Celebrity Security / ସୈଫ୍ ଅଲ୍ଲୀ ଖାନଙ୍କୁ ଧମକ ମାମଲାରେ ନୂଆ ମୋଡ଼, ଏହି ଅଭିଯୁକ୍ତଙ୍କ ନାଁକୁ ନେଇ ବଢ଼ିଲା ଚର୍ଚ୍ଚା!
·30 mins ago·2 min read

Key Points
ବଲିଉଡ୍ ଷ୍ଟାର ସୈଫ୍ ଅଲ୍ଲୀ ଖାନଙ୍କୁ ଧମକ ମାମଲା
ସାମ୍ନାକୁ ଆସିଲା! ଜିଶାନ୍ ଅଖତରଙ୍କ ନାଁ !
ବାବା ସିଦ୍ଦିକି ଘଟଣାର ଅଭିଯୁକ୍ତ ଜିଶାନ୍ ଅଖତର

ମୁମ୍ବାଇ: ବଲିଉଡ୍ ଷ୍ଟାରଙ୍କୁ ଧମକ ଦେବା ଘଟଣାରେ ପୁଣି ଚର୍ଚ୍ଚାକୁ ଆସିଛି ଅଣ୍ଡରୱାର୍ଲ୍ଡ ଲିଙ୍କ୍। ଅଭିନେତା ସୈଫ୍ ଅଲ୍ଲୀ ଖାନଙ୍କୁ ମିଳିଥିବା ଧମକ ମାମଲାରେ ଏବେ ବାବା ସିଦ୍ଦିକି ହତ୍ୟା ମାମଲାର ୱାଣ୍ଟେଡ୍ ଅଭିଯୁକ୍ତ ଜିଶାନ୍ ଅଖତରଙ୍କ ନାଁ ସାମ୍ନାକୁ ଆସିଛି। ଏହାକୁ ନେଇ ମୁମ୍ବାଇ ପୋଲିସର ତଦନ୍ତ ଜୋରଦାର ହୋଇଛି।
ପୋଲିସ ସୂତ୍ର ଅନୁସାରେ, ଜିଶାନ୍ ଅଖତର ସୈଫ୍ ଅଲ୍ଲୀ ଖାନଙ୍କୁ ଧମକ ଦେଇଥିବା ସନ୍ଦେହ କରାଯାଉଛି। ତେବେ ସେ ପ୍ରକୃତରେ ଧମକ ଦେଇଛନ୍ତି ନା ଅନ୍ୟ କେହି ତାଙ୍କ ନାଁ ବ୍ୟବହାର କରି ଭୟ ସୃଷ୍ଟି କରୁଛନ୍ତି, ତାହା ଏବେ ତଦନ୍ତ ପରିସରଭୁକ୍ତ। ଏହି ଧମକ ପଛରେ କୌଣସି ଗ୍ୟାଙ୍ଗ୍ର ହାତ ଅଛି କି ନାହିଁ, ପୋଲିସ ତାହାର ମଧ୍ୟ ଖୋଳତାଡ଼ କରୁଛି।
ପଢନ୍ତୁ ଏହି ଖବର: ୪୮ ବର୍ଷ ବୟସରେ ଦ୍ୱିତୀୟ ବିବାହ କଲେ ଏହି ଅଭିନେତ୍ରୀ, ସେୟାର କଲେ ଫଟୋ
କେବଳ ସୈଫ୍ ନୁହନ୍ତି, ଅଭିନେତା ତୁଷାର କପୁର ଓ ଆୟୁଷ୍ମାନ ଖୁରାନାଙ୍କୁ ମଧ୍ୟ ଧମକ ମିଳିଥିବା ଜଣାପଡ଼ିଛି। ଏହି ଘଟଣାଗୁଡ଼ିକର ତଦନ୍ତ କରି ବେଙ୍ଗାଲୁରୁରୁ ୩୦ ବର୍ଷୀୟ ବୈଭବ ମିଶ୍ରଙ୍କୁ ପୋଲିସ ଗିରଫ କରିଛି। ସେ ଜଣେ ଆଇଆଇଟି ସ୍ନାତକ ବୋଲି ଜଣାପଡ଼ିଛି। ଅଭିଯୋଗ ଅନୁସାରେ, ସେ କୌଣସି ଗ୍ୟାଙ୍ଗ୍ ସହ ଜଡ଼ିତ ନଥାଇ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ବ୍ୟବହାର କରି ଫିଲ୍ମ ଷ୍ଟାରମାନଙ୍କୁ ଧମକ ଦେଉଥିଲେ। ବାବା ସିଦ୍ଦିକି ହତ୍ୟା ମାମଲାରେ ଜିଶାନ୍ ଅଖତରଙ୍କ ନାଁ ପୂର୍ବରୁ ଚର୍ଚ୍ଚାରେ ରହିଥିବାରୁ ଏହି ନୂଆ ଘଟଣା ଅନେକ ପ୍ରଶ୍ନ ସୃଷ୍ଟି କରିଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ତେବେ ସୈଫ୍ଙ୍କୁ ଧମକ ଦେବା ପଛରେ ଜିଶାନ୍ଙ୍କ ପ୍ରକୃତ ସମ୍ପୃକ୍ତି ଅଛି କି? ନା ତାଙ୍କ ନାଁକୁ ବ୍ୟବହାର କରି କେହି ଷଡ଼ଯନ୍ତ୍ର ରଚୁଛି? ଏହା ପଛରେ କୌଣସି ଗ୍ୟାଙ୍ଗ୍ର ହାତ ରହିଛି କି? ଏସବୁ ଦିଗକୁ ନେଇ ମୁମ୍ବାଇ ପୋଲିସ ତଦନ୍ତ ଜାରି ରଖିଛି। ପୋଲିସର ତଦନ୍ତ ପରେ ହିଁ ଧମକ ପଛର ପ୍ରକୃତ ରହସ୍ୟ ଉନ୍ମୋଚନ ହେବ।
Related Topics
Explore more stories