Salman In Trouble / ସଲମାନଙ୍କ ବଢ଼ିଲା ଅଡୁଆ ! ଆସିଲା କୋର୍ଟ ନୋଟିସ, ଜାଣନ୍ତୁ କଣ ରହିଛି କାରଣ?
·1 hour ago·2 min read

Key Points
ସଲମାନଙ୍କ ବଢ଼ିଲା ଅଡୁଆ !
ଆସିଲା ଚଣ୍ଡଗଡ଼ କୋର୍ଟର ନୋଟିସ
‘ବିଇଂ ହ୍ୟୁମାନ୍’ ଜୁଏଲରୀ ଶୋ'ରୁମ୍ ମାମଲାରେ ନୋଟିସ୍

ଚଣ୍ଡିଗଡ଼,୨୭/୦୮: ବଲିଉଡର ସୁପରଷ୍ଟାର ସଲମାନ ଖାନଙ୍କ ବଢ଼ିଲା ଅଡୁଆ। ପୁଣି ଆଇନଜାଲରେ ଛନ୍ଦିହେଲେ ସଲମାନ। ‘ବିଇଂ ହ୍ୟୁମାନ୍’ ଜୁଏଲରୀ ଶୋରୁମ୍ ସହ ଜଡ଼ିତ ଠକେଇ ଅଭିଯୋଗ ମାମଲାରେ ଚଣ୍ଡିଗଡ଼ ଜିଲ୍ଲା ଅଦାଲତ ସଲମାନ ଖାନ, ତାଙ୍କ ଭଉଣୀ ଅଲଭିରା ଖାନ ଅଗ୍ନିହୋତ୍ରୀ ଏବଂ ସମ୍ପୃକ୍ତ କମ୍ପାନୀର ନିର୍ଦ୍ଦେଶକମାନଙ୍କୁ ନୋଟିସ ଜାରି କରିଛନ୍ତି। ଯାହାକୁ ନେଇ ଏବେ ଚିନ୍ତାରେ ସଲମାନଙ୍କ ପରିବାର ।
ଚଣ୍ଡିଗଡ଼ର ମଣିମାଜରା ଅଞ୍ଚଳର ବ୍ୟବସାୟୀ ଅରୁଣ ଗୁପ୍ତା ଏହି ଅଭିଯୋଗ ଦାଖଲ କରିଛନ୍ତି। ଅଭିଯୋଗକାରୀଙ୍କ କହିବା ଅନୁସାରେ, ‘ବିଇଂ ହ୍ୟୁମାନ୍’ ଜୁଏଲରୀ ଶୋରୁମର ଉଦଘାଟନରେ ସଲମାନ ଖାନ ଯୋଗଦେବେ ବୋଲି ତାଙ୍କୁ ଆଶ୍ୱାସନ ଦିଆଯାଇଥିଲା। କିନ୍ତୁ ପରେ ସଲମାନଙ୍କ ବଦଳରେ ତାଙ୍କ ଭିଣୋଇ ଆୟୁଷ ଶର୍ମା ଉଦଘାଟନରେ ଯୋଗଦେଇଥିଲେ ବୋଲି ଅଭିଯୋଗରେ ଉଲ୍ଲେଖ ରହିଛି। ଶୋରୁମ୍ ଚାଲୁ ହେବା ପରେ ଆଶା କରାଯାଇଥିବା ବ୍ୟବସାୟିକ ସହଯୋଗ ମଧ୍ୟ ମିଳିନଥିଲା। ଏହାସହ ଜୁଏଲରୀ ଯୋଗାଣରେ ମଧ୍ୟ ସମସ୍ୟା ଦେଖାଦେଇଥିଲା। ଯୋଗାଣ କରୁଥିବା ଆଉଟଲେଟ୍ ୨୦୨୦ ଫେବ୍ରୁଆରୀରୁ ବନ୍ଦ ରହିଥିବାରୁ ବ୍ୟବସାୟ ପ୍ରଭାବିତ ହୋଇଥିବା ଅଭିଯୋଗକାରୀ କହିଛନ୍ତି। ଏହା ପରେ ସେ ଶୋରୁମ୍ ପାଇଁ ପ୍ରାୟ ୩ କୋଟି ଟଙ୍କା ନିବେଶ କରିଥିବା ଅଭିଯୋଗରେ କହିଛନ୍ତି। ତାଙ୍କ ଦାବି ଅନୁସାରେ, ଶୋରୁମର ସାଜସଜ୍ଜା ଓ ଅନ୍ୟାନ୍ୟ ବ୍ୟବସ୍ଥା ପାଇଁ ମଧ୍ୟ ବହୁ ଟଙ୍କା ଖର୍ଚ୍ଚ ହୋଇଥିଲା।
