Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ସେକଥା ମନେ ପଡ଼ିଲେ ଛାତି ଥରି ଉଠୁଛି... ୨୭୦୦ ଶିଖ୍‌ଙ୍କ ମୃତ୍ୟୁ ପାଇଁ ଦାୟୀ ସଜ୍ଜନ କୁମାର !

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·3 min read
ସେକଥା ମନେ ପଡ଼ିଲେ ଛାତି ଥରି ଉଠୁଛି... ୨୭୦୦ ଶିଖ୍‌ଙ୍କ ମୃତ୍ୟୁ ପାଇଁ ଦାୟୀ ସଜ୍ଜନ କୁମାର !

୪୦ ବର୍ଷ ପରେ ମିଳିଲା ନ୍ୟାୟ। ଦିଲ୍ଲୀ ଶିଖ୍ ଦଙ୍ଗା ପୀଡ଼ିତଙ୍କୁ ମିଳିଲା ସାମାନ୍ୟ ଆଶ୍ବସ୍ତି । କଂଗ୍ରେସ ନେତା ସଜ୍ଜନ କୁମାରଙ୍କୁ ଆଜୀବନ ଜେଲ । ସରସ୍ବତୀ ବିହାର ଶିଖ ହତ୍ୟା ମାମଲାରେ ସଜା ଶୁଣାଇଲେ ଅଦାଲତ । ୧୯୮୪ ଦଙ୍ଗାରେ ୨୭ ଶହରୁ ଅଧିକ ନୀରିହ ଶିଖଙ୍କୁ କରାଯାଇଥିଲା ହତ୍ୟଆଜି ବି କଂଗ୍ରସର ପିଛା ଛାଡୁନି ସେହି ଶିଖ୍ ଦଙ୍ଗାର ଭୂତ ।

୧୯୮୪ ନଭେମ୍ବର ୧ ଦିଲ୍ଲୀ ସରସ୍ବତୀ ବିହାର ଦଙ୍ଗା ମାମଲାରେ କଂଗ୍ରେସ ନେତା ସଜ୍ଜନ କୁମାରଙ୍କୁ ମିଳିଛି ଆଜୀବନ କାରାଦଣ୍ଡ। ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ଏହି ସଜା ଶୁଣାଇଛନ୍ତି। ୧ ନଭେମ୍ବର ୧୯୮୪ରେ ଦିଲ୍ଲୀର ସରସ୍ବତୀ ବିହାରରେ ଶିଖ ପିତାପୁତ୍ରଙ୍କୁ ନୃଶଂସ ଭାବେ ହତ୍ୟା କରାଯାଇଥିଲା। ଶହ ଶହ ଲୋକଙ୍କ ଭିଡ ଆସି ମୃତକଙ୍କ ପରିବାର ଉପରେ କରିଥିଲେ ନର୍ମମ ଆକ୍ରମଣ।

ସେହି ଲୋକଙ୍କ ଭିଡକୁ ଉସୁକାଇବା ନେଇ ସଜ୍ଜନ କୁମାରଙ୍କ ବିରୋଧରେ ଦୋଷ ପ୍ରମାଣିତ ହୋଇଥିଲା। ୨୧ ଫେବ୍ରୁଆରୀରେ ଏହି ମାମଲାର ରାୟ ସଂରକ୍ଷିତ ରଖିଥିଲେ ଅଦାଲତ। ଆଜିର ସଜ୍ଜାକୁ ମିଶାଇ ସଜ୍ଜନ କୁମାରଙ୍କୁ ଶିଖ୍ ଦଙ୍ଗା ମାମଲାରେ ଦ୍ବିତୀୟ ଥର ପାଇଁ ମିଳିଛି ଆଜୀବନ କାରା ଦଣ୍ଡାଦେଶ ପୂର୍ବରୁ କେଣ୍ଟ ମାମଲାରେ ବି ସଜ୍ଜନ କୁମାରଙ୍କୁ ମିଳିସାରିଛି ଆଜୀବନ ଜେଲ ସଜା। ତେବେ ଏହି ସଜାକୁ ନେଇ ସନ୍ତୁଷ୍ଟ ନୁହନ୍ତି ପୀଡ଼ିତଙ୍କ ସମ୍ପର୍କୀୟ। ସେମାନେ ମୃତ୍ୟୁଦଣ୍ଡ ପାଇଁ ଦାବି କରିଛନ୍ତି।

୧୯୮୪, ଏହି ବର୍ଷର ନାଁ ଶୁଣିଲା ମାତ୍ରେ ଆଜି ବି ଦିଲ୍ଲୀର ଶିଖ ସମ୍ପ୍ରଦାୟ ଲୋକଙ୍କ ଛାତି ଥରି ଉଠେ। ଇଏ ସେହି ବର୍ଷ ଯାହା ହଜାର ହଜାର ଲୋକଙ୍କ ହୃଦୟରେ ଏପରି ଆଘାତ ଦେଇଥିଲା, ଯାହାର ଯନ୍ତ୍ରଣା ଆଜି ଯାଏଁ ଉପଶମ ହୋଇପାରିନି। ଏହା ଏପରି ଯନ୍ତ୍ରଣା ଯାହା ୪୦ ବର୍ଷ ପରେ ବି କମିବାର ନାଁ ନେଉନି। ୧୯୮୪ର ସେହି ୩ ଦିନର କାହାଣୀ ଯେବେ ଦିଲ୍ଲୀ ସହରରୁ ଦୀଲ ବା ହୃଦୟ ହଜି ଯାଇଥିଲା । ନଭେମ୍ବା ୧ରୁ ନଭେମ୍ବର ୩ ଯାଏ ଘଟିଥିବା ଲୋକହର୍ଷକ ଘଟଣା ।

