Sambhal Violence Report: ୪୫୦ ପୃଷ୍ଠାର ରିପୋର୍ଟରେ ଅନେକ ସତ, 'ହିଂସା ବଢ଼ାଇଥିଲା ନେତାଙ୍କ ଉପସ୍ଥିତି'

Key Points
ସମ୍ଭଲ ହିଂସା ଥିଲା ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ର । କେବଳ ସେତିକି ନୁହେଁ ସମ୍ଭଲରେ ହିନ୍ଦୁ ଜନସଂଖ୍ୟା ହ୍ରାସ ପାଇଥିବା ରିପୋର୍ଟରେ କୁହାଯାଇଛି ।
ଲକ୍ଷ୍ନୌ: ସମ୍ଭଲ ହିଂସା ପଛର ସତ କ'ଣ ? ଦଙ୍ଗା ପଛରେ କିଏ ଥିଲା ? ୨୦୨୪ ନଭେମ୍ବରରେ ଉତ୍ତରପ୍ରଦେଶ ସମ୍ଭଲରେ ଘଟିଥିବା ହିଂସାକୁ ନେଇ ଆସିଛି ୪୫୦ ପୃଷ୍ଠାର ରିପୋର୍ଟ । ଯେଉଁଥିରେ କୁହାଯାଇଛି, ସମ୍ଭଲ ହିଂସା ଥିଲା ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ର । କେବଳ ସେତିକି ନୁହେଁ ସମ୍ଭଲରେ ହିନ୍ଦୁ ଜନସଂଖ୍ୟା ହ୍ରାସ ପାଇଥିବା ରିପୋର୍ଟରେ କୁହାଯାଇଛି । ୟୁପି ସରକାରଙ୍କ ପକ୍ଷରୁ ଗଠିତ ୩ ଜଣିଆ ବିଚାର ବିଭାଗୀୟ କମିଶନ ଏହି ରିପୋର୍ଟ ଦେଇଛନ୍ତି ।
ବିଚାର ବିଭାଗୀୟ କମିଶନରେ ସାମିଲ୍ ଅବସରପ୍ରାପ୍ତ IPS ଅଧିକାରୀ ଏକେ ଜୈନ, ଅବସରପ୍ରାପ୍ତ IAS ଅମିତ ମୋହନ ପ୍ରସାଦ ଓ ଅବସରପ୍ରାପ୍ତ ବିଚାରପତି ଡିକେ ଅରୋରା ଗୁରୁବାର ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି । ରିପୋର୍ଟରେ ସମ୍ଭଲ ହିଂସାରୁ ନେଇ ସ୍ଥାନୀୟ ଅଧିକାରୀ, ହିନ୍ଦୁ-ମୁସଲିମ୍ ପକ୍ଷ ଓ ପତ୍ୟକ୍ଷଦର୍ଶୀଙ୍କ ବୟାନ ରହିଛି । ଏଥିସହ ସମ୍ଭଲରେ ପୂର୍ବରୁ ଘଟିଥିବା ହିଂସାରୁ ତଥ୍ୟ ବି ବାହାର କରାଯାଇଛି ।
ଯୋଜନାବଦ୍ଧ ଥିଲା ନଭେମ୍ବର ହିଂସା
ଗତବର୍ଷ ନଭେମ୍ବର ୨୪ରେ ସମ୍ଭଲର ଜାମା ମସଜିଦ୍ ସର୍ଭେ ସମୟରେ ହିଂସା ହୋଇଥିଲା । ଆଉ ଏହି ହିଂସା ଥିଲା ଯୋଜନାବଦ୍ଧ ଷଡ଼ଯନ୍ତ୍ର । ନମାଜ ପାଠ କରୁଥିବା ଲୋକଙ୍କୁ ଉସୁକାଇବା ଲାଗି ସାଂସଦ ଜିଆଉର ରହମାନ ବାର୍କ ଆମେ ଏହି ଦେଶର ମାଲିକ, ଅନ୍ୟମାନେ ଦେଶର ଚାକର କହିଥିବା ରିପୋର୍ଟରେ କୁହାଯାଇଛି । ସାଂସଦ ଜିଆଉରଙ୍କ ସହ ସ୍ଥାନୀୟ ସମାଜବାଦୀ ପାର୍ଟି ବିଧାୟକଙ୍କ ପୁଅ ସୁହୈଲଙ୍କ ମଧ୍ୟ ଭୂମିକା ରହିଛି । ଜାମା ମସଜିଦର କମିଟି ମଧ୍ୟ ଷଡ଼ଯନ୍ତ୍ରରେ ସାମିଲ୍ ଥିବା ରିପୋର୍ଟରେ କୁହାଯାଇଛି ।
ଉସୁକାଇଥିଲା ନେତାଙ୍କ ଭିଡ଼
📱 Get Argus News App
✨
ବିଚାର ବିଭାଗୀୟ କମିଶନଙ୍କ ଅନୁସାରେ, ହିଂସା ପଛରେ ଜନପ୍ରତିନିଧ ଓ ନେତାଙ୍କ ବଡ଼ ହାତ ରହିଛି । ୨୦୨୪ ନଭେମ୍ବରରେ ସାଂସଦ ଜିଆଉର ରହମାନ ବାର୍କ ଦେଇଥିବା ମନ୍ତବ୍ୟ ଲୋକଙ୍କୁ କ୍ରୋଧିତ କରିଥିଲା । ସେ କହିଥିଲେ, 'ଆମେ ଏହି ଦେଶର ମାଲିକ ଅଟୁ' । ଦାବି କରାଯାଉଛି, ସାଂସଦଙ୍କ ଏହି ବୟାନକୁ ନେଇ ମୁସଲମାନ ସମ୍ପ୍ରଦାୟ ଉତ୍ତେଜିତ ହୋଇଥିଲେ, ଆଉ ହିଂସା ଘଟିଥିଲା । ଆଉ ସାଂସଦଙ୍କ ମନ୍ତବ୍ୟକୁ ବିରୋଧ କରିଥିଲେ ହିନ୍ଦୁରୁ ମୁସଲମାନ ହୋଇଥିବା ଲୋକ । ନଭେମ୍ବର ୨୨ରେ ଜିଆଉର ରହମାନ ବାର୍କ ଏହି ବୟାନ ଦେଇଥିଲେ ।
ରିପୋର୍ଟରେ କୁହାଯାଇଛି, ଏବେ ସମ୍ଭଲ ମହାନଗର ନିଗମ ଅଞ୍ଚଳରେ ମାତ୍ର ୧୫ ପ୍ରତିଶତ ହିନ୍ଦୁ ଅଛନ୍ତି । ଯେତେବେଳେ କି ସ୍ଵାଧୀନତା ସମ।ରେ ଏହି ଅଞ୍ଚଳରେ ୫୫ ପ୍ରତିଶତ ମୁସଲିମ୍ ଓ ୪୫ ପ୍ରତିଶତ ହିନ୍ଦୁ ଥିଲେ । ଏବେ ଏହି ସଂଖ୍ୟା ଯଥାକ୍ରମେ ୮୫ ଓ ୧୫ ପ୍ରତିଶତକୁ ଖସି ଆସିଛି । ଅର୍ଥାତ୍ ସମ୍ଭଲରେ ଏବେ ୮୫ ପ୍ରତିଶତ ମୁସଲମାନ ଥିବା ବେଳେ ମାତ୍ର ୧୫ ପ୍ରତିଶତ ହିନ୍ଦୁ ଅଛନ୍ତି ।