ପଢନ୍ତୁ ଏହି ଖବର: ଇଣ୍ଟିମେଟ୍ ସିନ ସମୟରେ ରାଗିଲେ ଶୁଭାଙ୍ଗି, କହିଲେ ବୋଲ୍ଡ ଇଣ୍ଡଷ୍ଟ୍ରିର ଭିତିରିକଥା
ଚଣ୍ଡିଗଡ଼ ଜିଲ୍ଲା ଅଦାଲତରେ ଏହି ମାମଲାଟି ଏବେ ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି । ଅର୍ଥାତ୍, ଅଭିଯୋଗର ଦାଖଲ ପରେ ଅଦାଲତ ପକ୍ଷରୁ ଅନ୍ତିମ ରାୟ ପ୍ରକାଶ ପାଇନାହିଁ । ସମ୍ପୃକ୍ତ ପକ୍ଷଙ୍କୁ ନିଜର ପକ୍ଷ ରଖିବାକୁ ସୁଯୋଗ ଦିଆଯାଇଛି। ଅଦାଲତ ସମସ୍ତ ସମ୍ପୃକ୍ତ ପକ୍ଷଙ୍କୁ ଆସନ୍ତା ଅକ୍ଟୋବର ୫ ତାରିଖରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସଲମାନ ଖାନ, ଅଲଭିରା ଖାନ ଅଗ୍ନିହୋତ୍ରୀ ଏବଂ ସମ୍ପୃକ୍ତ କମ୍ପାନୀର ନିର୍ଦ୍ଦେଶକମାନଙ୍କୁ ଅକ୍ଟୋବର ୫ରେ ବ୍ୟକ୍ତିଗତ ଭାବେ କିମ୍ବା ଓକିଲଙ୍କ ଜରିଆରେ ଉପସ୍ଥିତ ହୋଇ ନିଜ ପକ୍ଷ ରଖିବାକୁ କୁହାଯାଇଛି ।
ଏବେ ସମସ୍ତଙ୍କ ନଜର ଅକ୍ଟୋବର ଶୁଣାଣି ଉପରେ। ସେହି ଦିନ ସଲମାନ ଖାନ ଓ ଅନ୍ୟ ସମ୍ପୃକ୍ତ ପକ୍ଷ ଅଭିଯୋଗ ଉପରେ ନିଜର ଜବାବ ରଖିବେ। ତେବେ ବର୍ତ୍ତମାନ ସମୟରେ ଏହା କେବଳ ଅଭିଯୋଗ ଓ କୋର୍ଟ ନୋଟିସର ପର୍ଯ୍ୟାୟରେ ରହିଛି; ଅଭିଯୋଗଗୁଡ଼ିକ ସତ୍ୟ ବୋଲି କୋର୍ଟ ଏପର୍ଯ୍ୟନ୍ତ ନିଷ୍ପତ୍ତି ଦେଇନାହାନ୍ତି। ‘ବିଇଂ ହ୍ୟୁମାନ୍’ ଜୁଏଲରୀ ଶୋରୁମକୁ ନେଇ ବିବାଦ ଏବେ କୋର୍ଟରେ ପହଞ୍ଚିଛି। ସଲମାନ ଖାନଙ୍କ ପାଇଁ ଆଗାମୀ ଅକ୍ଟୋବର ୫ ତାରିଖ ଗୁରୁତ୍ୱପୂର୍ଣ୍ଣ ହେବ। କୋର୍ଟରେ ଦୁଇ ପକ୍ଷର ଯୁକ୍ତି ଶୁଣିବା ପରେ ମାମଲା କେଉଁ ଦିଗକୁ ଯିବ, ତାହା ଉପରେ ନଜର ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories