Notice To Salman Khan / 'ବ୍ଲାକ୍ ବକ୍' ଫିଲ୍ମ ମାମଲା: ସଲମାନ ଖାନଙ୍କୁ ଦିଲ୍ଲୀ ହାଇକୋର୍ଟର ନୋଟିସ
·1 hour ago·2 min read

Key Points
ସୁପରଷ୍ଟାର ସଲମାନ୍ ଖାନଙ୍କୁ ନୋଟିସ।
‘କାଲା ହିରନ' ଫିଲ୍ମ ମାମଲାରେ ନୋଟିସ୍
ସଲମାନ ଖାନଙ୍କୁ ନୋଟିସ୍ କରିଛନ୍ତି ଦିଲ୍ଲୀ ହାଇକୋର୍ଟ

ମୁମ୍ବାଇ,୦୯/୧୦: ସୁପରଷ୍ଟାର ସଲମାନ୍ ଖାନଙ୍କୁ ନୋଟିସ। ‘କାଲା ହିରନ: ଦ ବେଟଲ ଅଫ ଲିଗାସି’ ଫିଲ୍ମର ପ୍ରଯୋଜକ ଦିଲ୍ଲୀ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି। ଏହି ପିଟିସନ ଆଧାରରେ ଉତ୍ତର ରଖିବାକୁ କୋର୍ଟ ସଲମାନ ଖାନଙ୍କୁ ନୋଟିସ୍ କରିଛନ୍ତି।
ପ୍ରକୃତରେ ଏହି ନାଁରେ ଫିଲ୍ମ କରିବାରୁ ଏହାକୁ ବ୍ୟାନ୍ କରିବା ପାଇଁ ସଲମାନ ଖାନଙ୍କ ପକ୍ଷରୁ ଦିଲ୍ଲୀ ହାଇକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଥିଲା। ଜବାବର ଫିଲ୍ମର ପ୍ରଯୋଜକ ପାଲଟା ପିଟିସନ ଦାଖଲ କରିଛନ୍ତି। ଏହି ମାମଲାର ଶୁଣାଣି କରିବା ପାଇଁ ଦିଲ୍ଲୀ ହାଇକୋର୍ଟଙ୍କ ନିକଟରେ ଆଞ୍ଚଳିକ କ୍ଷମତା (territorial jurisdiction) ନାହିଁ ବୋଲି ପ୍ରଯୋଜକ ଯୁକ୍ତି ଦର୍ଶାଇଛନ୍ତି।
ଆବେଦନର ଶୁଣାଣି କରି ଅନୁପମ ଜୟରାମ ଭବାନୀଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ସଲମାନଙ୍କୁ ନୋଟିସ୍ କରିଛନ୍ତି। ଏବଂ ୪ ସପ୍ତାହ ମଧ୍ୟରେ ଏହାର ଉତ୍ତର ରଖିବାକୁ କୁହାଯାଇଛି। ଡିସେମ୍ବର ୧୬ ତାରିଖରେ ମାମଲାର ପରବର୍ତ୍ତି ଶୁଣାଣି କରାଯିବ।
କହିଲେ ଫିଲ୍ମର ପ୍ରଯୋଜକ ?

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଚଳଚ୍ଚିତ୍ର ପ୍ରଯୋଜକ ଅମିତ ଜାନି ତାଙ୍କ ଆବେଦନରେ ଯୁକ୍ତି ଦର୍ଶାଇଛନ୍ତି ଯେ ସଲମାନ ଖାନଙ୍କ ଆବେଦନ ଆଞ୍ଚଳିକ କ୍ଷେତ୍ରାଧିକାର ଭିତରେ ନାହିଁ। ପୂର୍ବରୁ ମଧ୍ୟ ଅଭିନେତା ବ୍ୟକ୍ତିତ୍ୱ ଅଧିକାର ସହିତ ଜଡିତ ଦର୍ଶାଇ ସମାନ ଚଳଚ୍ଚିତ୍ର ବିରୋଧରେ ମାମଲାରେ ଦାୟର କରି କୋର୍ଟଙ୍କ ଠାରୁ ଆଶ୍ୱସ୍ତି ମାଗିଥିଲେ। ବର୍ତ୍ତମାନ ମଧ୍ୟ ସମାନ ଆବେଦନ କରାଯାଇଛି ବୋଲି ପ୍ରଯୋଜକ ଯୁକ୍ତି ରଖିଛନ୍ତି।
ସଲମାନ ଖାନ କ’ଣ କହିଲେ?
ସଲମାନ ଖାନ ପୂର୍ବରୁ ଏହି ଚଳଚ୍ଚିତ୍ର ଏବଂ ଏହାର ପ୍ରଚାରମୂଳକ ସାମଗ୍ରୀ ଉପରେ କଟକଣା ଲଗାଇବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହି ଚଳଚ୍ଚିତ୍ର ତାଙ୍କ ବ୍ୟକ୍ତିଗତ ଅଧିକାର (personality rights) କୁ ଉଲ୍ଲଂଘନ କରୁଛି ଏବଂ ୧୯୯୮ ମସିହାରେ ତାଙ୍କ ସହ ଜଡ଼ିତ କୃଷ୍ଣସାର ମୃଗ (blackbuck) ଶିକାର ମାମଲା ଉପରେ ଆଧାରିତ ବୋଲି ସେ ଆବେଦନରେ ଦର୍ଶାଇଥିଲେ।
ଏବେ ମାମଲାକୁ ନେଇ ହାଇକୋର୍ଟ ଉଭୟ ପକ୍ଷଙ୍କୁ ନିଜର ତର୍କ ରଖିବାକୁ ସୁଯୋଗ ଦେବାକୁ ଚାହୁଁଛନ୍ତି। ଏଥିପାଇଁ ପ୍ରଯୋଜକଙ୍କ ଆବଦେନ ଉପରେ ଅଭିନେତାଙ୍କୁ ନୋଟିସ୍ କରି ଉତ୍ତର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

Related Topics
Explore more stories