୩୧ ଅକ୍ଟୋବର ୧୯୮୪ । ଖବର ଆସିଲା ଦୁଇ ଶିଖ୍ ସୁରକ୍ଷା କର୍ମୀଙ୍କ ଗୁଳିରେ ତତକାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ପ୍ରାଣ ହରାଇଛନ୍ତି। ଏ ଖବର ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା। ତେବେ କେହି ଭାବିନଥିଲେ ଦେଶର ରାଜଧାନୀ ଦିଲ୍ଲୀ ପାଇଁ ତା'ପରଦିନର ସକାଳ ଏତେ ଭୟାନକ ଓ ପୀଡ଼ା ଦାୟକ ହେବ ।

୧ ନଭେମ୍ବର ୧୯୮୪ ସକାଳୁ ଯେଉଁ ବର୍ବରତା ଆରମ୍ଭ ହେଲା, ବୋଧହୁଏ ଦିଲ୍ଲୀବାସୀ ସେହିପରି ବର୍ବର କାଣ୍ଡ ପୂର୍ବରୁ କେବେ ବି ଦେଖିନଥିଲେ। କେବଳ ଭାରତ ନୁହେଁ ପୂରା ଦୁନିଆର ନୃଶଂସ ଦଙ୍ଗା ମଧ୍ୟରୁ ଅନ୍ୟତମ ଥିଲା ଦିଲ୍ଲୀର ୧୯୮୪ ଶିଖ ଦଙ୍ଗା। ଯାହାର ନେତୃତ୍ୱ ନେଇଥିଲେ ସଜ୍ଜନ କୁମାରଙ୍କ ପରି କଂଗ୍ରେସର କିଛି ଆଗଧାଡ଼ିର ନେତା। ଏହି ଶିଖ୍ ବିରୋଧୀ ଦଙ୍ଗା କେବଳ ଦିଲ୍ଲୀ ଭିତରେ ସୀମିତ ରହିଲା ନାହିଁ ଦେଶର ଅନେକ ସହରରେ ଶିଖ ସମ୍ପ୍ରଦାୟର ଲୋକଙ୍କୁ ନୃଶଂଶ ଭାବେ କରାଯାଇଥିଲା ହତ୍ୟା। କେବଳ ଦିଲ୍ଲୀରେ ୨୭ ଶହରୁ ଅଧିକ ଶିଖଙ୍କର ନିର୍ମମ ହତ୍ୟା କରାଯାଇଥିଲା।

ତେବେ ଏହି ସଂଖ୍ୟାକୁ ନେଇ ଆଜିଯାଏ ବିବାଦ ରହିଛି । ଦଙ୍ଗାରେ ମୃତକଙ୍କ ସଂଖ୍ୟା ଏହାଠାରୁ ଢେର ଅଧିକ ବୋଲି କୁହାଯାଏ। ଅଭିଯୋଗ ହେଇଥିଲା ତତକାଳୀନ କଂଗ୍ରେସ ସରକାର ପ୍ରକୃତ ମୃତ୍ୟୁ ସଂଖ୍ୟାକୁ ଦବାଇ ଦେଇଥିଲା। ତେବେ ଦେଶବାସୀଙ୍କୁ ଦଙ୍ଗାଠାରୁ ଅଧିକ ଆଘାତ ଦେଇଥିଲା ତତକାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ବକ୍ତବ୍ୟ। ଯାହା ଦିଲ୍ଲୀ ଦଙ୍ଗା ଥମିବା ପରେ ପରେ ସେ ଏକ ସାଧାରଣ ସଭାରେ ଦେଇଥିଲେ। ଯାହାକି ପୂରା ଦେଶର ଦଙ୍ଗା ପୀଡ଼ିତଙ୍କ ପାଇଁ କଟା ଘାଆରେ ଚୂନ ସଦୃଶ ଥିଲା।

ଏହି ୩ ଦିନର ଦଙ୍ଗା ଦେଶରେ ନୂଆ କରି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିବା ରାଜୀବ ଗାନ୍ଧିଙ୍କ ସରକାର ପାଇଁ ଏକ କଳଙ୍କିତ ଅଧ୍ୟାୟ ଥିଲା। ରାଜୀବ ଗାନ୍ଧି ସିଧା ସିଧା ଏହି ଦଙ୍ଗା ଯଥାର୍ଥ ଥିଲା ବୋଲି ସର୍ବ ସମ୍ମୁଖରେ ଘୋଷଣା କରିଦେଲେ। ଯାହାକୁ ନା କେବଳ ବିରୋଧୀ ଦଳ ବରଂ ସାରା ଦେଶ ଥୁ ଥୁ କରିଥିଲା। ଯେଉଁଥିପାଇଁ ୧୮୯୪ ଶିଖ ଦଙ୍ଗା କଂଗ୍ରେସ ପଛରେ ଆଜି ବି ଭୂତ ଭଳି ଗୋଡାଉଛି। ଏହି କଳଙ୍କ ଆଜି ବି କଂଗ୍ରେସ ମଥାରେ ରହିଛି। ଯାହାର ଦାଗକୁ କେବେବି କଂଗ୍ରେସ ମୁଣ୍ଡରୁ ଲିଭାଯଇ ପାରିବ ନାହିଁ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Sajjan Kumar, ex-Congress MP, gets life imprisonment in 1984 anti-Sikh riots case | Argus News