Videos
|
National

କଂଗ୍ରେସ ଉପରେ ବର୍ଷିଲେ ସମ୍ବିତ ପାତ୍ର

Jyoti Prakash Mallick
Browse all articles by Jyoti Prakash Mallick
·1 year ago·1 min read
କଂଗ୍ରେସ ଉପରେ ବର୍ଷିଲେ ସମ୍ବିତ ପାତ୍ର

ଆତଙ୍କବାଦୀଙ୍କୁ ଅକ୍ସିଜେନ୍ ଦେଉଛି କଂଗ୍ରେସ। ସେନା ଠାରୁ ପ୍ରମାଣ ମାଗିବା ଦେଶ ଦ୍ରୋହ କାର୍ଯ୍ୟ। ଏହା ଭାରତ ମାତାର ପିଠିରେ ଛୁରୀ ଭୁସିବା ସହ ସମାନ। ଏମିତି କହି ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ସାଂସଦ ଚରଣଜିତ ସିଂ ଚନ୍ନିଙ୍କ ଉପରେ ବର୍ଷିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ତଥା ପୁରୀ ସାଂସଦ ଡକ୍ଟର ସମ୍ବିତ୍ ପାତ୍ର।


କଂଗ୍ରେସ ସାଂସଦ ଚରଣଜିତ ସିଂ ଚନ୍ନି ଏକ ପ୍ରତିକ୍ରିୟାରେ ୨୦୧୬ର ସର୍ଜିକାଲ୍‌ ଷ୍ଟ୍ରାଇକକୁ ନେଇ ପ୍ରଶ୍ନ ଉଠାଇଥିଲେ। କେନ୍ଦ୍ର ସରକାରଙ୍କଠାରୁ ୨୦୧୬ରେ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକର ପ୍ରମାଣ ମାଗିଥିଲେ। କଂଗ୍ରେସ କାର୍ଯ୍ୟକାରୀ କମିଟି (CWC) ବୈଠକରେ ଯୋଗ ଦେବା ପରେ ସେ କହିଛନ୍ତି, ଆମ ଦେଶରେ କୌଣସି ବୋମା ପଡ଼ିଲେ ଜଣାପଡ଼େ ନାହିଁ କି? ସେମାନେ କହୁଛନ୍ତି ଆମେ ପାକିସ୍ତାନରେ ସର୍ଜିକାଲ ଷ୍ଟ୍ରାଇକ କରିଛୁ ହେଲେ ଏକଥା କେମିତି କାହାକୁ ଜଣା ପଡିଲା ନାହିଁ ବୋଲି ସେ କହିଛନ୍ତି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେହିଭଳି ଭାଜପା ମୁଖପାତ୍ର ପ୍ରଦୀପ ଏକ୍ସରେ ପୋଷ୍ଟ କରି କହିଛନ୍ତି, ରାହୁଲ ଗାନ୍ଧୀଙ୍କ କଂଗ୍ରେସ ଆତଙ୍କବାଦର ସମର୍ଥନ କରୁଛି। ଏଭଳି ସମୟରେ କାହିଁକି ସେନାର ମନୋବଳ ଭଙ୍ଗା ଯାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି। ସେ ଅଭିଯୋଗ କରିଛନ୍ତି କଂଗ୍ରେସ ପାକିସ୍ତାନରୁ ନିର୍ଦ୍ଦେଶ ନେଇ ଏମିତି କହୁଛି।


ପହଲଗାମ ଘଟଣାକୁ ନେଇ ସାରା ଦେଶ ଏବେ ପ୍ରତିଶୋଧର ନିଆଁରେ ଜଳୁଥିବା ବେଳେ କଂଗ୍ରେସ ସାଂସଦଙ୍କ ଏଭଳି ବିବାଦୀୟ ବୟାନକ ସାଧାରଣରେ ନିଦ୍ଦା କରାଯାଉଛି। ଏଭଳି ସମୟରେ ସେନା ମନୋବଳ ଦୁର୍ବଳ କରିବାକୁ ଏହା ଏକ ଷଡଯନ୍ତ୍ର ବୋଲି କୁହାଯାଉଛି।

Sambit Patra counters Charanjit Singh Channi | Argus News