରିଥିବାରୁ ଦଳକୁ ଅଭିନନ୍ଦନ ଜଣାଇଛନ୍ତି ପିଏମ ମୋଦି ।



ସେହିପରି ଟିମ ଇଣ୍ଡିଆକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇଛନ୍ତି। ଟିମ ଇଣ୍ଡିଆର ସଫଳତା ପାଇଁ ପୂରା ଦେଶ ଗର୍ବିତ ବୋଲି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ । ଉଚ୍ଚ ପ୍ରଦର୍ଶନକାରୀ ଭାରତୀୟ ଟିମକୁ ଅଭିନନ୍ଦନ ଜଣାଇବା ସହ ଦଳର ବିଜୟ ପାଇଁ ଭାରତ ଆଜି ଗର୍ବିତ ବୋଲି ଏକ୍ସ ପୋଷ୍ଟରେ ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।