Videos
|
National

ବବିଙ୍କୁ ସମ୍ବଲପୁରରେ ଜୋରଦାର ବିରୋଧ

Sarbeswar Mohapatra
Browse all articles by Sarbeswar Mohapatra
·2 years ago·1 min read
ବବିଙ୍କୁ ସମ୍ବଲପୁରରେ ଜୋରଦାର ବିରୋଧ

Key Points

  • ବବିଙ୍କୁ ସମ୍ବଲପୁରରେ ଜୋରଦାର ବିରୋଧ
  • ଆମଦାନୀ ନେତାଙ୍କୁ ଟିକଟ ମିଳିଥିବାରୁ ଅସନ୍ତୋଷ
  • ବେକରେ ଉତ୍ତରୀୟ ଦେଲେ, ବିରୋଧ ବି କଲେ

ଅର୍ଗସ ବ୍ୟୁରୋ: ସମ୍ବଲପୁର ଲୋକସଭା ଆସନକୁ ନେଇ ଏବେ ଜୋରଦାର ଚର୍ଚ୍ଚା । କାରଣ ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁରର ବିଧାୟକ ପ୍ରଣବ ପ୍ରକାଶ ଦାସ ଏଥର ସମ୍ବଲପୁର ଲୋକସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି । ହେଲେ କାହିଁକି ଜଣେ ଆମଦାନୀ ନେତାଙ୍କୁ ଦଳ ସମ୍ବଲପୁର ପରି ଆସନରୁ ବାଛିଲା ତାହାକୁ ନେଇ ଏବେ ଚର୍ଚ୍ଚା । ଚର୍ଚ୍ଚା ସେତେବେଳେ ବଢିଲା ଯେତେବେଳେ ରେଢାଖୋଲରେ ତାଙ୍କୁ ବିରୋଧ କରାଗଲା । ଆଉ ପ୍ରଶ୍ନ ହେଲା, ସମ୍ବଲପୁରରେ କଣ ନେତାଙ୍କ ଅଭାବ ଥିଲା ଯେ ବାହାର ନେତାଙ୍କୁ ଆଣି ପ୍ରାର୍ଥୀ କଲ ?

 

ଏବେ ନୁହେଁ ୧୫ ବର୍ଷ ହେଲାଣି ସମ୍ବଲପୁର ରେଢାଖୋଲରୁ ବାହାର ନେତା ହିଁ ଲଢୁଛନ୍ତି ନିର୍ବାଚନ । ଯାହାକୁ ନେଇ ଅନେକ ସମୟରେ ଅସନ୍ତୋଷ ଦେଖାଯାଇଛି । ହେଲେ ଏବେ ବବି ପ୍ରାର୍ଥୀ ହେବା ପରେ ଯେମିତି ଭାବରେ ଅସନ୍ତୋଷ ଦେଖିବାକୁ ମିଳିଲା ତାହାକୁ ନେଇ ଟେନସନ୍‌ରେ ବିଜେଡି ଶୀର୍ଷ ନେତୃତ୍ଵ । ଆପଣ ବି ଦେଖନ୍ତୁ ଏହି ଭିଡିଓ...କେମିତି ବବିଙ୍କୁ ଫୁଲମାଳ ଓ ଉତ୍ତରୀୟ ଦେବା ବେଳେ କରାଯାଉଛି ପ୍ରଶ୍ନବାଣ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମିଳିଥିବା ସୂଚନା ଅନୁସାରେ, ବିଜେଡି ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସମ୍ବଲପୁର ସାଂସଦ ପ୍ରାର୍ଥୀ ଘୋଷଣା ହେବା ପରେ ଭୁବନେଶ୍ୱରରୁ ସମ୍ବଲପୁର ଅଭିମୁଖେ ଯାଉଥିବା ବେଳେ ଭୀମଭୋଇ ଛକରେ ତାଙ୍କୁ ସ୍ୱାଗତ କରିବା ସହ ରେଢ଼ାଖୋଲ ବିଜେଡି କର୍ମୀ ଦାବିପତ୍ର ଦେଇଥିଲେ । ତେବେ ମୋଟ୍‌ ଉପରେ ବବିଙ୍କୁ ନେଇ ସମ୍ବଲପୁର ବିଜେଡିରେ ଏବେ କେଁ ଦେଖାଯାଇଛି । ସମୟ କହିବ, କର୍ମୀ କେମିତି ଗ୍ରହଣ କରୁଛନ୍ତି ବବିଙ୍କୁ ।